Saturday, November 14, 2026
Home ଆଞ୍ଚଳିକ ମା କରେଂଜେଇ ଙ୍କ ନୂତନ ମନ୍ଦିର ପ୍ରତିଷ୍ଠା ଉଛବ ।

ମା କରେଂଜେଇ ଙ୍କ ନୂତନ ମନ୍ଦିର ପ୍ରତିଷ୍ଠା ଉଛବ ।

81

ଜଗନ୍ନାଥ ପ୍ରସାଦ , ୦୯/୦୨/୨୨ (ଜିଲ୍ଲା ଖବର ) : ଗଂଜାମ ଜିଲ୍ଲା ଜଗନ୍ନାଥ ପ୍ରସାଦ ମୁଖ୍ୟ ରାସ୍ତା ପାର୍ଶ୍ୱ ରେ ବିରାଜିତ ବହୁ ପୁରାତନ,ପ୍ରସିଦ୍ଧ, ତଥା ଅଞ୍ଚଳରବାସୀ ଙ୍କ ଇଷ୍ଟ ଦେବୀ ମା କରଂଜେଇ ଙ୍କ ନୂତନ ମନ୍ଦିର ପ୍ରତିଷ୍ଠା ଉତ୍ସବ ମହାସମାରୋହରେ ପାଳିତ ହୋଇ ଯାଇଛି।

ଆଜକୁ ତିନି ବର୍ଷ ହେଲା ମା ଅସ୍ଥାୟୀ ମନ୍ଦିର ରେ ପୂଜା ପାଉଥିଲେ।ମା କରଞ୍ଜଇ ବଣିକ ସଙ୍ଘ ଓ ଗ୍ରାମବାସୀ ଙ୍କ ପ୍ରଚେଷ୍ଟା ରେ ନୂତନ ମନ୍ଦିର ନିର୍ମାଣ ହୋଇଯାଇଛି ।

S. ରଘୁନାଥ ପାତ୍ର ଓ ତାଙ୍କ ଧର୍ମ ପତ୍ନୀ S.ଗଙ୍ଗାରାଣୀ ପାତ୍ର ମନ୍ଦିର ର ପ୍ରତିଷ୍ଠା ଉତ୍ସବ ରେ କର୍ତ୍ତା ରୂପେ ସମସ୍ତ କାର୍ଯ୍ୟ ସମାପନ କରିଥିଲେ । ୪ ତାରିଖ ଦିନ ଦୀକ୍ଷା ଗ୍ରହଣ,ବନଯୋଗ,ଜଳଯାତ୍ରା, ଅଙ୍କୁରାରୋପଣ,୫ ତାରିଖ ଦିନ ଅଧିବାସ,ସୂର୍ଯ୍ୟ ପୂଜା,ମା ଙ୍କ

ମହାସ୍ନାନ, ଯଜ୍ଞ ଆରମ୍ଭ,୬ ତାରିଖ ଦିନ ସୂର୍ଯ୍ୟ ପୂଜା,ଶାଲା ପୂଜା,ପ୍ରାଣ ପ୍ରତିଷ୍ଠା, ଚଣ୍ଡୀ ଯଜ୍ଞ,୭ ତାରିଖ ଦିନ ସୂର୍ଯ୍ୟ ପୂଜା,ଶାଲା ପୂଜା,ଯଜ୍ଞ,ମା ଙ୍କ ମନ୍ଦିର ପ୍ରବେଶ,ପୁର୍ଣାହୁତି ଓ ପ୍ରସାଦ ସେବନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଉଛି।

ପୁରୋହିତ ରୂପେ ଦିଗାମ୍ବର ସଢଙ୍ଗୀ, ପବିତ୍ର କର, ନାରାୟଣ ଦାସ,ଗଙ୍ଗାଧର ଦାସ,ଯଜ୍ଞ କାର୍ଯ୍ୟ ଓ ମନ୍ଦିର ପ୍ରତିଷ୍ଠା କାର୍ଯ୍ୟ କରିଥିଲେ।
ମା କରଂଜେଇ ଙ୍କ ପୂଜକ ରାକେଶ କୁମାର ନାୟକ ପୂଜାର୍ଚ୍ଚନା କରିଥିଲେ।


ପ୍ରତିଦିନ ନାମଯଜ୍ଞ,ଘୃତଯଜ୍ଞ,ଅନ୍ନଯଜ୍ଞ ସମାପନ ହୋଇଥିଲା।ପ୍ରତେକ ଦିନ ବହୁ ଭକ୍ତ ମା ଙ୍କୁ ଦର୍ଶନ କରି କୃପା ଲାଭ କରିଛନ୍ତି।

ଜଗନ୍ନାଥ ପ୍ରସାଦ ରୁ ନିରାକାର ସାହୁ ଙ୍କ ରିପୋର୍ଟ