Home ଆଞ୍ଚଳିକ ଆସିକା ଆରଟିଓ ଏଜେଟଂ ମାନଙ୍କୁ ଇ-ଗଭର୍ଣ୍ଣାନ୍ସ ତାଲିକା ଭୁକ୍ତ କରିବା ପାଇଁ ଦାବୀ

ଆସିକା ଆରଟିଓ ଏଜେଟଂ ମାନଙ୍କୁ ଇ-ଗଭର୍ଣ୍ଣାନ୍ସ ତାଲିକା ଭୁକ୍ତ କରିବା ପାଇଁ ଦାବୀ

36
Representational picture

ଆସିକା,୮/୧୨ (ଖିରୋଦ ଚନ୍ଦ୍ର ବେହେରା) ; ଆସିକା ଆରଟିଓ ଏଜେଟଂ ମାନଙ୍କୁ ଇ-ଗଭର୍ଣ୍ଣାନ୍ସ ତାଲିକା ଭୁକ୍ତ କରିବା ପାଇଁ ଦାବୀ । କେନ୍ଦ୍ର ସରକାରଙ୍କ ନୂତନ ପରିବହନ ସଂଶୋଧନ ନୀତି ଆସିବା ପରେ ସମସ୍ତ ଗାଡି ମାଲିକ ମାନେ ନିଜ କାଗଜ ପତ୍ର ସଜାଡିବା ପାଇଁ ରାଜ୍ୟର ସମସ୍ତ ଜିଲ୍ଲା ଆରଟିଓ ଅଫିସରେ ଲମ୍ବା ଲାଇନ ଲଗାଇଥିଲେ । ଏହି କାଗଜ ପତ୍ର ସଜାଡି ପାଇଁ ଆରଟିଓ ଏଜେଟଂ ମାନେ ମୋଟା ଅଙ୍କରେ ଫିଜ ଆଦାୟ କରିବା ଯୋଗୁଁ ସାରା ରାଜ୍ୟରେ ଅଭିଯୋଗ ହୋଇଥିଲା । ଏହାକୁ ଭିତିକରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟ ସରକାରଙ୍କ ନିର୍ଦ୍ଦେଶକ୍ରମେ ଆରଟିଓ ଅଫିସ ଠାରେ ଏଜେଟଂ ସମ୍ପୂର୍ଣ୍ଣ ଉଚ୍ଚେଦ ପାଇଁ ନିର୍ଦ୍ଦେଶ ଦେଇଥିଲେ । ସେହିଦିନ ଠାରୁ ଆଜି ପର୍ଯ୍ୟନ୍ତ ପ୍ରାୟ ୩ମାସରୁ ଉର୍ଦ୍ଦ ଏଜେଟଂ ପ୍ରକ୍ରିୟ ବନ୍ଦ ରହିଛି । ପ୍ରଶାସନ ପକ୍ଷରୁ ଆରଟିଓ ଅଫିସରେ ଅଧିକ କର୍ମଚାରୀ ନିଯୁକ୍ତି କିମ୍ବା ଅନ୍ୟ କୈାଣସି ବିକଳ୍ପ ନଥିବା ଯୋଗୁଁ ଗାଡି ମାଲିକ ଓ ଚାଳକ ମାନେ ନାହିଁ ନଥିବାର ଅସୁବିଧା ସମ୍ମୁଖୀନ ହୋଇଛନ୍ତି । ଏହି ସମସ୍ୟାକୁ ଭିତିକରି ମାନ୍ୟବାର ହାଇକୋର୍ଟ ନିର୍ଦ୍ଧେଶକ୍ରମେ ରାଜ୍ୟର ଆରଟିଓ ଅଫୀସରେ କାର୍ଯ୍ୟରତ ଶହ ଶହ ଏଜେଟଂ ଦିର୍ଘ ୨୫ରୁ ୩୦ ବର୍ଷ କାର୍ଯ୍ୟକରି ପରିବାର ପୋଷଣ କରିଥିଲେ । ହଠାତ ଉଚ୍ଚେଦ ଯୋଗୁଁ ଶହ ଶହ ଏଜେଟଂ ବେକାର ହୋଇ ପରିବାର ପୋଷଣ କରିବାରେ ବଚିଂତ ହେଲେ । ଏହି ଏଜେଟଂ ମାନଙ୍କୁ ଚିହ୍ନଟ କରି ତୁରନ୍ତ ରାଜ୍ୟ ସରକାରଙ୍କ ଇ-ଗଭର୍ଣ୍ଣାନ୍ସ ସଭ୍ୟ କରି ସେମାନଙ୍କ ଦ୍ୱାରା ଗ୍ରାହକ ଚାହିଁଲେ ଗାଡିର କାଗଜ ପତ୍ର କରିବା ପାଇଁ ସୁବିଧା ଦେବା ପାଇଁ ରାଜ୍ୟ ହାଇକୋର୍ଟ ଆଦେଶ ପ୍ରଦାନ କରିଛନ୍ତି । ଆସିକା ଗଞ୍ଜାମ ଜିଲ୍ଲାର ଏକ କେନ୍ଦ୍ର ବିନ୍ଦୁ ସହ ଏଠାରେ ଚିନିଶିଳ୍ପ,ସୂତାକଳ ଠାରୁ ଅନେକ ସାନବଡ ଶିଳ୍ପ ସହ ପରିବହନ ଓ ଯାତ୍ରବାହି ବସ ସହ ଅନେକ ସାନବଡ ଗାଡି ରହିଛି । ବ୍ରହ୍ମପୁର ପରେ ଜିଲ୍ଲାର ଦ୍ୱିତୀୟ ଗାଡି ଟିକସ ଦାତା ଭାବେ ଆସିକାରେ ଗାଡି ସଂଖ୍ୟା ଯଥେଷ୍ଟ ରହିଛି । ଏହା ସହିତ ସମସ୍ତ କମ୍ପାନୀର ଗାଡି ସୋ-ରୁମ ଏଠାରେ ଅର୍ଥାତ ଆସିକାରେ ରହିଛି । ଆସିକା ଅଚଂଳରୁ ଦିର୍ଘ ୩୫ ବର୍ଷ ଧରି ପ୍ରାୟ ଏଜେଟଂ ରହିଛନ୍ତି । ଏମାନଙ୍କୁ ଚିହ୍ନଟ କରି ତୁରନ୍ତ ଇ-ଗଭର୍ଣ୍ଣାନ୍ସ କେନ୍ଦ୍ର ଖୋଲିବା ସୁବିଧା ଦେବା ପାଇଁ ଆଜି ଆସିକାରେ ଏଜେଟଂ ମାନଙ୍କ ଏକ ବୈଠକ କରି ସ୍ଥାନୀୟ ତହସିଲଦାର , ଜିଲ୍ଲାପାଳ,ଆରଟିଓ,ପରିବହନ ମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀଙ୍କୁ ଏକ ସ୍ମାରକ ପାତ୍ର ପ୍ରଦାନ କରାଯାଇଛି । ତ୍ରୁନ୍ତ ଏହା କାର୍ଯ୍ୟକାରୀ ହେଲେ ଆସିକା ଅଚଂଳର ଶହ ଶହ ଗାଡିର ନଥିପତ୍ରରୁ ଲକ୍ଷ ଲକ୍ଷ ଟଙ୍କାର ରାଜସ୍ୱ ଆଦାୟ ହେବ । ଏହା କାର୍ଯ୍ୟକାରୀ କରିବା ପାଇଁ ସାଧାରଣରେ ଦାବୀ ହୋଇଛି ।