Sunday, October 11, 2026
Home ଆଞ୍ଚଳିକ ଆସିକା ଉପଖଣ୍ଡ ଚିକିତ୍ସାଳୟରେ ଛାଡୁନୀ ବିବାଦ,ମହିଳା ଡାକ୍ତରଙ୍କୁ ରାତି ଅଧିଆ ବଦଳି

ଆସିକା ଉପଖଣ୍ଡ ଚିକିତ୍ସାଳୟରେ ଛାଡୁନୀ ବିବାଦ,ମହିଳା ଡାକ୍ତରଙ୍କୁ ରାତି ଅଧିଆ ବଦଳି

61
ଆସିକା ଉପଖଣ୍ଡ ଚିିକିତ୍ସାଳୟ

ଆସିକା, ୮/୧୨(ଖିରୋଦ ଚନ୍ଦ୍ର ବେହେରା) ; ଆସିକା ଉପଖଣ୍ଡ ଚିିକିତ୍ସାଳୟରେ ଡାକ୍ତର ଅଭାବ ସାଙ୍ଗକୁ ରୋଗୀ ମୃତ୍ୟୁ କେତେବେଳେ ତ ରାଜନୈତିକ ଚାପରେ ଡାକ୍ତରଙ୍କ ବଦଳି ବିବାଦ ଘଟଣା ଆଜି ଏକ ନୂଆ ମୋଡ ନେଇଛି । ନିର୍ବାଚନ ବେଳେ ଆସିକା ମେଡିକାଲର ସମସ୍ତ ସୁବିଧା ଯୋଗାଇ ଦେବା ପାଇଁ ସମସ୍ତ ଦଳ ପ୍ରତିଶୃତି ଦେଇଥିବା ବେଳେ ଆଜି ଏହାକୁ କାର୍ଯ୍ୟକାରୀ କରାଯାଇନାହିଁ । ଯଥା ପୂର୍ବଂ ତଥା ନୀତିରେ ମେଡିକାଲ ରହିଛି । ଉପଖଣ୍ଡ ଚିକିତ୍ସାଳୟ ମାନ୍ୟତା ପାଇବା ପରେ ଏଠାରେ ଡାକ୍ତର ସଂଖ୍ୟା ୧୬ ରହିବା କଥା । ଆଜି ସୁଦ୍ଧା ମେଡିକାଲ ଠାରେ ୩ ଜଣ ଡାକ୍ତର ରହି ଆସୁଛନ୍ତି । ପ୍ରତିଦିନ ଶହ ଶହ ରୋଗୀ ୮ ଘଟାଂରୁ ୨୨ ଘଟାଂ ପର୍ଯ୍ୟନ୍ତ ଡାକ୍ତରଙ୍କୁ ଅପେକ୍ଷା କରି ନାହିଁ ନଥିବା ଅସୁବିଧାର ଅନେକ ଗୁରୁତର ରୋଗୀ ବ୍ରହ୍ମପୁର ନେବା ରାସ୍ତାରେ ମୃତ୍ୟୁବରଣ କରୁଛନ୍ତି । ୨୪ ଘଟାଂରେ ଜଣେ ଡାକ୍ତର ଡ୍ୟୁଟି କରୁଛନ୍ତି । ଏଥିପାଇଁ ମୁଖ୍ୟମନ୍ତ୍ରୀ, ସ୍ୱାସ୍ଥ୍ୟମନ୍ତ୍ରୀ ଅନେକ ଥର ଲିଖିତ ଅଭିଯୋଗ କରିଲେ ମଧ୍ୟ କୈାଣସି ଫଳ ମିଳୁନାହିଁ । ସରକାର ଟି-୫ ନୀତି ଅନୁସରଣ କରିଛନ୍ତି । ଟି-୫ ନୀତିରେ ଆସିକା ମେଡିକାଲରେ ଜିଲ୍ଲା ପ୍ରଶାସନ ଆସି ନାହିଁ ନଥିବା ତୁମ୍ଭି ତୁଫାନ କରି ଚାଲିଯାଇଛନ୍ତି । ନିକଟରେ ୩ ଜଣ ଡାକ୍ତର ମଧ୍ୟରୁ ଜଣେ ଡାକ୍ତ୍ର ବାହାଘର ପାଇଁ ଛୁଟିରେ ରହିଛନ୍ତି । ୨ଜଣ ଡାକ୍ତରରେ ନାମକୁ ମାତ୍ର ମେଡିକାଲ ଚାଲିଥିବା ବେଳେ ହଠାତ ଗତକାଲି କୈାଣସି କାରଣ ନଥାଇ ଜଣେ ସ୍ତ୍ରୀ ବିଶେଷଜ୍ଞ ଡାକ୍ତରାଣି ସନ୍ତୋଷିନୀ ସେଠିଙ୍କୁ ଅନ୍ୟତ୍ର ବଦଳି କରାଯାଇଛି । ତାଙ୍କ ସ୍ଥାନରେ ଆସିକା ମେଡିକାଲ ଠାରେ ଦିର୍ଘ ୭ ବର୍ଷରୁ ଉର୍ଦ୍ଦ ରହି ବିବାଦୀୟ ହୋଇଥିବା ଏବଂ ପରେ ଡାକ୍ତର ଜଣକ ହୃଦରୋଗରେ ଆକ୍ରାନ୍ତ ବୋଲି ସ୍ୱାସ୍ଥ୍ୟ ବିଭାଗକୁ ଜଣାଇଥିଲେ । ଉକ୍ତ ଡାକ୍ତରଙ୍କୁ ପ୍ରମୋସନ ନାମରେ ଛତ୍ରପୁର ଠାରେ ନୀଯୁକ୍ତି ମିଳିଥିଲା । ଡାକ୍ତର ଜଣକ ଛତ୍ରପୁର ମେଡିକାଲ ଠାରେ ନରହି ନିୟମିତ ବ୍ରହ୍ମପୁର,ଆସିକା ଆସି ବିଭିନ୍ନ ବେସରକାରୀ କ୍ଲିନିକରେ ରୋଗୀ ସେବା କରୁଥିବା ଅଭୀଯୋଗ ହୋଇଥିଲା । ଏହିଭଳି ଜଣେ ବିବାଦୀୟ ଡାକ୍ତରଙ୍କୁ ପୁଣି ରାତି ଅଧିଆ ଆସିକା ମେଡିକାଲ ରେ ନିଯୁକ୍ତି ମିଳିଥିବା ଜଣାଯାଇଛି । ମହିଳା ମାନଙ୍କ ଚିକିତ୍ସା ଓ ପ୍ରସବ ପ୍ରସୂତି ପାଇଁ ଜଣେ ସ୍ତ୍ରୀ ରୋଗ ବିଶେଷଜ୍ଞଙ୍କ ଆବଶ୍ୟକତା ଥିବା ବେଳେ ପୁଣି ପୁରୁଷ ଡାକ୍ତରଙ୍କୁ କିଭଳି ନିଯୁକ୍ତି କରାଗଲା ଆସିକା ଅଚଂଳରେ ଚର୍ଚ୍ଚାର ବିଷୟ ପାଲଟିଛି । ଡାକ୍ତର ଜଣକ ବିଭିନ୍ନ କ୍ଲିନିକରୁ ଉଚ୍ଚା ଅଙ୍କରେ ପଇସା ପାଇ ଜିଲ୍ଲା ସ୍ୱାସ୍ଥ୍ୟ ଅଧିକାରୀ ଓ ରାଜନୈତିକ ବ୍ୟକ୍ତିଙ୍କ ଚାପରେ ଜଣେ ଦକ୍ଷ ସ୍ତ୍ରୀ ରୋଗ ବିଶେଷଜ୍ଞଙ୍କୁ ବଦଳି କରି ଆସିକାରେ ନିଯୁକ୍ତି ପାଇଁ ପୁଣି କ୍ଲିନିକ କରି ମୋଟା ଅଙ୍କରେ ଟଙ୍କା ପାଇବା ପାଇଁ ଏଭଳି ବଦଳି ହୋଇ ଆସିଥିବା ଜଣାଯାଇଛି । ନିର୍ବାଚନ ସରିବାର ଆଠ ମାସି ଅତିକ୍ରାନ୍ତ ହୋଇଥିବା ବେଳେ ଆସିକା ମେଡିକାଲରେ ଜଣେ ମଧ୍ୟ ଡାକ୍ତରଙ୍କୁ ନିଯୁକ୍ତି କରିବାରେ ସ୍ଥାନୀୟ ସାଂସଦ ଓ ବିଧାୟିକା ବିଫଳ ହୋଇଥିବା ବେଳେ କେଉଁ ପରିସ୍ଥିତିରେ ସାଂସଦ ଓ ବିଧାୟିକାଙ୍କ ସୁପାରିଶ ଚିଠିରେ ଏହି ଡାକ୍ତର ଜଣକ ରାତି ଅଧିଆ ଆସିକାରେ ନିଯୁକ୍ତି ପାଇଛନ୍ତି ଆସିକା ରୋଗୀ , ଅଭିଭାବକ,ବୁଦ୍ଧିଜୀବୀ ଦୃଢ ନିନ୍ଦା କରାଯାଇଛି । ଆଗାମୀ ଦିନରେ ଡାକ୍ତର ଜଣକ କ୍ଲିନିକ , ଆଶାକର୍ମୀ, ଔଷଧ ଦେ।।କାନୀ, ପାଥୋଲୋଜୀ ଓ ରାଜନୈତିକ ହାତବାରିଶି ହୋଇ ରୋଗୀ ମାନଙ୍କୁ ଶୋଷଣ କଲେ ଜନସାଧାରଣ ପକ୍ଷରୁ ଉଚିତ ଜବାବ ଦିଆଯିବ ବୋଲି ବିଭିନ୍ନ ବିରୋଧି ରାଜନୈତିକ ଦଳ, ସ୍ୱେଚ୍ଚାସେବୀ ସଂଗଠନ ପକ୍ଷରୁ ଦୃଢ ଦାବୀ ହୋଇଛି । ପୂର୍ବରୁ ଏହି ଡାକ୍ତରଙ୍କ ନାମରେ ଆସିକା ମେଡିକାଲ ଠାରେ ଜଣେ ଡେଲିଭର ରୋଗୀଙ୍କ ମୃତ୍ୟୁ ଓ ଅନ୍ୟ ଜଣେ ଡେଲିଭର ରୋଗୀ ପ୍ରାଇଭେଟ କ୍ଲିନିକକୁ ନେଇ ଚିିକିତ୍ସା କରିବାରେ ଅଭିଯୋଗ ରହିଥିଲା ।