Monday, October 12, 2026
Home ଆଞ୍ଚଳିକ ଜି ଆଇ ଇ ଟି ବିଶ୍ୱବିଦ୍ୟାଳୟରେ ଦୁଇ ଦିନିଆ ଅନଲାଇନ ମାଧ୍ୟମ ରେ ଆନ୍ତର୍ଜାତିୟ ସମ୍ମିଳନୀ-ଆଇ...

ଜି ଆଇ ଇ ଟି ବିଶ୍ୱବିଦ୍ୟାଳୟରେ ଦୁଇ ଦିନିଆ ଅନଲାଇନ ମାଧ୍ୟମ ରେ ଆନ୍ତର୍ଜାତିୟ ସମ୍ମିଳନୀ-ଆଇ ସି ଏନ ଜି ଆଇ ଓ ଟି-୨୦୨୨ ଅନୁଷ୍ଠିତ ।

83


ଗୁଣୁପୁର , ୦୩/୦୨/୨୨ (ଜିଲ୍ଲା ଖବର ) : ସ୍ଥାନୀୟ ଜିଆଇଇଟି ବିଶ୍ୱବିଦ୍ୟାଳୟର କମ୍ପୁଟର ବୈଷୟୀକ ବିଜ୍ଞାନ ବିଭାଗ ତରଫରୁ ଦୁଇ ଦିନିଆ ଆନ୍ତର୍ଜାତିୟ ସମ୍ମିଳନୀ ’’ଆଇ.ସି.ଏନ.ଜି.ଆଇ.ଓ.ଟି- ୨୦୨୨’’ (ICNGIoT-2022) ଅନ ଲାଇନ ମାଧ୍ୟମରେ ଅନୁଷ୍ଠିତ ହୋଇଯାଇଅଛି । ଇନଟରନେଟ୍ ଅଫ୍ ଥିଙ୍ଗସ ର ଆଗାମୀ ପିଢୀ ତଥା ନିକଟ ଭବିଷ୍ୟତରେ ମାନବ ସମାଜ ଉପରେ ଏହାର ସୁପ୍ରଭାବକୁ ନେଇ ସମ୍ମୀଳନିଟି ଅନୁଷ୍ଠିତ ହୋଇଯାଇଅଛି।


ଭାରତ ସରକାରଙ୍କର ଏନଆଇସି ବିଭାଗର ମହାନିର୍ଦେଶକ ଡ଼ଃ ନୀତା ବର୍ମା ମୁଖ୍ୟ ଅତିଥି ଭାବେ ବାର୍ତ୍ତା ମାଧ୍ୟମରେ ଏହି ଆନ୍ତର୍ଜାତିୟ ସମ୍ମିଳନୀର ସଫଳତା କାମନା କରିଥିଲେ ।
ସି ଏସ ଆଇ ର ତତ୍ତକାଳୀନ ପୁର୍ବତନ ସଭାପତି ତଥା ସମ୍ମିଳନୀର ଅଧ୍ୟକ୍ଷ ଡ଼ଃ ଏ କେ ନାଏକ ଯୋଗଦେଇ ଆଇ ଓ ଟି ଜ୍ଞାନକୌଶଳ ର ଉପଯୋଗିତା ଏବଂ ମାନବ ସମାଜରେ ଏହାର ବହୁଳିକରଣ ଉପରେ ପ୍ରାରମ୍ୱିକ ଅଭିଭାଷଣ ଦେଇଥିଲେ । ଏହି ଭଳି ସମ୍ମୀଳନି ଦ୍ୱାରା ଆଧୁନିକ ବୈଷୟୀକ ଜ୍ଞାନକୌଶଳ ଆଗାମି ପୀଢିର ଇଂଞ୍ଜିନିୟର ତଥା ଗବେଷଣାକାରୀ ମାନଙ୍କ ପାଇଁ ଏକ ମାର୍ଗ ଦର୍ଶକ ହୋଇ ପାରିବ ବୋଲି ମତ ବ୍ୟକ୍ତ କରିଥିଲେ।


