
ଆସିକା , ୦୩/୦୨/୨୨ (ଜିଲ୍ଲା ଖବର ) : ପଞ୍ଚାୟତ ନିର୍ବାଚନକୁ ନେଇ ରାଜନେତାଙ୍କ ଠାରୁ ଆରମ୍ଭ କରି ନେତା, କର୍ମୀ ଓ ଭୋଟରଙ୍କ ମଧ୍ୟରେ ଉଷ୍ମତା ବୃଦ୍ଧି ପାଇବାରେ ଲାଗିଛି। ବ୍ଳକ୍ ର ୪ଟି ଜିଲ୍ଲା ପରିଷଦ ଜୋନ୍ କୁ ଦଖଲ କରିବା ପାଇଁ ବିଜେଡି ପକ୍ଷରୁ ଜୋର ଦାର ପ୍ରୟାସ ଚାଲିଛି।

ସ୍ଥାନୀୟ ବିଧାୟିକା ମଞ୍ଜୁଳା ସ୍ବାଇଁଙ୍କ ନେତୃତ୍ବରେ ଦଳିୟ ନେତା ଓ କର୍ମି ମାନେ ଗୁରୁବାର ଦିନ ୨ନଂ ଜିଲ୍ଲା ପରିଷଦ ଜୋନ୍ ଅଧୀନ ଦେବଭୂମି ପଞ୍ଚାୟତର କର୍ପୁର ନୂଆଗାଁ , କେ. ନୂଆପଲ୍ଲୀ , ଦେବଭୂମି , ମାମୁଡିହ ଗ୍ରାମରେ ପହଞ୍ଚି ଦଳୀୟ ପ୍ରାର୍ଥୀଙ୍କ ଗହଣରେ ମାରଥନ୍ ପ୍ରଚାର କାର୍ଯ୍ୟକ୍ରମରେ ସାମିଲ ହୋଇଛନ୍ତି। ୨ନଂ ଜୋନ୍ ର ବିଜେଡି ସମର୍ଥୀତ ଜିଲ୍ଲା ପରିଷଦ ପାର୍ଥୀନୀ ଅନିମା ପରିଡା, ସରପଞ୍ଚ ପାର୍ଥିନୀ ଅଶାନ୍ତ ବେହେରା, ସମିତି ସଭ୍ୟ ପାର୍ଥିନୀ ଲଷ୍ମୀ ବେହେରା ଙ୍କ ସପକ୍ଷରେ ଦଳୀୟ ନେତା ମାନା ପ୍ରଚାର କରିଥିଲେ।

ଦେବଭୂମି ପଞ୍ଚାୟତର ବିଭିନ୍ନ ସହି ବସ୍ତିରେ ଅନୁଷ୍ଠିତ ପଥପ୍ରାନ୍ତ ସଭାରେ ବିଧାୟିକା ମଞ୍ଜୁଳା ସ୍ବାଇଁ, ଗଞ୍ଜାମ ଜୋନ ଯୁବ ବିଜେଡି ସଭାପତି ନଚିକେତ ସ୍ବାଇଁ, ଆସିକା ନଗର ବିଜେଡି ସଭାପତି ସତ୍ୟନାରାୟଣ ସ୍ୱାଇଁ,

ବରିଷ୍ଠ ବିଜେଡି ନେତା ଭଗବାନ ସାହୁ ଅନିଲ କୁମାର ନାହାକ,ଅଭିମନ୍ୟୁ ନାହାକ, ରଶ୍ମିତା ସେନାପତି,ଆସିକା ବ୍ଲକ ବିଜେଡି ସଭାପତି ରାଜେଶ ପଟ୍ଟନାୟକ, ଶିବସାହୁ, ପୂର୍ବତନ ଜିଲ୍ଲା ପରିଷଦ ସଭ୍ୟ ଶିବଶଙ୍କର ମହାନ୍ତି, କୋକୋରାମ ଜେନା,

ବରିଷ୍ଠ ଆଇନଜିବୀ ମୋହନରାଓ ଦୋରା, ଦ୍ୱାରିକା ପରିଡା ଜୋନ ନଂ ୩ଜିଲ୍ଲା ପରିଷଦ ସଭ୍ୟ ବି. ମନୋଜ କୁମାର ଦୋରା, ବିଜୁ ଯୁବ ଛାତ୍ର ଜନତା ଦଳର ସଭ୍ୟ ନିଗମ ରାଉତ,

ପ୍ରତାପ ଚନ୍ଦ୍ର ପ୍ରଧାନ, ଏଙ୍କିଟି ରାଓ ଦୋରା, ପ୍ରମୋଦ ପ୍ରଧାନ, ବିମଳ ପ୍ରଧାନ ଆଦିବହୁ ଦଳିୟ କର୍ମୀ ଯୋଗାଦେଇଥିଲେ।

ଆସିକାରୁ କମଳେନ୍ଦୁ ହୋତାଙ୍କ ରିପୋର୍ଟ ଜିଲ୍ଲା ଖବର ।


