Wednesday, November 11, 2026
Home ଆଞ୍ଚଳିକ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନର ଗୋଲା ଦାମୋଦର ପଲ୍ଲୀ ପଞ୍ଚାୟତ ରୁ ସାନଖେମୁଣ୍ଡି ବିଜୁ ଜନତା ଦଳ...

ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନର ଗୋଲା ଦାମୋଦର ପଲ୍ଲୀ ପଞ୍ଚାୟତ ରୁ ସାନଖେମୁଣ୍ଡି ବିଜୁ ଜନତା ଦଳ ଆରମ୍ଭ ।

77

ଆସିକା , ୦୮/୦୨/୨୨ ( ଜିଲ୍ଲା ଖବର ) : ତ୍ରୀସ୍ତରୀୟ ପଞ୍ଚାୟତ ନିର୍ବାଚନର  ରଣକ୍ଷେତ୍ରରେ ରଣ ହୁଙ୍କାର ଗୋଲା ଦାମୋଦର ପଲ୍ଲୀ ପଞ୍ଚାୟତରୁ ସାନଖେମୁଣ୍ଡି ବିଜୁ ଜନତା ଦଳ ଆରମ୍ଭ କରିଛି।

ଏହି ଅବସରରେ ଧରାକୋଟ ରାଜା ସାହେବ ସୁଶ୍ରୀ ସୁଲକ୍ଷଣ ଗୀତାଞ୍ଜଳି ଦେବୀଙ୍କ ନେତୃତ୍ୱରେ ଗୋଲା ଦାମୋଦର ପଲ୍ଲୀ

ପଞ୍ଚାୟତର ଗୋଲା ଦାମୋଦରପଲ୍ଲୀ, ଘସିବିଲି,କାମାଶାସନ, ରେଡ୍ଡୀ ଦାମୋଦରପଲ୍ଲୀ ଆଦି ଗ୍ରାମ ଶହଶହ  ସମର୍ଥକଙ୍କ ଗହଣରେ ପ୍ରତିଦ୍ବନ୍ଦିତା କରୁଥିବା,

ସରପଞ୍ଚ ପାର୍ଥୀନୀ – ବି. ରୁକ୍ମଣୀ ରେଡ୍ଡୀ,ସମିତିସଭ୍ୟ ପାର୍ଥିନୀ ସନ୍ଧ୍ୟା ରାଣୀ ସେଠିଙ୍କ ସାଙ୍ଗରେ ଗାଁ କୁ ଗାଁ ଘରକୁ ଘର ବୁଲି ସମର୍ଥକଙ୍କ ସହ ଯାଇ ଭୋଟର ଙ୍କ ପାଖରେ ନବୀନଙ୍କ ସ୍ୱଚ୍ଛ ଶାସନ ଓ ନବୀନ କରିଥିବା

ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟ ସମ୍ପର୍କରେ ପଥ ପ୍ରାନ୍ତ ସଭା ମାଧ୍ୟ୍ୟମରେ ବୁଝାଇ ନିଜ ସପକ୍ଷରେ ଭିକ୍ଷା କରିଥିବା ଦେଖିବାକୁ ମିଳିଛି।

ପ୍ରତିଦ୍ବନ୍ଦିତା କରୁଥିବା ପାର୍ଥି ମାନେ ନିଜ ବକ୍ତବ୍ୟରେ ଗୋଲା ଦାମୋଦରପଲ୍ଲୀ ଗ୍ରାମପଞ୍ଚାୟତର ଅଧୁରା ରହିଥିବା ସମସ୍ତ କାର୍ଯ୍ୟ, ଜନସାଧାରଣଙ୍କ ପାଇଁ ଆବଶ୍ୟକିୟ ସମସ୍ତ ସୁବିଧାସୁଯୋଗ ଯୋଗାଇ ଦେବାର ପ୍ରତିଶୃତି ବଦ୍ଧ ହୋଇ  ଭୋଟ ଭିକ୍ଷା କରିଥିଲେ।