
ଆସିକା , ୦୫/୦୨/୨୨ (ଜିଲ୍ଲା ଖବର ) : ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପରିପେକ୍ଷୀରେ ଆସିକା ବ୍ଲକରେ ରାଜନୀତି ମାହୋଲ ସରଗରମ ହୋଇଛି l

ଏହି ପରିପେକ୍ଷୀରେ ଭବାନୀ ଶଙ୍କର ମଲ୍ଲିକ ଓରଫ ଟୁଟୁ ମଲ୍ଲିକ କେନ୍ଦୁପଦର ସରପଞ୍ଚ ଭାବେ ପ୍ରତିଦ୍ବନ୍ଦିତା କରୁଛନ୍ତି ସେଭଳି ତାଙ୍କ ସହ ତାଙ୍କ ଭଉଣୀ ବାସନ୍ତୀ ପ୍ରଧାନ କେନ୍ଦୁପଦର ପଞ୍ଚାୟତ ରୁ ସମିତି ସଭ୍ୟା ପାର୍ଥି ହୋଇଛନ୍ତି ସେମିତି ଟୁଟୁଙ୍କ ଧର୍ମପତ୍ନୀ ଶିଖା ମଲ୍ଲିକ ମଧ୍ୟ୍ୟ ବଙ୍ଗରଡ଼ା ପଞ୍ଚାୟତ ରେ ସମିତିସଭ୍ୟା ପାର୍ଥି ଓ ସନ୍ଧ୍ୟା ରାଣୀ ପୋଲାଈ ସରପଞ୍ଚ ପାର୍ଥି ରୂପେ ଉଭା ହୋଇଛନ୍ତି ଓ ଅନ୍ୟପଟେ ଭାଇ ହରେକୃଷ୍ଣ ମଲ୍ଲିକ ଯେକି ଆସିକା ବ୍ଲକ ଅଧକ୍ଷ ଅଛନ୍ତି ସେ ମଧ୍ୟ ବେଣାପାଟ ପଞ୍ଚାୟତ ରୁ ସମିତି ସଭ୍ୟ ଭାବେ ରଣାଙ୍ଗନ ରେ ଅଛନ୍ତି l

ନାହାଡା ସ୍ଥିତ ବାବା ଆଖଣ୍ଡଳମଣି ମନ୍ଦିରରୁ ଟୁଟୁ ସାଙ୍ଗରେ ନିଜ ଭଉଣୀ ଓ ସ୍ତ୍ରୀ ଙ୍କ ସହ ତାଙ୍କ ସମର୍ଥିତ ଜିଲ୍ଲାପରିଷଦ,ସମିତିସଭ୍ୟ, ସରପଞ୍ଚ ଓ ୱାର୍ଡ ମେମ୍ବରଙ୍କ ସମେତ ଶହ ଶହ ସମର୍ଥକଙ୍କୁ ନେଇ ପ୍ରଚାର କାର୍ଯ୍ୟ ଆରମ୍ଭ କରିଛନ୍ତି l

ବଙ୍ଗରଡ଼ା ପଞ୍ଚାୟତର ନାହାଡା, ଖୁକୁଣ୍ଡିଆ, ପଣସପଲ୍ଲୀ, ଆମ୍ବପୁଆ ଗ୍ରାମକୁ ଯାଇ ଭୋଟର ଙ୍କ ପାଖରେ ନବୀନଙ୍କ ସ୍ୱଚ୍ଛ ଶାସନ ସମ୍ପର୍କରେ ବୁଝାଇ ନିଜ ସପକ୍ଷରେ ଭୋଟଭିକ୍ଷା କରିଛନ୍ତି l


