
ଆସିକା , ୦୪/୦୨/୨୨ (ଜିଲ୍ଲା ଖବର ) : ପୁଣି ଧରାକୋଟ ଥାନା ଏରିୟା ରେ ରାଜନୈତିକ ହିଂସା।ଜଗମୋହନ ପଞ୍ଚୟତ ଅନ୍ତର୍ଗତ ପୁଉଟୁ ଗ୍ରାମରେ ନିର୍ବାଚନ ପ୍ରଚାର ସମୟରେ ଦୁଇ ୱାଡ଼ ମେମ୍ଭାର ମଧ୍ୟରେ ମାରପିଟ। ଜଣେ ଆହତ।ଆହତ ୱାଡ଼ ମେମ୍ଭାର ଧରାକୋଟ ମେଡ଼ିକାଲ ରେ ଭତି ।ଘଟଣା ସ୍ଥଳରେ ଧରାକୋଟ ପୋଲିସ ପହଞ୍ଚି ତଦନ୍ତ ଜାରି। ସୂଚନା ମୁତାବକ ଆଜି ଆହତ ୱାଡ଼ ମେମ୍ବାର ଜଣକ ସାହିରେ ଲୋକଙ୍କ ସହ ମିଶି ପ୍ରଚାର କରୁଥିବା ସମୟରେ ସେହି ୱାଡ଼ ରେ ୱାଡ଼ ମେମ୍ବାର ରୂପେ ନିର୍ବାଚନ ଲଢ଼ୁଥିବା ଅନ୍ୟ ଜଣେ ୱାଡ଼ ମେମ୍ଭାର ଆସି ପାଟିତୁଣ୍ଡ କରିଥିଲେ।ପରେ ଦୁଇ ୱାଡ଼ ମେମ୍ବାର ପ୍ରାଥି ଜଗନ୍ନାଥ ପରିଡା ଓ ଦେବରାଜ ମୁନି ହାତା ହାତୀ ହେବା ଫଳରେ ଦେବରାଜ ମୁନି ଆହତ ହୋଇଛନ୍ତି।



