
ଆସିକା , ୦୨/୦୨/୨୨ (ଜିଲ୍ଲା ଖବର ) : ତ୍ରୀସ୍ତରୀୟ ପଞ୍ଚାୟତ ନିର୍ବାଚନର ରଣକ୍ଷେତ୍ରରେ ରଣ ହୁଙ୍କାର ବଡଖୋଲି ପଞ୍ଚାୟତରୁ ଆସିକା ବିଜୁ ଜନତା ଦଳ ଆରମ୍ଭ କରିଛି।

ଏହି ଅବସରରେ ବିଧାୟିକା ମଞ୍ଜୁଳା ସ୍ୱାଇଁ ବଡଖୋଲି ପଞ୍ଚାୟତର ବଡଖୋଲି, ଭେଜିପୁଟ, ସାନଖୋଲି,ସାନ୍ତାରପୁର,ଧନଜା ଆଦି ଗ୍ରାମ ଶହଶହ ସମର୍ଥକଙ୍କ ଗହଣରେ ପ୍ରତିଦ୍ବନ୍ଦିତା କରୁଥିବା ଜୋନ ନଂ୧ ଜିଲ୍ଲା ପରିଷଦ ସଭ୍ୟା ତନ୍ମୟୀ ନାହାକ, ସରପଞ୍ଚ ପାର୍ଥୀ-ଦୁର୍ଗା ପ୍ରସାଦ ବେହେରା ସମିତିସଭ୍ୟ – ଭରତ ନାହାକଙ୍କ ସାଙ୍ଗରେ ଗାଁ କୁ ଗାଁ ଘରକୁ ଘର ବୁଲି ଭୋଟ ଭିକ୍ଷା କରିଥିବା ଦେଖିବାକୁ ମିଳିଛି।

ପ୍ରତିଦ୍ବନ୍ଦିତା କରୁଥିବା ପାର୍ଥି ମାନେ ନିଜ ବକ୍ତବ୍ୟରେ ବଡଖୋଲି ଗ୍ରାମପଞ୍ଚାୟତର ଅଧୁରା ରହିଥିବା ସମସ୍ତ କାର୍ଯ୍ୟ, ଜନସାଧାରଣଙ୍କ ପାଇଁ ଆବଶ୍ୟକିୟ ସମସ୍ତ ସୁବିଧାସୁଯୋଗ ଯୋଗାଇ ଦେବାର ପ୍ରତିଶୃତି ବଦ୍ଧ ହୋଇ ଭୋଟ ଭିକ୍ଷା କରିଥିଲେ।

ଏହି ଅବସରରେ ଗଞ୍ଜାମ ଜିଲ୍ଲା ଜୋନ ସଭାପତି ନଚିକେତା ସ୍ବାଇଁ,ବରିଷ୍ଠ ବିଜେଡି ନେତା ଭଗବାନ ସାହୁ,ବିଜୟ କୁମାର ନାହାକ ଆସିକା ନଗର ସଭାପତି ସତ୍ୟନାରାୟଣ ସ୍ୱାଇଁ,ଅନିଲ୍ କୁମାର ନାହାକ,ଅଭିମନ୍ୟୁ ନାହାକ, ରଶ୍ମିତା ସେନାପତି,ଆସିକା ବ୍ଲକ ସଭାପତି ରାଜେଶ ପଟ୍ଟନାୟକ, ଶିବସାହୁ, ପୂର୍ବତନ ଜିଲ୍ଲା ପରିଷଦ ସଭ୍ୟ ଶିବଶଙ୍କର ମହାନ୍ତି, କୋକୋରାମ ଜେନା, ବରିଷ୍ଠ ଆଇନଜିବୀ ମୋହନରାଓ ଦୋରା, ଦ୍ୱାରିକା ପରିଡା

ଜୋନ ନଂ ୨ଜିଲ୍ଲାପରିଷଦ ସଭ୍ୟା ଅନିମା ପରିଡା, ଜୋନ ନଂ ୩ଜିଲ୍ଲା ପରିଷଦ ସଭ୍ୟ ବି. ମନୋଜ କୁମାର ଦୋରା, ଜୋନନଂ4ଜିଲ୍ଲା ପରିଷଦ ସଭ୍ୟା ସୌଦାମିନୀ ନାହାକ, ଜୋନନଂ ୫ ଜିଲ୍ଲା ପରିଷଦ ସଭ୍ୟ ବଳରାମ ପ୍ରଧାନ,

ଜୋନନଂ ୬ ଜିଲ୍ଲା ପରିଷଦ ସଭ୍ୟା ସଙ୍ଗୀତ ସ୍ବାଇଁ ବିଜୁ ଯୁବ ଛାତ୍ର ଜନତା ଦଳର ସଭ୍ୟ ନିଗମ ରାଉତ, ପ୍ରତାପ ଚନ୍ଦ୍ର ପ୍ରଧାନ, ଏଙ୍କିଟି ରାଓ ଦୋରା, ପ୍ରମୋଦ ପ୍ରଧାନ, ବିମଳ ପ୍ରଧାନ ଆଦିବହୁ ଦଳିୟ କର୍ମୀ ଯୋଗାଦେଇଥିଲେ। ସରପଞ୍ଚ ନିର୍ବାଚନରେ ଆଗକୁ ଖାଲି ଦେଖିବାକୁ ବାକି ରହିଲା କିଏ ବାଜି ମାରୁଛି ଆଉ କିଏ ହତାସ ହେଉଛି।

ଆସିକାରୁ କମଳେନ୍ଦୁ ହୋତାଙ୍କ ରିପୋର୍ଟ ଜିଲ୍ଲା ଖବର ।


