Home ଆଞ୍ଚଳିକ ତ୍ରିସ୍ତରୀୟ ନିର୍ବାଚନ ରେ ବିଜେଡି ରପ୍ରଚାର ଅଭିଯାନ ।

ତ୍ରିସ୍ତରୀୟ ନିର୍ବାଚନ ରେ ବିଜେଡି ରପ୍ରଚାର ଅଭିଯାନ ।

141

ରାୟଗଡା , ୦୮/୦୨/୨୨ (ଜିଲ୍ଲା ଖବର ) : ତ୍ରିସ୍ତରୀୟ ନିର୍ବାଚନ ପାଇଁ ଆଜି ରାୟଗଡା ଜିଲ୍ଲା ଅମ୍ବାଦଳା ର କଂଗ୍ରେସ ଗଡ଼ ରେ ବିଜେଡି ଦଳ ର ହେବି ୟେଟ ନେତା ଓ ସମର୍ଥକ ଙ୍କ ସମାଗମରେ ଜନ ସମ୍ପର୍କ ଅଭିଯାନ ସହ ଏକ ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଯାଇଛି ।

ପ୍ରମୁଖ ବିରୋଧୀ କଂଗ୍ରେସ ର ରଣ ହୁଙ୍କାର କୁ ଖାତିର ନ କରି ବିଜୁ ସ୍ୱାସ୍ଥ୍ୟ ଅଧ୍ୟକ୍ଷ ତଥା ବିଜେଡି ଜିଲ୍ଲା ସଭାପତି ସଭାପତି ଶ୍ରୀ ସୁଧୀର ଦାସ , ସଂପାଦକ ଶ୍ରୀ ଧୀରେନ୍ଦ୍ର ପାଣିଗ୍ରାହୀ , ଜଗନ୍ନାଥ ନୁଁଣ୍ଡରୁକା ପ୍ରମୁଖ ନିଜ ଦଳ ର ବିନ୍ଧାଣି ଶ୍ରୀ ନବୀନ ପଟ୍ଟନାୟକ ଙ୍କ ବିକାଶ କୁ ଆହୁରି ଲୋକଙ୍କ ପାଖରେ ପହଁଚେଇବା ପାଇଁ ଜ଼ୀଲ୍ଲା ପରିଷଦ ସଭ୍ୟ , ସରପଞ୍ଚ , ସମିତି ସଭ୍ୟ ଙ୍କ ଜିtaପଟ କୁ ବଳବତ୍ତର ରଖିବାକୁ ଭୋଟ ଭିକ୍ଷା ସମେତ ପ୍ରତିଦ୍ବନ୍ଦୀ କଂଗ୍ରେସ ର ମୁହଁ ତୋଡ ଜବାବ ରଖିଥିବା

ବେଳେ ନିର୍ବାଚନ ରେ ବିଜୟୀ ହୋଇ ଗାଦି ଅକ୍ତିଆର ସହ ନବୀନ ସରକାର ଙ୍କ ବହୁମୁଖୀ ଯୋଜନା କୁ ଲୋକାଭିମୁଖୀ କରିବା ନିମନ୍ତେ ଜନ ସାଧାରଣ ଙ୍କ ବିଶ୍ୱାସ ଜିତିବା କୁ ପ୍ରୟାସ କରିଛି ବିଜେଡି ଦଳ l

ଧୀରେନ୍ଦ୍ର ପାଣିଗ୍ରାହୀଙ୍କ ଅଧକ୍ଷତାରେ ବିଜେଡି ର ଏହି ସମ୍ମିଳନୀ ଅନୁଷ୍ଠିତ ହୋଇଥିବାବେଳେ ଅମ୍ବୋଦଳା ବଡ ସାହିର ଉଦିୟମାନ ଯୁବଗୋଷ୍ଠୀ ପଞ୍ଚାୟତ ସ୍ତରରେ କଂଗ୍ରେସ ଦୁର୍ନୀତି ସହିନପାରି ବିଜେଡି ଦଳ ପ୍ରତି ଆସ୍ଥା ପ୍ରକଟ କରିଥିବା ଦେଖିବାକୁ ମିଳିଛି l

ସ୍ତାନୀୟ ଉଦ୍ୟାମି ଯୁବକମାନେ ବିଜେଡି ସରକାରର ବିକାଶ ଧାରାରେ ସାମିଲ ହେବା ପାଇଁ ଲୋକଙ୍କୁ ଆଭାନ ଦେଇଥିବା ସହ ଏହି ସମ୍ମିଳନୀ ତଥା ମିଶ୍ରଣ ପର୍ବ ଆୟୋଜନରେ ପ୍ରମୁଖ ଭୂମିକା ନିଭାଇଥିଲେ l


ଏହି ମିଶ୍ରଣ ପର୍ବରେ ବିଏସପି ଏବଂ କଂଗ୍ରେସ ଦଳ ଛାଡି ୨୦୦ ରୁ ଉର୍ଦ୍ଧ କର୍ମୀ ବିଜେଡି ଦଳରେ ଯୋଗ ଦେଇଥିବା ବେଳେ ଶତାଧିକ ମହିଳା କର୍ମୀ ସାମିଲ ହୋଇ ବିଜେଡି ଦଳର ହାତ ମୁଠାକୁ ଶକ୍ତ କରିବା ସହ ଏକ ଦୁର୍ନୀତି ମୁକ୍ତ ଗ୍ରାମ ପଞ୍ଚାୟତ ଗଠନ କରିବାକୁ ଶପଥ ନେଇଛନ୍ତି l