
ବ୍ରହ୍ମପୁର, ୦୨/୦୨/୨୨ (ଜିଲ୍ଲା ଖବର ) : ସ୍ଥାନୀୟ ଏମକେସିଜି ମେଡିକାଲ ଖେଳ ପଡ଼ିଆରେ ଚାଲିଥିବା ଏକାଡେମୀ କପ୍-2022 ଟି-20′ କ୍ରିକେଟ ଟୁର୍ଣ୍ଣ।ମେଣ୍ଟର ଆଜି ପ୍ରଥମ ସେମିଫାଇନାଲ ଅନୁଷ୍ଠିତ ହୋଇଛି। ଲିଡସ୍ ଏକାଡେମୀ ରାଇଜର୍ସ ଓ ଲିଡସ୍ କ୍ରିକେଟ ଏକାଡେମୀ ମଧ୍ୟରେ ସେମିଫାଇନାଲ ମ୍ୟାଚ ହୋଇଥିଲା।

ଲିଡସ୍ କ୍ରିକେଟ ଏକାଡେମୀ ୬ ଵିକେଟରେ ବିଜୟୀ ହୋଇ ଟୁର୍ଣ୍ଣ।ମେଣ୍ଟର ଫାଇନାଲରେ ପ୍ରବେଶ କରିଛି। ଲିଡସ୍ ଏକାଡେମୀ ରାଇଜର୍ସ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧ।ରିତ ୨୦ ଓଭରରେ ୧୧୫ ରନ୍ କରି ଅଲଆଉଟ୍ ହୋଇଯାଇଥିଲା। ଦଳ ପକ୍ଷରୁ ଅଶୋକ ସ୍ଵାଇଁ ୨୦ ଓ ସତ୍ୟମ ମଲ୍ଲିକ ୧୭ ରନ୍ କରିଥିଲେ। ବିପକ୍ଷ ଦଳର ସତ୍ୟ ସୁଆଁର ଓ ଅନୀଲ ରାଓ ୨ ଟି ଲେଖାଏଁ ଵିକେଟ ନେଇଥିଲେ। ବୋଲରମାନେ ଅତିରିକ୍ତ ୧୮ ରନ୍ ଦେଇଥିଲେ। ଜବାବରେ ଲିଡସ୍ କ୍ରିକେଟ ଏକାଡେମୀ ୧୪.୪ ଓଭରରେ ୪ ଵିକେଟ ହରାଇ ୧୧୮ ରନ୍ କରିବା ସହ ଫାଇନାଲରେ ପ୍ରବେଶ କରିଛି। ଦଳ ପକ୍ଷରୁ ଜିତେନ୍ଦ୍ର ତ୍ରିପାଠୀ ୪୧ ଓ କିଶୋର ପ୍ରସାଦ ୨୩ ରନ୍ କରିଥିଲେ। ବିପକ୍ଷ ଦଳର ଅଶୋକ ସ୍ଵାଇଁ ୨ ଟି ଵିକେଟ ନେଇଥିଲେ। ବୋଲରମାନେ ୧୩ ରନ୍ ଅତିରିକ୍ତ ଭାବେ ଦେଇଥିଲେ।

ଉଭୟ ଟିମ୍ର ସତ୍ୟ ସୁଆଁର ଓ ଅନୀଲ ରାଓଙ୍କୁ ଯୁଗ୍ମ ଭାବେ ମ୍ୟାନ୍ ଅଫ୍ ଦ ମ୍ୟାଚ ଭାବେ ପୁରସ୍କୃତ କରାଯାଇଥିଲା। ଜଗା ରାଓ ଓ ଧୀରେନ ମିଶ୍ର ଅମ୍ପାୟରିଂ କରିଥିଲେ। ରଞ୍ଜନ ମହାଙ୍କୁଡ ସ୍କୋରରରେ ଦାୟିତ୍ବରେ ଥିଲେ। ଆୟୋଜକ ଟିମ୍ର ଆଦିତ୍ୟ ପଟ୍ଟନାୟକ, ଜିତେନ୍ଦ୍ର ତ୍ରିପାଠୀ, ରୋଶନ ପାତ୍ର, ଦୁର୍ଗ। ପ୍ରସାଦ ପଟ୍ଟନାୟକ, ରବି ଦାସ, ମଧୁସୂଦନ ରାଓ ଉପସ୍ଥିତ ଥିଲେ।
ବ୍ରହ୍ମପୁରରୁ କୁନା ମିଶ୍ର ଙ୍କ ରିପୋର୍ଟ ଜିଲ୍ଲା ଖବର ।



