
ବ୍ରହ୍ମପୁର , ୦୪/୦୨/୨୨ (ଜିଲ୍ଲା ଖବର ) : ପଂଚାୟତ ନିର୍ବାଚନ ଚାଲିଥିବା ବେଳେ ଅବକାରୀ ବିଭାଗ ପକ୍ଷରୁ କଡା ଯାଞ୍ଚ। ବିକ୍ରି ପାଇଁ ରଖାଯାଇଥିବା ବିପୁଳ ପରିମାଣର ନକଲି ବିଦେଶୀ ଜବତ କରିଛି ଅବକାରୀ ବିଭାଗ।

ବ୍ରହ୍ମପୁର ସଦର ଥାନା ଅନ୍ତର୍ଗତ ବ୍ରଜନଗର ୩ ୟ ଲାଇନର ଏକ ଘର ଉପରେ ଚଢ଼ାଉ କରି ୨୦ ପେଟି(୯୬୦ ବୋତଲ )ନକଲି ବିଦେଶୀ ମଦ ଜବତ କରିଛି।

ଏହାର ଆନୁମାନିକ ମୂଲ୍ୟ ପ୍ରାୟ ଦେଢ଼ ଲକ୍ଷ ଟଙ୍କା ହେବ ଏହି ଅଭିଯୋଗରେ ଜଣଙ୍କୁ ଗିରଫ କରିଛି। ଏଗୁଡ଼ିକୁ ସେ ସହର ନିକଟସ୍ଥ ଗ୍ରାମ ଗୁଡିକରେ ବିକିବା ପାଇଁ ରଖିଥିବା ପଚରାଉଚରା ବେଳେ ପୋଲିସ ଜାଣିବାକୁ ପାଇଛି।



