Home ଅପରାଧ ବିଧବା ମହିଳାଙ୍କ ଆତ୍ମହତ୍ୟା

ବିଧବା ମହିଳାଙ୍କ ଆତ୍ମହତ୍ୟା

16
gettyimages


ଆସିକା, (ଖିରୋଦ ଚନ୍ଦ୍ର ବେହେରା) ; ଆସିକା ନିରଞ୍ଜନ ନଗର ବିଇଓ ଅଫିସ ପଡିଶା ନିର୍ମାଣ ଧିନ ଏକ ଘରୋଇ ଛାତ ଲୁହା ଛାତ ରଡରେ ବେକରେ ଲୁଗା ଲଗାଇ ଆତ୍ମହତ୍ୟା କରିଥିବା ଜଣାଯାଇଛି । ନିରଞ୍ଜନଗର ଆଜି ଦିନ ପ୍ରାୟ ୨ଟା ବେଳେ ଚନ୍ଦନ ବୁକ ଷ୍ଟୋରର ଇଙ୍ଗ ଭଉଣି ସଞ୍ଜୁକ୍ତା ଚୈାଧୁରୀ ବୟସ ୫୩ ପୋଲିସ ଅଫିସର ସ୍ୱାମୀ ସୁନିଲ ଚୈାଧୁରୀ ଗତ ଦୁଇ ବର୍ଷ ତଳେ ମୃତ୍ୟୁବରଣ କରିଥିଲେ । ଏହି ଘଟଣାରେ ମାନସିକ ଚାପରେ ରହୁଥିବା ସଞ୍ଜୁକ୍ତା ଚୈାଧୁରୀ ଶେଷରେ ମାନସିକ ଭାରସାମ୍ୟ ହରାଇ ଆଜି ବଡ ଭଉଣୀ ରେଣୁବାଳା ଦାଶଙ୍କ ନିର୍ମାଣ ଧିନ ଘରର ପଚଂମ କୋଠରୀ ଛାତ ରଡରେ ଏକ ଲୁଗା ଦ୍ୱାରା ବେକରେ ଲଗାଇ ମୃତ୍ୟୁବରଣ କରିଥିଲେ । ଦିର୍ଘ ସମୟ ଧରି କବାଟ ଖୋଲି ନଥିବା ଯୋଗୁଁ ଘର ସମ୍ମୁଖରେ ଥିବା ନିଜ ସାନ ଭାଇ ଅଜିତ କୁମାର ଦାଶ ସନ୍ଦେହ କରି ସାହିବାସୀଙ୍କୁ ଡାକି ଘର ଚାବି ଭାଙ୍ଗି ଘରେ ଦେଖିଲା ବେଳେ ଭଉଣି ଛାତ ରଡରେ ଝୁଲୁଥିବା ଦେଖିବାକୁ ପାଇଥିଲେ । ସ୍ଥାନୀୟ ପୋଲିସକୁ ଖବର ଦେବା ପରେ ଘଟଣା ସ୍ଥଳରେ ପୋଲିସ ପହଁଚି ଛାତ ରଡରେ ଝୁଲି ରହିଥିବା ସଞ୍ଜୁକ୍ତା ଚୈାଧୁରୀର ମର ଶରୀରକୁ ଜବତ କରି ଏକ ଅପମୃତ୍ୟୁ ମାମଲା ରୁଜୁ କରିଥିଲେ । ସ୍ୱାମୀ ମରିବା ପରେ ସଞ୍ଜୁକ୍ତା ନିଜ ବାପା ଘରେ ଭାଇ ଓ ଭାଉଜ ସହ ଭଲରେ ରହୁଥିବା ବେଳେ ହଠାତ ଏହିଭଳି ଆତ୍ମହତ୍ୟା ଘର ଓ ସାହିବାସୀଙ୍କୁ ଚକିତ କରିବା ସହ ଶୋକର ଛାୟା ଖେଳି ଯାଇଛି । ମୃତ୍ୟୁ ସଞ୍ଜୁକ୍ତା ଜଣେ ଭଦ୍ର ମେଳାପି ପ୍ରକୃତି ମହିଳା ଥିଲେ ।