Sunday, October 11, 2026
Home ଅପରାଧ ଠକି ଦେଲେ ଠିକା ଦାର, ୬ ମାସରେ ଗଲା ନାହିଁ ରାସ୍ତା l

ଠକି ଦେଲେ ଠିକା ଦାର, ୬ ମାସରେ ଗଲା ନାହିଁ ରାସ୍ତା l

71


ଯାଜପୁର , ୦୪/୦୨/୨୨ ( ଜିଲ୍ଲା ଖବର ) : ବିଭାଗ ପକ୍ଷରୁ ଗ୍ରାମକୁ ସଂଯୋଗ କରୁଥିବା ମୁଖ୍ୟ ରାସ୍ତାର ପ୍ରଶସ୍ତୀକରଣ ସହିତ ପିଚୁ କିମ୍ବା କଙ୍କ୍ରିଟ୍ ରାସ୍ତା ନିର୍ମାଣ ନେଇ କୋଟି କୋଟି ଟଙ୍କା ବ୍ୟୟ କରାଯାଉଥିବା ବେଳେ ମାତ୍ର ଛଅମାସ ପୂର୍ବରୁ ହୋଇଥିବା ପିଚୁ ରାସ୍ତାର ଅବସ୍ତା ଦେଖିଲେ ଆପଣବି କହିବେ ଏ ରାସ୍ତା ନୂହେଁ ସତେ ଯେମିତି ମରଣଯନ୍ତା ।

ହଁ ଆଜ୍ଞା ଆମେ କହୁଛୁ ଯାଜପୁର ଜିଲ୍ଲା ଧର୍ମଶାଳା ବ୍ଲକ ଥାନୁଆଳ ପଞ୍ଚାୟତର କଣ୍ଟାମାଳିଆ ଠାରୁ ପଞ୍ଚାୟତ ଅଫିସ ପର୍ଯ୍ୟନ୍ତ ମୁଖ୍ୟ ରାସ୍ତାର କଥା ଯାହାକି ଏବେ ସାଧାରଣ ଲୋକଙ୍କ ପାଇଁ ସାଜିଛି ଏକ ମରଣାଯନ୍ତା ଅତି ଦୟନୀୟ ପରିସ୍ଥିତିରେ ଯାତାୟାତ କରୁଛନ୍ତି । ହଜାର ହଜାର ଲୋକେ ଏ ନେଇ ଚଳିତବର୍ଷ ପଞ୍ଚାୟତ ନିର୍ବାଚନରେ ଗାଁ କାନ୍ଥରେ ମରାଯାଇଛି ଗୋଟେ ପୋଷ୍ଟର ଯେଉଁଥିରେ ଲେଖାଅଛି ଭୋଟ ଦେବା କାହିଁକି?

ଯାହାକି ଧର୍ମଶାଳା ଅଞ୍ଚଳରେ ବେଶ୍ ଚର୍ଚାର ବିଷୟ, ତେବେ ଏହି ରାସ୍ତାର ପୁନଃ ନିର୍ମାଣ ଦାବିନେଇ ଯେତେ ସ୍ୱର ଉତ୍ତୋଳନ କଲେବି କେହି ଶୁଣୁନାହାନ୍ତି ବୋଲି ଅଭିଯୋଗ କରିଥିଲେ ଗ୍ରାମବାସୀ । ତେବେ ଆମ୍ଭ ଏହି ଚ୍ୟାନେଲ ମାଧ୍ୟମରେ ଖବର ପ୍ରସାରଣ ହେବା ପରେ କେବେ ଏହି ରାସ୍ତାକାର୍ଯ୍ୟ ସମ୍ପୂର୍ଣ୍ଣ ହେଉଛି ତାହା ଦେଖିବା ବାକି ରହିଲା l

ଯାଜପୁର ଧର୍ମଶାଳା ରୁ ପ୍ରମୋଦ ରାଉତ ଙ୍କ ରିପୋର୍ଟ ଜିଲ୍ଲା ଖବର ନିୟୁଜ l