Home ଆଞ୍ଚଳିକ ସରକାରୀ ମେଡ଼ିକାଲ ରେ ରୋଗୀ ମାନଙ୍କୁ ଦୁର୍ବ୍ୟବହାର ।

ସରକାରୀ ମେଡ଼ିକାଲ ରେ ରୋଗୀ ମାନଙ୍କୁ ଦୁର୍ବ୍ୟବହାର ।

258

ନବରଙ୍ଗପୁର , ୦୩/୦୨/୨୨ (ଜିଲ୍ଲା ଖବର ) : ନବରଙ୍ଗପୁର ଜିଲ୍ଳା ତେନ୍ତୁଳୀଖୁଣ୍ଟି chc ରେ ରୋଗୀ ମାନଙ୍କୁ କାର୍ଯ୍ୟରତ ଡାକ୍ତରଙ୍କ ଦୁର୍ବ୍ୟବହାର କରୁଥିବାର ଦେଖିବାକୁ ମିଳିଛି ଡାକ୍ତର ମାନଙ୍କୁ ଦ୍ୱିତୀୟ ଭଗବାନ କୁହାଯାଉଥିବା ବେଳେ ଡାକ୍ତର ମାନଙ୍କର ବ୍ୟବହାର କୁ ନେଇ ଉଠିଛି ପ୍ରଶ୍ନ ମେଣ୍ଟ୍ରି ଗ୍ରାମର ନମିତା ସାହୁ (୩୮) ଜ୍ୱର,କାଶ ହେଉ ଥିବାରୁ ତେନ୍ତୁଳୀଖୁଣ୍ଟି chc କୁ ସନ୍ଧ୍ୟା ୬:00 ସମୟରେ ଟ୍ରିଟମେଣ୍ଟ ପାଇଁ ଯାଇଥିଲେ ।

କାର୍ଯ୍ୟରେ ଥିବା ଡାକ୍ତର ଅଫିସ ବାହାରୁ ଏଇଟା ରୋଗୀ ଦେଖିବା ସମୟ କି ବୋଲି ବିଭିନ୍ନ କଥା କହି ଫେରାଇ ଥିଲେ । ତାପରେ ଜିଲ୍ଲାପାଳ ଙ୍କୁ ଫୋନ କରିବା ପରେ ତେନ୍ତୁଳୀଖୁଣ୍ଟି ବିଡିଓଙ୍କୁ ତଦାରକ ପାଇଁ ନିର୍ଦ୍ଧେଶ ଦେଇଥିଲେ l

ବିଡିଓଙ୍କ ଉପସ୍ଥିତରେ ଚାକିରୀରୁ ରିଜାଇନ ଦେବି ଆମେ କଣ ସେଥି କଣ ବଞ୍ଚୁଛୁ କି ବୋଲି ନାନା କଥା କହି ଥିଲେ l ଯଦି କାର୍ଯ୍ୟରତ ଡାକ୍ତରମାନେ ଏହି ଭଳି ବ୍ୟବହାର କରନ୍ତି ସାଧାରଣ ଲୋକ କାହାକୁ ଭରସା କରିବେ l

ଏହି ଘଟଣା କୁ ନେଇ ପ୍ରଶାସନ କଣ ପଦକ୍ଷେପ ନେଉଛନ୍ତି ଦେଖିବାର ବାକି ରହିଲା l


ନବରଙ୍ଗପୁର ରୁ ବିଷ୍ଣୁ ପ୍ରସାଦ ବିଷୋୟୀ ରିପୋର୍ଟ