Friday, October 16, 2026
Home ଆଞ୍ଚଳିକ ୨୦୨୨ ରେ ସ୍ୱାଧୀନତାଦିବସ ଜୁଲାଇ ୪ ରେ ପାଳିତ ହବ, ବିଜେଡି ଦଳ ପାଇଁ ।

୨୦୨୨ ରେ ସ୍ୱାଧୀନତାଦିବସ ଜୁଲାଇ ୪ ରେ ପାଳିତ ହବ, ବିଜେଡି ଦଳ ପାଇଁ ।

237


 
 ମୈଦଲପୁର , ୦୩/୦୧/୨୨ (ଜିଲ୍ଲା ଖବର ) : ଆଗକୁ ପଂଚାୟତ ନିର୍ବାଚନ ଥିବା ବେଳେ ବିଭିନ୍ନ ରାଜନୈତିକ ଦଳ ନିଜ ର ପ୍ରାଥୀ ମାନଙ୍କୁ ଜିତାଇବା ପାଇଁ ବିଭିନ୍ନ ରଣନିତି ଆପଣାଉଛନ୍ତି l

କିଏ ଘର ଘର ବୁଲି ଭୋଟ ମାଗୁଥିବା ବେଳେ କିଏ ପ୍ରଚାର ପତ୍ର ବାଣ୍ଟି ଭୋଟ ମାଗୁଛନ୍ତି l ଏ ଭଳି ସ୍ଥିତି ରେ ପାପଡାହାଣ୍ଡି ଜୋନ ୨ ର ବିଜେଡି ପ୍ରାଥୀ ଭାନୁମତି ପୂଜାରୀ ପ୍ରଚାର ପତ୍ର ବାଣ୍ଟୁଥିବା ବେଳେ କାର୍ଡ ର ସମ୍ମୁଖ ଭାଗ ରେ ପ୍ରାଥୀ ଙ୍କ ଫୋଟ ରହିଥିବା ବେଳେ ପଛ ପାର୍ଶ୍ଵ ରେ କେଲେଣ୍ଡର ରହିଛି l

କେଲେଣ୍ଡର ରେ ଜୁଲାଇ ୪ independence day ଅର୍ଥାତ ସ୍ୱାଧୀନତା ଦିବସ ବୋଲି ଉଲେଖ ରହିଛି l ଯାହାକି ଅଗଷ୍ଟମାସ  ୧୫ ତାରିଖ ରେ ପଡେ l

ଉକ୍ତ ପ୍ରଚାର ପତ୍ର କୁ ଲୋକ ଦେଖି ଏ ଭଳି ସ୍ୱାଧୀନତା ଦିବସ କୁ କି ଭଳି ଭୁଲ ତାରିଖ ଦର୍ଶାଯାଇଛି ଅଂଚଳ ରେ ଚର୍ଚ୍ଚା ର ବିଷୟ ପାଲଟି ଯାଇଛି, ଉକ୍ତବିଷୟ କୁ ନେଇ ବିଜେଡି ଦଳ ଭାନୁମତି ପୂଜାରୀ ଜିଲ୍ଲାପରିଷଦ ପ୍ରାର୍ଥୀନି  କୌଣସି ପ୍ରତିକ୍ରିୟା ଦେବାକୁ ନାରାଜ ଥିବାବେଳେ, କଂଗ୍ରେସ ଦଳ ଜିଲ୍ଲାପରିଷଦ ପ୍ରାର୍ଥୀନୀ ଲିପିକା ମାଝୀ ନିଜର ପ୍ରତିକ୍ରିୟା ରଖିଛନ୍ତି ଯେ ଏଭଳି ଲଜ୍ୟାଜନକ ଘଟଣା ପ୍ରଥମଥର ଦେଖିବାକୁ ମିଳିଚି, ନିଜେ ଶାସକ ଦଳ ଯଦି ଏଭଳି ତ୍ରୁଟିପୁର୍ଣ ପ୍ରଚାର କରିବେ ତ ରାଜ୍ୟବାସୀ ଙ୍କ ଦୁଃଖ କେତେବେଳେ ଶୁଣିବେ, ଏହା ସମ୍ପୂର୍ଣ ନିନ୍ଦନୀୟ ଘଟଣା ବୋଲି ପ୍ରକାଶ କରିଛନ୍ତି, ଜୟପୁର ବିଧାୟକ ଶ୍ରୀଯୁକ୍ତ ତାରାପ୍ରସାଦ ବାହିନୀପତି (ଭାଲୁଭାଇନା )ମଧ୍ୟ ଏହି ବିଷୟରେ ପ୍ରତିକ୍ରିୟା ଦେଇଛନ୍ତି ସେ କହିଛନ୍ତି ।

ଯେ ଦେଶ ସ୍ୱାଧୀନ ହେବାର ତାଙ୍କର କୌଣସି ଅବଦାନ ନ ଥିଲା, ଦେଶ ସ୍ୱାଧୀନତା ବିଷୟରେ ତାଙ୍କୁ ଅବଗତ ନାହିଁ, ଓଡିଶାରେ ଏହି ଶାସକ ଦଳ ଏମିତି ହିଁ ତ୍ରୁଟିପୁର୍ଣ ଶାସନ କରୁଛି, ଏଣୁ ଏମାନଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଟାନ ଗ୍ରହଣ କରାଯାଉ କାରଣ ଏହି ଦଳ ସମୁଦାୟ ଦେଶ ର ସନମାନ କୁ ତଳେ ପକାଇଛନ୍ତି ।