
୦୬/୦୨/୨୨ (ଜିଲ୍ଲା ଖବର ) : ଗଞ୍ଜାମ ଜିଲ୍ଲା ଆସିକା ପୋଲିସ କୁ ମିଳିଛି ଏକ ବଡ଼ ସଫଳତା l

ଗୋଟିଏ ଅନ୍ତଃରାଜ୍ୟ ସିନ୍ଧି ଚୋରି ଗେଙ୍ଗ କୁ ଧରିବାରେ ସଫଳ ହୋଇଛି ଆସିକା ପୋଲିସ l

ଏମାନଙ୍କ ନିକଟରୁ ୪୦୦ ଗ୍ରାମରୁ ଉର୍ଦ୍ଧ ପରିମାଣର ସୁନା ରୁପା ଅଳଙ୍କାର ସହିତ ଖୋର୍ଦ୍ଧା ଜିଲ୍ଲା ନାଚୁଣୀ ଅଞ୍ଚଳର ୩ ଅଭିଯୁକ୍ତ ଓ ଜଣେ ସୁନା ବ୍ୟବସାୟୀ ଏବଂ ଆସିକା ବାବନପୁର ଅଞ୍ଚଳର ଜଣକୁ ଗିରଫ କିରିଛି ପୋଲିସ l ଏହି ଅଭିଯୁକ୍ତ ମାନେ ରାଜ୍ୟର ବିଭିନ୍ନ ସ୍ଥାନରେ ଘରଭଡା ନେଇ ଚୋରି ଯୋଜନା କରି ରାତିଅଧିଆ ଟଙ୍କା ସୁନା ଲୁଟ କରି ଲୁଟ ସୁନା ରୁପା ଅଳଙ୍କାର କୁ ଖୋର୍ଦ୍ଧା ଜିଲ୍ଲା ବାଣପୁର ଥାନା ନାଚୁଣୀ ର ସୁନା ଦୋକାନୀ ଶିବ ପ୍ରସାଦ ନାୟକ ଙ୍କୁ ଦେଇ ଟଙ୍କା ନେଇ ଉଭୟଙ୍କ ମଧ୍ୟରେ ଭାଗକରୁଥିଲେ l

ସେହିଭଳି ଗତ ୧୪ ତାରିଖ ଦିନ ଆସିକା ରାଜେନ୍ଦ୍ର ନଗର ଜଣେ ବ୍ୟକ୍ତିଙ୍କ ଘରୁ ସୁନା ଅଳଙ୍କାର ସହିତ ନଗଦ ଟଙ୍କା ଚୋରି ହୋଇଥିବା ଅଭିଯୋଗ ହୋଇଥିଲା l

ଏହି ଘଟଣା ର ତଦନ୍ତ ବେଳେ ବାବନପୁର ଅଞ୍ଚଳର ଯୁବକଙ୍କୁ ଅଟକରଖି ପଚାର ଉଚରା ବେଳେ ଏହି ଗେଙ୍ଗ ବିଷୟରେ ଖବର ପାଇଥିଲା ପୋଲିସ l

ଅନ୍ୟପଟେ ଏହି ଅଭିଯୁକ୍ତ ମାନେ ମଧ୍ୟ ହିଞ୍ଜିଳିକାଟୁ, ପାଟପୁର, ବାଣପୁର, ବାଲୁଗାଁ ଥାନା ଅଞ୍ଚଳର ବିଭିନ୍ନ ସ୍ଥାନରେ ହୋଇଥିବା ଚୋରି ଘଟଣାରେ ସମ୍ପୃକ୍ତି ଥିବା ସୂଚନା ରହିଥିବା ଆସିକା ଏସ୍ଡ଼ିପିଓ ଗଣମାଧ୍ୟମ କୁ ସୂଚନା ଦେଇଛନ୍ତି l



