Home ଆଞ୍ଚଳିକ ନନ୍ଦାହାଣ୍ଡି ଜୋନ – ୨ ବିଜେପି ଜିଲ୍ଲା ପରିଷଦ ପ୍ରାର୍ଥୀଙ୍କ ପାଇଁ ପ୍ରଚାର କଲେ ଜିଲ୍ଲା...

ନନ୍ଦାହାଣ୍ଡି ଜୋନ – ୨ ବିଜେପି ଜିଲ୍ଲା ପରିଷଦ ପ୍ରାର୍ଥୀଙ୍କ ପାଇଁ ପ୍ରଚାର କଲେ ଜିଲ୍ଲା ନେତା l

91

ନବରଙ୍ଗପୁର , ୦୬/୦୨/୨୨ (ଜିଲ୍ଲା ଖବର ) : ନବରଙ୍ଗପୁର ନନ୍ଦାହାଣ୍ଡି ବ୍ଲକରେ ପଞ୍ଚାୟତ ନିର୍ବାଚନ ପ୍ରଚାର ଜୋର ଧରିଛି l ନବରଙ୍ଗପୁର ଜିଲ୍ଲା ନନ୍ଦାହାଣ୍ଡି ବ୍ଲକ ଜୋନ – ୨ ର ବିଜେପି ଜିଲ୍ଲା ପରିଷଦ ପ୍ରାର୍ଥୀ ବୃନ୍ଦାବନ ନାୟକଙ୍କ ପାଇଁ ବିଜେପି ଜିଲ୍ଲା ସଭାପତି ଜଗଦୀଶ ଚନ୍ଦ୍ର ବିଷୋୟୀ , ବିଜେପି ବିଧାୟକ ପ୍ରାର୍ଥୀ ତଥା ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଗୌରୀ ଶଙ୍କର ମାଝୀ ନନ୍ଦାହାଣ୍ଡି ବ୍ଲକ ଜୋନ – ୨ ଅନ୍ତର୍ଗତ ମେଣ୍ଟ୍ରି ପଞ୍ଚାୟତର ବାଦୀଗୁଡା, ହିରଳିଆ ଗୁଡା ଓ ମେଣ୍ଟ୍ରି ଗ୍ରାମରେ ଜୋରଦାର ପ୍ରଚାର କରିବା ସହ ବିଜେପି ପ୍ରାର୍ଥୀଙ୍କ ଭୋଟ ଦେବାକୁ ଅନୁରୋଧ କରିଥିଲେ l

ପ୍ରାର୍ଥୀ ସେମାନଙ୍କ ସମର୍ଥକ ମାନଙ୍କୁ ଧରି ଗାଁ ମାନଙ୍କରେ ପହଞ୍ଚି ଗ୍ରାମ୍ୟ ପରିକ୍ରମା ଓ ସଭା ସମିତି କରି କେନ୍ଦ୍ର ସରକାରଙ୍କ ବିଭିନ୍ନ ଯୋଜନା ପ୍ରଧାନମନ୍ତ୍ରୀ ଆବାସ ଯୋଜନା

ସ୍ୱଚ୍ଛ ଭାରତ ଯୋଜନା, ଉଜ୍ଜଳା ଯୋଜନା, ସୌଭାଗ୍ୟ ଯୋଜନା ବିଷୟରେ ଲୋକଙ୍କୁ ବୁଝାଇବା ସହ ରାଜ୍ୟ ସରକାରଙ୍କ ବିଭିନ୍ନ ଦୁର୍ନୀତି ପାଇଖାନା , ଆବାସ ଦୁର୍ନୀତି ବିଷୟରେ ଲୋକଙ୍କୁ ସଚେତନ କରିଥିଲେ l

ଭୋଟର ମାନଙ୍କୁ ଖୁସି କରି ଭୋଟ୍ ହାତେଇବା ପାଇଁ ଗାଁ ଗାଁରେ ବୁଲି ବିଜେପି ନେତା ଓ କର୍ମୀ ମାନେ ଘରେ ଘରେ ପହଂଚି ପ୍ରଚାର କରି ଭୋଟ ଭିକ୍ଷା କରିଛନ୍ତି l

ପ୍ରଚାରରେ ବିଜେପିର ଜିଲ୍ଲା ସଭାପତି ଜଗଦୀଶ ଚନ୍ଦ୍ର ବିଷୋୟୀ , ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଗୌରୀ ଶଙ୍କର ମାଝୀ , ନନ୍ଦାହାଣ୍ଡି ବ୍ଲକ ମଣ୍ଡଳ ସାଧାରଣ ସଂପାଦକ ରାମ ବିଷୋୟୀ, ଜିଲ୍ଲା ଉପ ସଭାପତି ସନାତନ ତ୍ରିପାଠୀ, ନନ୍ଦାହାଣ୍ଡି ବ୍ଲକ ମଣ୍ଡଳ ସାଧାରଣ ସଂପାଦକ ରାମ ବିଷୋୟୀ, ଧନୁର୍ଜୟ ଗୌଡ଼ , ନବୀନ ମାଝୀ, ବିନୁ ହରିଜନଙ୍କ ସମେତ ବହୁ ବିଜେପି କର୍ମକର୍ତ୍ତା ମାନେ ଯୋଗ ଦେଇ ପ୍ରଚାର କରିଥିଲେ l


ନବରଙ୍ଗପୁର ରୁ ବିଷ୍ଣୁ ପ୍ରସାଦ ବିଷୋୟୀ ଙ୍କ ରିପୋର୍ଟ ଜିଲ୍ଲା ଖବର ।