
ଆସିକା , ୦୬/୦୨/୨୨ (ଜିଲ୍ଲା ଖବର ) : ଆସିକା ସବ ଜେଲରେ ଥିବା କଏଦୀ ସିଲୁ ଓରଫ ଗୌତମ ପୋଲେଇଙ୍କ ଦେହ ଅସୁସ୍ଥ ହେବାରୁ ତାଙ୍କୁ ଆସିକା ଡାକ୍ତରଖାନା କୁ ଏକ ଅଟୋ ସାହାଯ୍ୟରେ ଜେଲ କତ୍ତୃପକ୍ଷ ସ୍ଥାନତାର କରୁଥିବା ବେଳେ ସିଲୁ ଙ୍କ ସହଯୋଗୀ ମାନେ ଜେଲ କର୍ମଚାରୀ ଙ୍କୁ ଗାଳି ଗୁଳଜ କରି ତାଙ୍କୁ ଚିକିତ୍ସା ପାଇଁ ନିଜସହ ନେଇ ଯାଇଥିଲେ।ଏ ଘଟଣା ରେ ଆସିକା ପୋଲିସ ସିଲୁ ଙ୍କ ସମେତ ୪ ଜଣ ଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି।ଘଟଣା ଟି ଗତ ୨୧/୦୨/୨୨ ତାରିଖରେ ଘଟିଥିବା ନେଇ ଥାନା ରେ ଆସିକା ସବ ଜେଲଅଧିକାରୀ ଘଟଣା ସମ୍ପର୍କରେ ଏତଲା ଦେଇଥିଲେ। ସିଲୁ କୁ ଉଠେଇ ନେବାରେ ୧୦ ରୁ ୧୨ ଜଣ ସମ୍ପୃକ୍ତି ଥିବା ଏବଂ ଏମାନେ ଜେଲ କର୍ମଚାରୀ ଙ୍କୁ ଗାଳି ଗୁଲଜ ସମେତ ଧମକ ଚମକ ଦେଇଥିବା ଏତଲା ରେ ଦର୍ଶା ଯାଇଛି।କେଶ ନମ୍ବର ୩୩/୨୨ ପ୍ରକାରେ ମାମଲା ରୁଜୁ କରି ପୋଲିସ ପାକାଲାପଲ୍ଲୀ ଠାରୁ ସିଲୁ ଓରଫ ଗୌତମ ପୋଲେଇ ବୟସ ୩୨ ,ସାଇଶଙ୍କର ପୋଲେଇ ବୟସ ୩୫ , ଜିତେନ୍ଦ୍ର ପୋଲେଇ ବୟସ ୪୩ , ଗାନ୍ଧୀ ପରିଡା ବୟସ ୩୧ କୁ ଗିରଫ କରି ଥିବା ନେଇ ଆସିକା ଏସଡିପିଓ ଉମା ଶଙ୍କର ସିଂ ଆସିକା ଥାନା ପରିସରରେ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି।ଆସିକା ଏସଡିପିଓ ଉମା ଶଙ୍କର ସିଂ। ଏହି ସଫଳତା ପାଇଁ ଥାନା ଅଧିକାରୀ ପ୍ରଶାନ୍ତ ସାହୁ ଙ୍କ ନେତୃତ୍ୱରେ ତାଙ୍କ ଗଠିତ ଟିମ ଦ୍ୱାରା ସମ୍ଭବ ହୋଇଛି ବୋଲି ପ୍ରକାଶ କରିଥିଲେ।



