
ଆସିକା , ୦୭/୦୨/୨୨ (ଜିଲ୍ଲା ଖବର ) : ସୂଚନା ମୁତାବକ ଆସିକା ଥାନା ଅଧିକାରୀଙ୍କ ନିର୍ଦେଶ କ୍ରମେ ପୋଲିସ ରାତ୍ରି ପେଟ୍ରୋଲିଙ୍ଗ କରୁଥିବା ସମୟରେ ଆସିକା ଚାରି ମଇଲି ନିକଟସ୍ଥ ବିଶ୍ରାମଗାରରେ କିଛି ଦୁର୍ବୁତ୍ତ ଡକାୟତି ଯୋଜନା କରୁଥିବାର ସୂଚନା ପାଇ ପୋଲିସ ଅତର୍କିତ ଭାବେ ଚଢ଼ାଉ କରିଥିଲା l

ଘଟଣା ସ୍ଥଳରୁ ଜଣେ ଫେରାର ହୋଇଯିବାରେ ସଫଳ ହୋଇଥିବା ବେଳେ ୪ ଜଣ କୁ ପୋଲିସ ଗିରଫ କରିଥିଲେ l ଗିରଫ ଚାରି ଜଣ ହେଲେ ବାବୁଲି ବିଶ୍ୱାଳ ବୟସ ୩୬ ଗ୍ରାମ ଅଗଝୋଳ,ଅକ୍ଷୟ କୁମାର ଗୌଡ଼ ବୟସ ୩୧ ଗ୍ରାମ ଗିରିଶଲା,ରାମଚନ୍ଦ୍ର ନାୟକ ବୟସ ୨୯ ଗ୍ରାମ ରାଇପଲ୍ଲୀ ,

ବାଲୁଙ୍କେଶ୍ୱର ପଢିଆରି ବୟସ ୧୮ ଗ୍ରାମ ରାଇପଲ୍ଲୀ ସେମାନଙ୍କ ନିକଟରୁ ୪ ଟି ପିସ୍ତଲ,୧୬ ଗୋଟି ଜୀବନ୍ତ ଗୁଳି,୮ ଗୋଟି ଜୀବନ୍ତ ବୋମା, ଗୋଟିଏ ହୋଣ୍ଡା ସିବି ୟୁନିକର୍ନମୋଟର ସାଇକେଲ , ଗୋଟିଏ ହିରୋ ମେଷ୍ଟ୍ରୋ ସ୍କୁଟି ,୨ ଗୋଟି କାତି,୫ ଟି କଳା ମୁଖା, ଗୋଟିଏ ଟର୍ଚ୍ଚ ଲାଇଟ,୨ ଟି ମହମବତୀ, ଗୋଟିଏ ଲଙ୍କାଗୁଣ୍ଡ ପ୍ୟାକେଟ, ଗୋଟିଏ ଦିଆସିଲି ପ୍ୟାକେଟ, କିଛି ଆପତ୍ତି ଜନକ ଜିନିଷ ପୋଲିସ ଜବତ କରିଛିl ପ୍ରାଥମିକ ତଦନ୍ତ ରୁ ଜଣାପଡିଛି ଯେ ସେମାନେ ଗୋଟିଏ ସୁନା ଦୋକାନରେ ଡକାୟତି ପାଇ ଯୋଜନା କରୁଥିଲେl ଏନେଇ ଆସିକା ଥାନାରେ ୭୧/୨୨ ନମ୍ବର ରେ ଏକ ମାମଲା ରୁଜୁ କରି ପୋଲିସ ତଦନ୍ତ ଆରମ୍ଭ କରିଛି l

ତଦନ୍ତ ପରେ ଅଧିକ ତଥ୍ୟ ପ୍ରାପ୍ତ ହେବ ବୋଲି ଆସିକା ଥାନାର ଏକ ସାମ୍ବାଦିକ ସମ୍ମିଳନୀରେ ଆସିକା ଉପଖଣ୍ଡ ପୋଲିସ ଅଧିକାରୀ ଉମା ଶଙ୍କର ସିଂ ସୂଚନା ଦେଇଛନ୍ତି।ଆସିକା ଥାନା ଅଧିକାରୀ ପ୍ରଶାନ୍ତ ସାହୁଙ୍କ ନେତୃତ୍ୱରେ ଏହି ସଫଳତା ପୋଲିସକୁ ମିଳିଥିଲା ବୋଲି ଶ୍ରୀ ସିଂ ପ୍ରକାଶ କରିଛନ୍ତି।
ଆସିକାରୁ କମଳେନ୍ଦୁ ହୋତାଙ୍କ ରିପୋର୍ଟ ଜିଲ୍ଲା ଖବର ।



