
ଭଞ୍ଜନଗର , ୦୧/୦୨/୨୨ (ଜିଲ୍ଲା ଖବର ) : ଆଉ ପୂର୍ବଭଳି ବିଶ୍ୱାସ ନାହିଁ,ଏବେ ପୁରାସଚେତନ ଗାଁ ଗାଁର ଭୋଟର।ନେତାଙ୍କ ମିଥ୍ୟା ପ୍ରତିଶ୍ରୁତି ର ଜାଲରେ ପଡିବେନି କି ନିର୍ବାଚନରେ ପ୍ରଲୋଭିତ ହେବେ ନାହିଁ।ତେଣୁ ମିଛୁଆ ନେତାଙ୍କୁ ଜବାବ ଦେବା ପାଇଁ ଗାଁ ମୁଣ୍ଡରେ ମାରିଛନ୍ତି ଲାଲ ପୋଷ୍ଟର।ଲେଖିଛନ୍ତି ବିଜୁଳି ଦିଅ ,ଭୋଟ୍ ନିଅ।ରାସ୍ତା ନାହିଁ ତ ଭୋଟ୍ ନାହିଁ।ମୁଣ୍ଡ ଉପରେ ପଂଚାୟତ ନିର୍ବାଚନ।ହେଲେ ଏପଟେ ଗଞ୍ଜାମ ଜିଲ୍ଲା ସୋରଡା ବ୍ଲକ ସିଦ୍ଧିପୁର ଗ୍ରାମ ପଂଚାୟତ କମଳାଖାଲ ଓ ରଘୁନାଥପୁର ଗାଁ ଦାଣ୍ଡରେ ଦାଣ୍ଡରୁ ଆସିଛି ଭିନ୍ନଚିତ୍ର।ବାରମ୍ବାର ଦାବି ପରେ ମଧ୍ୟ କେହି ଶୁଣିଲେନି ତେଣୁ ଗ୍ରାମର ଲୋକେ ଆପଣାଇଛନ୍ତି ନୂଆ ତରିକା।ବିଜୁଳି ଏବଂ ଗାଁକୁ ରାସ୍ତା ସଂଯୋଗ ହେଲେ ଚଳିତ ପଂଚାୟତ ନିର୍ବାଚନ ରେ ଭୋଟ ଦେବେ ନ ହେଲେ ଭୋଟ୍ ବର୍ଜନ କରିବେ ପୁରା ଗାଁ ର ଲୋକେ।ଏପଟେ ବାହାଘର ବେଳେ ବାଇଗଣ ରୋଇଲା ଭକି ପୋଲିସ ଯାଇ ଗାଁ ଗାଁ ଲୋକଙ୍କୁ କରୁଛି ସଚେତନ ଏବଂ କାଢୁଛି ଲାଲ ପୋଷ୍ଟର।କିନ୍ତୁ ଭୋଟ ଦେବାକୁ ଲୋକେ ନାରାଜ।

ଦେଖନ୍ତୁ ଥରେ ଏ ଦୃଶ୍ୟକୁ। ଗାଁ ର ବିଭିନ୍ନ ସ୍ଥାନରେ ଲାଗିଛି ଲାଲ ପୋଷ୍ଟର।ଲେଖାଅଛି ବିଜୁଳି ନାହିଁ ତ ଭୋଟ ନାହିଁ।ଏହା ଲେଖି ଭିନ୍ନ ଏକ ଆନ୍ଦୋଳନ ସୃଷ୍ଟି କରିବାର ମୂଖ୍ୟ କାରଣ ହେଲା,ଗଞ୍ଜାମ ଜିଲ୍ଲାର ର ସୋରଡ଼ା ବ୍ଲକ୍ ଆଦିବାସୀ ଗ୍ରାମ ରଘୁନାଥପୁର ଓ କମଳାଖାଲ ରେ ଅନେକ ପରିବାର ଏଠି ବାସ କରନ୍ତି।ଗ୍ରାମର ପ୍ରମୁଖ ସମସ୍ୟା ହେଉଛି ବିଜୁଳି ଆଲୁଅ।ପାହାଡ଼ ପର୍ବତ ଘେର ବନ୍ୟ ଜୀବଙ୍କ ପ୍ରାଦୁର୍ଭାବ ଥିବା ଏହି ଦୁଇ ଗ୍ରାମର ଲୋକେ ବିଜୁଳି ଯୋଗାଇ ଦେବା ପାଇଁ ସ୍ଥାନୀୟ ପ୍ରଶାସନ ଠାରୁ ଆରମ୍ଭ କରି ଜିଲ୍ଲା ପ୍ରଶାସନ ପଯ୍ୟନ୍ତ ଦୌଡ଼ି ଦୌଡ଼ି ନୟାନ୍ତ ହେଲେଣି।ଏପରିକି ନିର୍ବାଚନ ସମୟରେ ନେତା ମନ୍ତ୍ରୀଙ୍କ ମିଥ୍ୟା ପ୍ରତିଶ୍ରୁତି ରେ ପାହାଡ଼ ତଳେ ଚାପିହୋଇ ପାଞ୍ଚ ପାଞ୍ଚ ଥର ଭୋଟ୍ ମଧ୍ୟ ଦେଇଛନ୍ତି।କିନ୍ତୁ ହୋଇପାରିଲା ନାହିଁ କୌଣସି ସମାଧାନ।ହେଲେ ଏହି ନିରୀହ ଆଦିବାସୀ ଜାଣିବେ ବା କିପରି ରାଜନୀତିର କୂଟ ଚକ୍ରାନ୍ତକୁ।ନିର୍ବାଚନ ସମୟରେ ପୁଳା ପୁଳା ପ୍ରଲୋଭନ ଦେଖାଉଥିବା ନେତାଙ୍କୁ ସବକ ଶିଖେଇବାକୁ ଏଟା ଠିକ ମଉକା ବୋଲି ଭାବିଛନ୍ତି ଏଠିକାର ସମସ୍ତ ପରିବାର।ଆଉ ସେଥିପାଇଁ ମାରିଛନ୍ତି ଲାଲ ପୋଷ୍ଟର।

