
ବ୍ରହ୍ମପୁର , ୦୨/୦୨/୨୨ (ଜିଲ୍ଲା ଖବର ) : ଆଗାମୀ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନକୁ ଦୃଷ୍ଟିରେ ରଖି ସଦର ଥାନା ପୁଲିସ ପକ୍ଷରୁ ଫୁଟ ପେଟ୍ରୋଲିଂ ଏବଂ ଫ୍ଲାଗମାର୍ଚ୍ଚ ।

ଆଜି ବ୍ରହ୍ମପୁର ଏସପି ପିନାକ୍ ମିଶ୍ରଙ୍କ ନିର୍ଦ୍ଦେଶ କ୍ରମେ ସଦର ଥାନା ଅଧିକାରୀ ମହେନ୍ଦ୍ର କୁମାର ସାହୁଙ୍କ ନେତୃତ୍ବରେ

କୁକୁଡ଼ାଖଣ୍ଡୀ,ବୋଉଲଝୋଳି, ପାଣ୍ଡିଆଝୋଳି,ନଲିହାଡ଼, ଏବଂ ରୋହିଗାଁ ଆଦି ଗ୍ରାମରେ ଫୁଟ ପେଟ୍ରୋଲିଂ ଏବଂ ଫ୍ଲାଗ୍ମାର୍ଚ୍ଚ କରି ଜନସାଧାରଣ ଓ ଭୋଟରମାନଙ୍କୁ ନିର୍ଭିକ ଭାବେ ମତଦାନ କରିବାକୁ ସଚେତନତା କରାଇଛନ୍ତି।


