Monday, November 16, 2026
Home ଆଞ୍ଚଳିକ ଆସିକା ବ୍ଲକରେ ପାର୍ଥିଙ୍କୁ ନେଇ ନିର୍ବାଚନି କଟକଣା ସମନ୍ଧୀୟ ବୈଠକ ।

ଆସିକା ବ୍ଲକରେ ପାର୍ଥିଙ୍କୁ ନେଇ ନିର୍ବାଚନି କଟକଣା ସମନ୍ଧୀୟ ବୈଠକ ।

86

ଆସିକା , ୦୧/୦୨/୨୨ (ଜିଲ୍ଲା ଖବର ) : ଆସିକା ପଞ୍ଚାୟତ ସମିତି ସଭା ଗୃହରେ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନୀ ସମ୍ପର୍କିତ ବୈଠକ ଅନୁଷ୍ଠିତ ହୋଇଯାଇଛି lଏଥିରେ ନିର୍ବାଚନୀ ଖର୍ଚ୍ଚ ଏବଂ ଖର୍ଚ୍ଚର ହିସାବ ସାଙ୍ଗକୁ କୋଭିଡ କଟକଣା ଭଳି ଆଚରଣ ଵିଧି ପାଳନକରିବା ସକାଶେ ଉକ୍ତ ବୈଠକରେ ଏହାକୁ  ଅଧିକ ଗୁରୁତ୍ୱ ଦିଆଯାଇଥିଲା l 

ଆସିକା ବି ଡି ଓ ରୋଶନ ଶତପଥୀଙ୍କ ଅଧକ୍ଷତାରେ  ଆୟୋଜିତ ବୈଠକ ରେ  ଆସିକା ବ୍ଲକ ରେ ପ୍ରତିଦ୍ବନ୍ଦିତା କରୁଥିବା ସମିତିସଭ୍ୟ, ସଭ୍ୟା  ଓ ସରପଞ୍ଚ ପାର୍ଥି ପାର୍ଥିନୀ ଙ୍କୁ ନେଇ ଭୋଟ ସମ୍ପର୍କିତ ନିୟମକୁ ପୃଥକ ପୃଥକ ବୈଠକରେ ଅବଗତ କରାଯାଇଥିଲା l ଏଥିରେ  ବ୍ଲକର ହିସାବନିରୀକ୍ଷକ ପ୍ରିୟମ୍ବଦା କହଁର, ଆସିକା ଓ ଗାଙ୍ଗପୁର ଥାନାର ଅଧିକାରୀ ମାନେ ଉପସ୍ଥିତ ରହିଥିଲେ l ପ୍ରଦୀଦ୍ଵନ୍ଦିତା କରୁଥିବା ସମସ୍ତ ପାର୍ଥୀ, ପାର୍ଥିନୀ ଙ୍କୁ ପ୍ରଚର ଓ ପ୍ରସାର ସମ୍ପର୍କିତ କଟକଣା କୁ ବୁଝାଯାଇ କଡାକଡି ଭାବେ ଆଚରଣଵିଧି ପାଳନ କରିବା ସହ କୋଭିଡ କଟକଣାର ପାଳନ ଓ ନିର୍ବାଚନି ଖର୍ଚ୍ଚର ହିସାବ ରଖିବା ପାଇଁ ପରାମର୍ଶ ଦିଆଯାଇଥିଲା l ଯାହାକି ନିର୍ବାଚନ ରେ ନିୟୋଜିତ ହୋଇଥିବା ପର୍ଯ୍ୟବେକ୍ଷକ ମାନେ ଭିନ୍ନ ଭିନ୍ନ ସମୟରେ ଏହାକୁ ତାନଖିବେ l

ସେହିପରି ନିର୍ବାଚନି ଖର୍ଚ୍ଚ ବାବଦକୁ ସରପଞ୍ଚ ଓ ସମିତିସଭ୍ୟ ଉଭୟଙ୍କ ପାଇଁ ଦୁଇ ଲକ୍ଷ ଓ ଜିଲ୍ଲା ପରିଷଦ ପାଇଁ ପାଞ୍ଚଲକ୍ଷ ପର୍ଯ୍ୟନ୍ତ ଖର୍ଚ୍ଚ କରିପାରିବେ ବୋଲି ବୈଠକ ରେ ସୂଚିତ କରାଯାଇଥିଲା l

ନିର୍ବାଚନ ପ୍ରକ୍ରିୟା ଆରମ୍ଭ ପରଠୁ ସାଧାରଣ ପର୍ଯ୍ୟବେକ୍ଷକ ସୁଦର୍ଶନ ପରିଡା ଓ ହିସାବ ତଦାରଖ ପର୍ଯ୍ୟବେକ୍ଷକ ଉମେଶ ତ୍ରିପାଠୀଙ୍କୁ  ମିଶାଇ ଦୁଇ ଜଣ ସ୍ଥିତି ଅନୁଧ୍ୟାନ କରିଥିବା ନେଇ  ଆସିକା ବି ଡି ଓ ରୋଶନ ଶତପଥି ସୂଚନା ଦେଇଛନ୍ତି l

ଆସିକା କମଳେନ୍ଦୁ ହୋତା