ଯଦି କୌଣସି ପାର୍ଥୀ କିମ୍ବା ପ୍ରଶାସନ ଗାଁ କୁ ଆସେ।ଏହି ପୋଷ୍ଟର ହିଁ ପଢିଫେରିଯିବାକୁ।କାରଣ ଏଠିକାର ଲୋକେ ମନସ୍ତ କରିଛନ୍ତି କି ଚଳିତ ଥର ନେତାଙ୍କୁ ଭୋଟ ନାହିଁ କି ଗ୍ରାମକୁ ପ୍ରେବେଶ ପାଇଁ ଦିଆଯିବନି ଅନୁମତି।କେବଳ ପୋଷ୍ଟର ନୁହେଁ ଅସନ୍ତୋଷ ନିଆଁକୁ ନିଜେ ଗ୍ରାମବାସୀ ରୋକ ଠୋକ ଶୁଣାଇଛନ୍ତି।

ବଡ଼କଥା,ଆଗରୁ ଯେଉଁଠି ସରକାରୀ ବାବୁଙ୍କ ପାଦ ପଡୁନଥିଲା।ବାହାଘର ବେଳେ ବାଇଗଣ ରୋଇଲା ଭଳି ଗ୍ରାମବାସୀଙ୍କୁ ମନେଇବା ପାଇଁ ସରକାରୀ ସ୍ତରରେ କରାଯାଇଛି ଯୋଜନା।ଗ୍ରାମ ମୁଣ୍ଡରେ ଲାଲ ପୋଷ୍ଟର ଦେଖି ସ୍ତାନୀୟ ପୋଲିସ ଉଭୟ ଗ୍ରାମରେ ପହଞ୍ଚି ଲୋକଙ୍କୁ ବୁଝାଇବା ସହ ପୋଷ୍ଟ ବାହାର କରିଛି।ଆଉ ବିଦ୍ୟୁତ ବିଭାଗ ସହ ଆଲୋଚନା କରି ସମସ୍ୟା ର ସମାଧାନ ଖୁବ ଶୀଘ୍ର କରାଯିବ ବୋଲି ଗ୍ରାମବାସୀ ଙ୍କୁ ବୁଝାଇଛନ୍ତି।ହେଲେ ଲୋକଙ୍କ ଏକାଜିଦ,ପୋଷ୍ଟର କାଢ଼ିଦେଲେ କିଛି ହେବନି।ବିଜୁଳି ଆସିଲେ ଗାଁକୁ ନେତାଙ୍କୁ ଅନୁମତି ମିଳିବ।ଅର୍ଥାତ ବିଦ୍ୟୁତ ଦିଅ ଭୋଟ୍ ନିଅ।

ଏଭଳି ସ୍ଥିତିରେ ଗ୍ରାମବାସୀ ଏହି ନିଷ୍ପତ୍ତି କୁ ଆଖି ଆଗରେ ରହି ପ୍ରଶାସନିକ କ୍ଷେତ୍ରରୁ କଣ ପଦକ୍ଷପ ନିଆ ଯାଉଛି ଏବଂ କାହିଁକି ଲୋକପ୍ରତିନିଧି ସେଠି ଏତେ ସ୍ଥାଣୁ।ତାକୁ ନେଇ ଉଠିଛି ପ୍ରଶ୍ନ।


