
ଆସିକା , ୦୪/୦୨/୨୨ (ଜିଲ୍ଲା ଖବର ) : ଆଜି କାଳଷଣ୍ଢପୁର ଗ୍ରାମରେ ଜୋନ୍ ନଂ-୩ ବିଜେଡ଼ି କାର୍ଯ୍ୟାଳୟ ଉଦ୍ଘାଟନ କରାଗଲା l ଉକ୍ତ ଉଦ୍ଘାଟନ ଉତ୍ସବ ରେ ବି. ମନୋଜ କୁମାର ଦୋରାଙ୍କ କରକମଳରେ ସର୍ବ ପ୍ରଥମେ ହରି ହର ଦାସଙ୍କ ପ୍ରତିମୂର୍ତ୍ତି ରେ ମାଲ୍ୟାର୍ପଣ କରି କାର୍ଯ୍ୟାଳୟ ଉଦ୍ଘାଟିତ କରିବା ସହ ଉକ୍ତ କାର୍ଯ୍ୟାଳୟ ରେ ଲୋକମାନଙ୍କୁ ଶଙ୍ଖ ଚିହ୍ନ ରେ ବିପୁଳ ସଂଖ୍ୟାରେ ମୋହର ମାରି ଜୟଯୁକ୍ତ କରାଇବା ପାଇଁ ଅନୁରୋଧ କରିଥିଲେ l ଏଥିରେ ବହୁ ବିଜେଡ଼ି କର୍ମୀ ଯୋଗ ଦେଇଥିଲେ l

ପ୍ରତାପ, ସାଇରଞ୍ଜନ ଦଳେଇ, ସାଇ ପାତ୍ର,ନିଗମାନନ୍ଦ ରାଉତ ଓ ସରପଞ୍ଚ ପ୍ରାର୍ଥୀ ଶ୍ରୀମତୀ ଜୟନ୍ତୀ ବେହେରା ମଧ୍ୟ ମାଛ ଚିହ୍ନ ରେ ବିପୁଳ ସଂଖ୍ୟା ରେ ମୋହର ମାରି ଜୟଯୁକ୍ତ କରିବା ପାଇଁ ଅନୁରୋଧ କରିଥିଲେ,ପୂର୍ବତନ ସମିତି ସଭ୍ୟ ସମୀର ବେହେରା ତଥା ପୂର୍ବତନ ସରପଞ୍ଚ ଅମର ବିଶ୍ବାଳ ,ସମାଜ ସେବୀ କାଳୁଚରଣ ପାତ୍ର, ଟୁକୁନା ନାହାକ,ବିଜୟ କୁମାର ବିଶ୍ବାଳ ଓ ଗ୍ରାମର ବହୁ ମାନଗନ୍ୟ ବ୍ୟକ୍ତିଙ୍କ ସହ ବହୁ ବୟୋଜ୍ୟେଷ୍ଠ ବ୍ୟକ୍ତି ପ୍ରମୁଖ ଉପସ୍ଥିତ ଥିଲେ l