ରୋମାନିଆର ଆରଦରୁ ସମ୍ମିଳନୀର କାର୍ଯ୍ୟକ୍ରମ ଅଧ୍ୟକ୍ଷା ଡ଼ଃ ଭାଲେଣ୍ଟିନା ଇମିଲା ବାଲାସ ଯୋଗଦେଇ ପରିବର୍ତ୍ତନଶୀଳ ସମାଜରେ ସ୍ଥ।ୟିତ୍ୱ ପାଇଁ ଗବେଷଣା କ୍ଷେତ୍ରରେ ଆଇ ଓ ଟି ତଥା ଅନ୍ୟାନ୍ୟ ବୈଷୟିକ ଜ୍ଞାନକୌଶଳର ସର୍ବୋଚ୍ଚତା ଉପରେ ମନ୍ତବ୍ୟ ଦେଇଥିଲେ ।
ବିଶ୍ୱବିଦ୍ୟାଳୟର କୁଳପତି ଡ଼ଃ ଗୌତମ ଘୋଷ ଯୋଗଦେଇ ଆଇ ଓ ଟିର ଆଭିମୁଖ୍ୟ ଉପରେ ଆଲୋକପାତ କରିଥିଲେ।
ବିଶ୍ୱବିଦ୍ୟାଳୟର ମହାନିର୍ଦେଶକ ଡ଼ଃ ଜଗଦିଶ ପଣ୍ଡା ସମ୍ମିଳନୀର ଆବଶ୍ୟକତା ଉପରେ ଆଲୋକପାତ କରିଥିଲେ।
ବିଶ୍ୱବିଦ୍ୟାଳୟର ସଭାପତି ଡ଼ଃ ସତ୍ୟ ପ୍ରକାଶ ପଣ୍ଡା ଯୋଗ ଦେଇ ବୈଷୟୀକ ଜ୍ଞାନକୌଶଳ ମାଧ୍ୟମରେ ଦେଶର ବିକାଶ ଅପରିହାର୍ଯ୍ୟ ଏବଂ ଆତ୍ମ ନିର୍ଭର ଭାରତ ଗଠନ କରିବା ରେ ଏହା ସହାୟକ ହେବ ବୋଲି ମତବ୍ୟକ୍ତ କରିଥିଲେ।
ସ୍ଵତନ୍ତ୍ର ଅତିଥି ଭାବେ ଫିୟୁଚର ସ୍କିଲ ପ୍ରାଇମର ମୂଖ୍ୟ ନଭନୀତ ସାମାଇୟାର ଯୋଗଦେଇ ଆଇ ଓ ଟି ଜ୍ଞାନକୌଶଳର ଉପକାରୀତା ଏବଂ ବ୍ୟବହାରୀତା ଉପରେ ବ୍ୟାଖ୍ୟା କରିଥିଲେ।
ସମିଳନୀର ପ୍ରାରମ୍ଭରେ କମ୍ପୁଟର ବୈଷୟୀକ ବିଜ୍ଞାନ ବିଭାଗର ମୁଖ୍ୟ ତଥା ସମ୍ମିଳନୀର ଅଧକ୍ଷ ଡକ୍ଟର ସଂଞ୍ଜୟ କୁମାର କୁଅଁର ସ୍ୱାଗତ ଅଭିଭାଷଣ ସହ ଅତିଥି ମନଙ୍କର ପରିଚୟ ପ୍ରଦାନ କରିଥିଲେ ।
ଵିଶ୍ଵବିଦ୍ୟାଳୟ ର ରେଜିଷ୍ଟ୍ରାର ଡ଼ଃ ଏନ.ଭି ଜେ .ରାଓ, ବିଭିନ୍ନ ବିଭାଗର ଡ଼ିନ, ବିଭାଗୀୟ ମୁଖ୍ୟ, ଅଧ୍ୟାପକ ଅଧ୍ୟାପିକା ଏବଂ ଛାତ୍ର ଛାତ୍ରୀ ଉପସ୍ଥିତ ଥିଲେ । ଏହି ସମ୍ମିଳନୀର ପ୍ରକାଶନ ଅଧକ୍ଷ ଡ଼ଃ ରାଘବେନ୍ଦ୍ର ଅଗ୍ରୱାଲ ସ୍ପିଞ୍ଜର ପ୍ରକାଶନର ଦାୟୀତ୍ୱ ସୁଚାରୁ ରୁପରେ ତୁଲାଇଥେଲେ । ଏହି ସମ୍ମିଳନୀକୁ ଡ଼ଃ ବନ୍ଦିତା ସାହୁ ,ଡ଼ଃ କେ ମୂରଲୀ ଗୋପାଳ, ରଞ୍ଜିତ କୁମାର ପାଣିଗ୍ରାହୀ, ସତ୍ୟ ନାରାୟଣ ଦାସ, ବିଭାଗିୟ ଅଧ୍ୟାପକ ଅଧ୍ୟାପିକା ଏବଂ କର୍ମକର୍ତ୍ତା ବୃନ୍ଦ ପରିଚାଳନା କରିଥିଲେ। ଅତିଥୀଙ୍କ ଅନୁମତି କ୍ରମେ ସମ୍ମିଳନୀର ପ୍ରୋସିଡିଙ୍ଗ ଅନଲାଇନ୍ ମାଧ୍ୟମରେ ଉନ୍ମୋଚିତ କରାଯାଇଥିଲା । ପରିଶେଷରେ ସମ୍ମିଳନୀର ଉପ ଅଧକ୍ଷ ଡ଼ଃ ବ୍ରଜ କିଶୋର ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ।