
ଆସିକା , ୦୮/୦୨/୨୨ (ଜିଲ୍ଲା ଖବର ) : ଗଞ୍ଜାମ ଜିଲ୍ଲା ଆସିକା ଠାରେ ହଙ୍ଗର୍ସ ଫୁଡ ପକ୍ଷରୁ ମକୁନ୍ଦପୁର ହନୁମାନ ମନ୍ଦିର ଠାରେ ଏକ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି ।

ଉକ୍ତ ରକ୍ତଦାନ ଶିବିରକୁ ସମାଜ ସେବୀ ଶିବଶଙ୍କର ସାହୁ ଉଦଘାଟନ କରିଥିବା ବେଳେ ମୁଖ୍ୟ ଅତିଥି ଭାବେ ବରିଷ୍ଠ ନେତା ସୁବାସ ମହାନ୍ତି ଯୋଗ ଦେଇଥିବା ବେଳେ ବହୁ ଯୁବକ ସ୍ବେଛାସେବୀ ଯୋଗଦେଇଥିଲେ ।

ସକାଳ ଦଶଟା ରୁ ରକ୍ତଦାନ କାର୍ଯ୍ୟକ୍ରମ ଆରମ୍ଭ ହୋଇ ଅପରାହ୍ନ ପର୍ଯ୍ୟନ୍ତ ଏହି ଶିବିର ଜାରି ରହିଥିଲା ।

ଆଜି ଏକାବନ ୟୁନିଟରୁ ଉର୍ଦ୍ଧ ରକ୍ତ ସଂଗ୍ରହ ହୋଇଥିବା ଜଣାପଡିଛି ।

ବିଭିନ୍ନ ସମୟରେ ଭିନ୍ନ ଭିନ୍ନ ସମାଜସେବା କାର୍ଯ୍ୟ କରି ଆସିକା ଅଂଚଳରେ ହଙ୍ଗର୍ସ ଫୁଡ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରି ପାରିଛି । ଭୋକିଲା ଲୋକଙ୍କୁ ଖାଦ୍ୟ ଯୋଗାଇବା ସହ ଅସହାୟ ମାନଙ୍କୁ ବସ୍ତ୍ର ଯୋଗାଇବା ଭଳି ମହାନ କାର୍ଯ୍ୟ କରିବାରେ ଅଗ୍ରଣୀ ଭୂମିକା ନିର୍ବାହ କରୁଛି ହଙ୍ଗର୍ସ ଫୁଡ ।

ଏହି ସ୍ବେଛାସେବୀ ଅନୁଷ୍ଠାନର ଉଦ୍ୟକ୍ତା ଯଯାତି କେଶରୀ ମହାନ୍ତିଙ୍କ ନେତୃତ୍ୱରେ ଅନୁଷ୍ଠିତ । ଉକ୍ତ ରକ୍ତଦାନ ଅବସରରେ ସଂସ୍ଥାର ତରଣୀ ପାଳ,ସରୋଜ ସାମଲ,ବିଜୟ ଧର ଖଣ୍ଡୁଆଳ,ଗୌତମ ନାହକ,ରାଜେଶ ନାହକ,ଅନିଲ ନାହକ ଶକଷଣ,କାଳିଆ ଉପସ୍ଥିତ ରହିଥିଲେ l ଏହି ଅଂଚଳର ଯୁବକ ମାନଙ୍କ ମଧ୍ୟରେ ଉତ୍ସହ ଭରି ରହିଥିବା ଜଣାପଡିଛି ।
ଆସିକାରୁ କମଳେନ୍ଦୁ ହୋତାଙ୍କ ରିପୋର୍ଟ ଜିଲ୍ଲା ଖବର ।



