Home ଆଞ୍ଚଳିକ ମିଡିଆ ଏକାଦଶ ୬ ବିକେଟରେ ବିଜୟୀ।

ମିଡିଆ ଏକାଦଶ ୬ ବିକେଟରେ ବିଜୟୀ।

71


ବ୍ରହ୍ମପୁର , ୦୪/୦୨/୨୨ (ଜିଲ୍ଲା ଖବର ) : ସ୍ଥାନୀୟ ଏମକେସିଜି ମେଡିକାଲ ଖେଳ ପଡ଼ିଆରେ ଚାଲିଥିବା ଏକାଡେମୀ କପ୍‌-୨୦୨୨ ଟି-20′ କ୍ରିକେଟ ଟୁର୍ଣ୍ଣ।ମେଣ୍ଟର ଆଜି ୟୁନିଅନ କ୍ଲବ ଓ ମିଡିଆ ଏକାଦଶ ମଧ୍ୟରେ ବନ୍ଧୁତ୍ବପୂର୍ଣ୍ଣ ମ୍ୟାଚ ଅନୁଷ୍ଠିତ ହୋଇଛି। ୟୁନିଅନ କ୍ଲବ ଟସ୍‌ ଜିତି ପ୍ରଥମେ ବ୍ୟାଟିଂ କରିଥିଲା।

ନିର୍ଦ୍ଧ।ରିତ ୧୨ ଓଭରରେ ଦଳ ୫ ଵିକେଟ ହରାଇ ୯୮ ରନ୍‌ କରିଥିଲା। ଦଳ ପକ୍ଷରୁ ଅରୁଣ ୨୮ ରନ୍‌ ଓ ମିହିର ୧୬ ରନ୍‌ କରିଥିଲେ। ମିଡିଆ ଏକାଦଶର ସୀତାରାମ ୨ ଟି ଵିକେଟ ନେଇଥିବା ବେଳେ ବାବୁଲା, ସାଗର, ରବି ଗୋଟିଏ ଲେଖାଏଁ ଵିକେଟ ନେଇଥିଲେ। ଜବାବରେ ମିଡିଆ ଏକାଦଶ ବ୍ୟାଟିଂ କରି ୧୧.୧ ଓଭରରେ ୪ ଟି ଵିକେଟ ହରାଇ ୯୭ ରନ୍‌ କରି ବିଜୟୀ ହୋଇଥିଲା।

ଦଳପକ୍ଷରୁ ଗୋପାଳ ଓ ସାଗର ୨୦ ରନ୍‌ ଲେଖାଏଁ କରିଥିବା ବେଳେ ସୀତାରାମ ୨୭ ରନ୍‌ କରିଥିଲେ। ବିପକ୍ଷ ଦଳର ବାଚୁ, ପବି ଗୋଟିଏ ଲେଖାଏଁ ଵିକେଟ ନେଇଥିଲେ। ମ୍ୟାନ୍‌ ଅଫ୍‌ ଦ ମ୍ୟାଚ ଭାବେ ସୀତାରାମଙ୍କୁ ପୁରସ୍କୃତ କରାଯାଇଥିଲା।

ଉପଜିଲ୍ଲାପାଳ ଭି.କୀର୍ତ୍ତିଭାସନ, ବିଏମସି କମିଶନର ଡ.ସିଦ୍ଧେଶ୍ବର ବଳିରାମ ବୋନ୍ଦର ଉପସ୍ଥିତ ରହି ମିଡିଆ ଏକାଦଶକୁ ବିଜେତା ଟ୍ରଫି ପ୍ରଦାନ କରିଥିଲେ।