Sunday, October 11, 2026
Home ଆଞ୍ଚଳିକ ଇନ୍ଦ୍ରାବତୀ ଜଳଭଣ୍ଡାରରେ ପାର ହଉଥିବା ବେଳେ ଫସିଲା ଦେଶୀ ଡଙ୍ଗା , ୭ ଯାତ୍ରୀଙ୍କୁ ଉଦ୍ଧାର...

ଇନ୍ଦ୍ରାବତୀ ଜଳଭଣ୍ଡାରରେ ପାର ହଉଥିବା ବେଳେ ଫସିଲା ଦେଶୀ ଡଙ୍ଗା , ୭ ଯାତ୍ରୀଙ୍କୁ ଉଦ୍ଧାର କଲା ବୋଟ ଆମ୍ବୁଲାନ୍ସ !

130

ନବରଙ୍ଗପୁର , ୦୮/୦୨/୨୨ (ଜିଲ୍ଲା ଖବର ) : ଜଳାଯାତ୍ରା ସମୟରେ ଟଳିଲା ବଡ଼ ଅଘଟଣ । ଜଳଭଣ୍ଡାର ମଧ୍ୟରେ ଦୀର୍ଘ ସମୟ ଧରି ଫସି ରହିଥିଲେ ଯାତ୍ରୀ । ୭ ଜଣ ଯାତ୍ରୀଙ୍କୁ ଉଦ୍ଧାର କଲଲେ ବୋଟ୍ ଆମ୍ବୁଲାନ୍ସ କର୍ମଚାରୀ । ନବରଙ୍ଗପୁର ଜିଲ୍ଲା ଇନ୍ଦ୍ରାବତୀ ଜଳଭଣ୍ଡାରରେ ଦକ୍ଷିଣା ପବନ ଯୋଗୁଁ ଜଳଭଣ୍ଡାରର ମଝିରେ ଫସି ରହିଥିଲା ଦେଶୀ ଡଙ୍ଗା l

ଡଙ୍ଗା ଦ୍ୱାରା ଘରକୁ ଫେରୁଥିବା ୭ ଜଣଙ୍କୁ ଉଦ୍ଧାର କଲେ ୧୦୮ ବୋଟ ଆମ୍ବୁଲାନ୍ସର କର୍ମଚାରୀ । ସୂଚନା ଅନୁଯାଇ ତେନ୍ତୁଳୀଖୁଣ୍ଟି ବ୍ଲକ ଅନ୍ତର୍ଗତ ତଲଙ୍ଗ ଗ୍ରାମର ୩ ଜଣ ନାବାଳକଙ୍କ ସମେତ ମୋଟ ୭ ଜଣ ଯାତ୍ରୀ ନିଜର ଦେଶୀ ଡ଼ଙ୍ଗା ନେଇ ଇନ୍ଦ୍ରାବତୀ ଜଳଭଣ୍ଡାର ପାର ହୋଇ କୌଣସି କାମରେ ଖାତିଗୁଡା ଆସିଥିଲେ ।

କାମ ସାରି ସନ୍ଧ୍ୟାରେ ପୁଣି ବାରିଆଘାଟରୁ ଦେଶୀ ଡଙ୍ଗା ଯୋଗେ ଘରକୁ ଫେରୁଥିଲେ l ହଠାତ ମଝି ଦରିଆରେ ଦକ୍ଷିଣା ପବନ ହେବାରୁ ଢେଉ ବଢିଯାଇ ସେମାନଙ୍କ ଦେଶୀ ଡ଼ଙ୍ଗା ଭିତରକୁ ପାଣି ପସିଯାଇଥିଲା l ଫଳରେ ଡଙ୍ଗାଟି ଭାରସାମ୍ୟ ହରାଇବା ଆରମ୍ଭ କରିଥିଲା l

ଏପରି ବିପତିରେ ନାଉରୀଆ ଜଣକ ଉପସ୍ଥିତ ବୁଦ୍ଧିର ପ୍ରୟୋଗ କରିଥିଲେ । ତୁରନ୍ତ ପୋଡ଼ାଗଡ଼ ନଦୀ ବନ୍ଧରେ ଥିବା ୧୦୮ ବୋଟ ଆମ୍ବୁଲାନ୍ସ ର ଡ୍ରାଇଭରକୁ ଫୋନ୍ କରି ସହାୟତା ପାଇଁ ନିବେଦନ କରିଥିଲେ । ଖବର ପାଇ ଆମ୍ବୁଲାନ୍ସ ବୋଟ୍ ଚାଳକ କର୍ମଚାରୀ ଙ୍କୁ ନେଇ ଘଟଣା ସ୍ଥଳରେ ପହଞ୍ଚିଥିଲେ । ସେତେବେଳକୁ ଦେଶୀ ଡଙ୍ଗା ଭିତରେ ପ୍ରାୟ ୭୦ ପ୍ରତିଶତ ପାଣି ପଶି ଯାଇଥିଲା । ତୁରନ୍ତ ଡଙ୍ଗାରେ ଥିବା ୭ ଜଣ ଯାତ୍ରୀ ଓ ୩ ଟି ସାଇକଲ ସହ ଅନ୍ୟାନ୍ୟ ସାମଗ୍ରୀକୁ ଉଦ୍ଧାର କରିଥିଲେ l

ବୋଟ ଆମ୍ବୁଲାନ୍ସ କର୍ମଚାରୀ ସମସ୍ତ ଯାତ୍ରୀକୁ ନେଇ ତଲଙ୍ଗ ଗାଁ ରେ ପହଞ୍ଚିବା ସହ ସେମାନଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରିଥିଲେ l ବୋଟ ଆମ୍ବୁଲାନ୍ସ କର୍ମଚାରୀ ଠିକ ସମୟରେ ପହଞ୍ଚି ଯିବାରୁ ବଡ଼ ଅଘଟଣରୁ ଯାତ୍ରୀ ମାନେ ବର୍ତ୍ତି ଯାଇଥିଲେ l

ବୋଟ୍ ଆମ୍ବୁଲାନ୍ସ କର୍ମଚାରୀଙ୍କ ଏଭଳି କାର୍ଯ୍ୟକୁ ନେଇ ବିଭିନ୍ନ ମହଲରେ ପ୍ରଶଂସାର ସୁଅ ଛୁଟୁଛି । ବୋଟ୍ ଆମ୍ବୁଲାନ୍ସ କର୍ମଚାରୀଙ୍କ ପାଇଁ ସମସ୍ତ ଯାତ୍ରୀ ଏକ ନୂତନ ଜୀବନ ପାଇପାରିଛନ୍ତି ।


ନବରଙ୍ଗପୁର ରୁ ବିଷ୍ଣୁ ପ୍ରସାଦ ବିଷୋୟୀଙ୍କ ରିପୋର୍ଟ ଜିଲ୍ଲା ଖବର ।