Home ଆଞ୍ଚଳିକ ଆସିକା ବିଜ୍ଞାନ ମହାବିଦ୍ୟାଳୟ କର୍ମଚାରୀଙ୍କ ଆକସ୍ମିକ ବିୟୋଗରେ ଶୋକସଭା।

ଆସିକା ବିଜ୍ଞାନ ମହାବିଦ୍ୟାଳୟ କର୍ମଚାରୀଙ୍କ ଆକସ୍ମିକ ବିୟୋଗରେ ଶୋକସଭା।

150

ଆସିକା , ୦୮/୦୨/୨୨ (ଜିଲ୍ଲା ଖବର ) : ଆସିକା ବିଜ୍ଞାନ ମହାବିଦ୍ୟାଳୟର ପଦାର୍ଥ ବିଜ୍ଞାନ ବିଭାଗର ପରିଚାରକ ଶ୍ରୀ ତପନ କୁମାର ବିଷୋୟୀଙ୍କ ହୃଦଘାତ ଜନିତ ଅକାଳ ମୃତ୍ୟୁ ତା ୦୪.୦୨.୨୦୨୨ ରିଖ ଶୁକ୍ରବାର ଦିନ ହୋଇଯାଇଛି। ଜନୈକ ବିଷୋୟୀ ଉକ୍ତ ମହାବିଦ୍ୟାଳୟରେ ୨୪.୦୧.୨୦୧୧ ମସିହାରୁ କାର୍ଯ୍ୟ କରିଆସୁଥିଲେ। ସେ ଜଣେ ଅମାୟିକ, କର୍ମଠ, ନିଷ୍ଠାପର, ସହୃଦୟ ଓ ମେଳାପୀ ବ୍ୟକ୍ତି ଥିଲେ। ତେଣୁ ଉକ୍ତ ମହାବିଦ୍ୟାଳୟର ସମସ୍ତ କର୍ମଚାରୀ ଏହି ଦୁଃଖଦ ଖବର ପାଇ ସ୍ତବ୍ଧ ହୋଇଯାଇଥିଲେ ଓ ସ୍ବର୍ଗତ ବିଷୋୟୀଙ୍କ ଅମର ଆତ୍ମାର ସଦଗତି କାମନା ନିମନ୍ତେ ଅଧ୍ୟକ୍ଷ ଡ. ଜୀବାନନ୍ଦ ତ୍ରିପାଠୀଙ୍କ ଅଧ୍ୟକ୍ଷତାରେ ଏକ ଶୋକସଭା ତଥା ନିରବ ପ୍ରାର୍ଥନାର ଆୟୋଜନ କରାଯାଇଥିଲା। ଏଥିରେ ମହାବିଦ୍ୟାଳୟର କର୍ମଚାରୀ ସଂଘର ସଂପାଦିକା, ପ୍ରଶାସନିକ ଅଧିକାରୀ, ସମସ୍ତ ଅଧ୍ୟାପିକା, ଅଧ୍ୟାପକ ତଥା ସମସ୍ତ କର୍ମଚାରୀ ଓ ଛାତ୍ରୀଛାତ୍ର ଉପସ୍ଥିତ ରହି ସ୍ବର୍ଗତ ଆତ୍ମାର ସଦଗତି କାମନା ପୂର୍ବକ ପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ଠାରେ ପ୍ରାର୍ଥନା କରିଥିଲେ।