
ତେନ୍ତୁଳିଖୁଣ୍ଟି/ଇନ୍ଦ୍ରାବତୀ , ୩୧/୦୧/୨୨ (ଜିଲ୍ଲା ଖବର ) : ନବରଙ୍ଗପୁର ଜିଲ୍ଲା ତେନ୍ତୁଳିଖୁଣ୍ଟି ବ୍ଳକର ଇଚ୍ଛା ପୁର ଗ୍ରାମର ଗ୍ରାମବାସୀ ଙ୍କ ଗୁହାରି ବିଜେପି ର ପାର୍ଥି ଯୁବ ଚାଷୀ ସନ୍ତୋଷ ପାତ୍ର (ଟିନା)ଗତ କାଲି ସେହି ଗ୍ରାମ କୁ ଯାଇଥିଲେ ।

ସେହି ସମୟରେ ଗ୍ରାମବାସୀ ଜଳ ଯୋଗାଣ ପାଣି ସମସ୍ୟା ନେଇ ଗୁହାରି କରିଥିଲେ। ବର୍ଷ ବର୍ଷ ଧରି ଇଚାପୁର ଗ୍ରାମରେ ପାଣି ସମସ୍ୟା ରହିଥିଲା ।

ଏହି ସମସ୍ୟାକୁ ନେଇ ବ୍ଲକ ,ସରପଞ୍ଚ ଓ ଅଫିସର ମାନଙ୍କୁ ଗୁହାରି କରିଥିଲେ କିନ୍ତୁ କେହି ଶୁଣିନଥିବା କହିଥିଲେ ଇଚ୍ଛାପୁର ଗ୍ରାମବାସୀ ।ସେହି କାମ ଆଜି ତେନ୍ତୁଳିଖୁଣ୍ଟି ବ୍ଲକ ୨ନମ୍ବର ଜନ ର ଜିଲ୍ଲା ପରିଷଦ ସନ୍ତୋଷ ପାତ୍ର ନିଜେ ଉପସ୍ଥିତ ରହି ନିଜ ପଇସାରେ ଜଳ ଯୋଗାଣ ସାମଗ୍ରୀ କିଣି ଆଣି ଗ୍ରାମବାସୀ କୁ ଜଳ ଜଗାଇବାର ବ୍ୟବସ୍ଥା କରିଦେଇଛନ୍ତି।ଏପରି କାମ ଦେଖି ଗ୍ରାମବାସୀ ସାଧୁ ବାଦ ଜଣେଇଛନ୍ତି ସନ୍ତୋଷ ଓ ଭାରତୀୟ ଜନତା ପାର୍ଟିଙ୍କୁ।

ସନ୍ତୋଷ ପାତ୍ରଙ୍କ ସହ ଥିଲେ ମାଧବ ପାତ୍ର, ଜଗବନ୍ଧୁ ପାତ୍ର, ହେମନ୍ତ ପାତ୍ର, ସୁକାନ୍ତ ମୁଦୁଲି, ତ୍ରିଲୋଚନ ମାଝୀ, ଉମେଶ ମାଝୀ, ମକର ମାଝୀ ।



