
ରାୟଗଡା , ୦୧/୦୨/୨୨ (ଜିଲ୍ଲା ଖବର ) : ରାୟଗଡା ଜିଲ୍ଲା ଗୁଣୁପୁର ପ୍ରେସ ୟୁନିଅନ ତରଫରୁ ଗୁଣୁପୁର ଉପଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ପରିସର ରେ ଗରିବ ଙ୍କୁ ଶୀତ ବସ୍ତ୍ର ପ୍ରଦାନ କରାଯାଇ ଥିଲା ।

ପ୍ରାୟ ଆଠ ଜଣ ଗରିବଙ୍କୁ ଗୁଣୁପୁର ଉପଜିଲ୍ଲାପାଳ ଜେ ସୋନାଲ ଡେପୁଟି ଜିଲ୍ଲାପାଳ ନିରଞ୍ଜନ ନାୟକ ଉପଖଣ୍ଡ ସୂଚନା ଲୋକସମ୍ପର୍କ ଅଧିକାରୀ ରଶ୍ମିରାଣୀ ନିମାକା ସହକାରୀ ଜିଲ୍ଲାପାଳ ରାଜେନ୍ଦ୍ର ଚୌଧୁରୀ ଶୀତ ବସ୍ତ୍ର ପ୍ରଦାନ କରିଥିଲେ

ଏହି ଶୀତ ବସ୍ତ୍ର ପ୍ରଦାନ ସମୟରେ ପ୍ରେସ ୟୁନିଅନ ତ ସଭାପତି ପ୍ରମୋଦ କୁମାର ସାହୁ , ଉପସଭାପତି ରବୀନ୍ଦ୍ର ମୋହିନୀ, ସମ୍ପାଦକ ରାଜେଶ ପଣ୍ଡା , ଦେବି ପ୍ରସାଦ ମିଶ୍ର , ଜିତେନ୍ଦ୍ର ଶତପଥୀ , ସତ୍ୟ କର, ରାମ ନାୟକ, ସୁନୀଲ ସାବତ , ଜଗନ୍ନାଥ ମହାନ୍ତି, ସନ୍ତୋଷ ନିଧି, ପ୍ରମୁଖ ଉପସ୍ଥିତ ଥିଲେ

ଆଗାମୀ ଦିନରେ ଏହି କାର୍ଯ୍ୟକ୍ରମ ଜାରି ରହୁ ବୋଲି ଗୁଣୁପୁର ଉପଜିଲ୍ଲାପାଳ ଜେ ସୋନାଲ ସମସ୍ତ ପ୍ରେସ ୟୁନିଅନ ସଦସ୍ୟ ଙ୍କୁ ଜଣାଇଥିଲେ ।

ପ୍ରେସ ୟୁନିଅନତରଫରୁ ଉପସ୍ଥିତ ସମସ୍ତ ଅଧିକାରୀ ଙ୍କୁ ଧନ୍ୟବାଦ ଦିଆ ଯାଇ ଥିଲା ।

ଗୁଣୁପୁର ରୁ ରାମନାଥ ମହାନ୍ତି ।


