Friday, October 16, 2026
Home ଅପରାଧ ଜାତୀୟ ପତାକା କୁ ଅସମ୍ମାନ ଘଟଣା ପ୍ରାୟ ୬ ଦିନ ବିତିଯାଇ ଥିଲେ ମଧ୍ୟ କାର୍ଯ୍ୟାନୁଷ୍ଠାନ...

ଜାତୀୟ ପତାକା କୁ ଅସମ୍ମାନ ଘଟଣା ପ୍ରାୟ ୬ ଦିନ ବିତିଯାଇ ଥିଲେ ମଧ୍ୟ କାର୍ଯ୍ୟାନୁଷ୍ଠାନ ଶୂନ୍ୟ, ରାଜନୈତିକ ଛତ୍ର ଛାୟା ତଳେ ଶିକ୍ଷା ଅଧିକାରୀ ଓ ଜିଲ୍ଲା ପ୍ରଶାସନ।

110


ରାୟଗଡା , ୩୧/୦୧/୨୨ (ଜିଲ୍ଲା ଖବର ) : ରାୟଗଡ଼ା ଜିଲ୍ଲା ମୁନିଗୁଡା ବ୍କକ୍ ଅନ୍ତର୍ଗତ ଅମ୍ବାଦୋଳା ପଚାୟତର ଡଙ୍ଗର ବୋରି ପ୍ରାଥମିକ ବିଦ୍ୟାଳୟ ରେ ଜାତୀୟ ପତାକା କୁ ଅଣଦେଖା ଘଟଣା ପ୍ରାୟ ୬ ଦିନ ବିତିଯାଇ ଥିଲେ ମଧ୍ୟ ଏ ପର୍ଯ୍ୟନ୍ତ କୌଣସି ତଦନ୍ତ କରାଯାଇ ନଥିବାରୁ ବୁଦ୍ଧିଜୀବୀ ମହଲରେ ତ୍ରି ବ୍ର ଅସନ୍ତୋଷ ପ୍ରକାଶ ପାଇଛି। ପ୍ରକାଶ ଥାଉକି ଯେ ଆଜକୁ ପ୍ରାୟ ୬ ଦିନ ବିତିଯାଇ ଥିଲେ ମଧ୍ୟ ଡଙ୍ଗର ବୋରି ବିଦ୍ୟାଳୟ ର ଶିକ୍ଷକ ବିଜୟ କୁମାର ମିଶ୍ର ପ୍ରତି କାହିଁକି ଏ ପର୍ଯ୍ୟନ୍ତ କୈଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇନାହିଁ।

ଆମେ ସାଧାରଣତନ୍ତ୍ର ଦିବସ ରେ ଆମେ ଆମ ଜାତୀୟ ପତାକା ଟିକୁ ଅତି ସମ୍ମାନର ସହ ପାଳନ କରୁ ହେଲେ ରାୟଗଡା ଜିଲ୍ଲା ମୁନିଗୁଡା ବ୍କକ୍ ଅମ୍ବାଦୋଳା ପଚାୟତ ର ଡଙ୍ଗର ବୋରି ପ୍ରାଥମିକ ବିଦ୍ୟାଳୟରେ ଜାତୀୟ ପତାକା ଟିକୁ ଅସମ୍ମାନ କରାଯାଇଥିବା ଦେଖିବାକୁ ମିଳିଥିବା ବେଳେ ପ୍ରାୟ ୬ ଦିନ ବିତିଯାଇଥିଲେ ମଧ୍ୟ ରାୟଗଡ଼ା ଜିଲ୍ଲା ଶିକ୍ଷା ଅଧିକାରୀ ଏହି ଘଟଣା କୁ ରାଜନୈତିକ ଚାପରେ ରଫା ଦଫା କରିବା ପାଇଁ ଚେଷ୍ଟା ଚାଲିଛି।

ଏହି ସମ୍ପର୍କରେ ଆମେ ମୁନିଗୁଡା ବି ଇ ଓ ଶ୍ରୀ ଭାସ୍କର ରାଓ ଙ୍କୁ ଯୋଗାଯୋଗ କରିବାରୁ ସେ କହିଛନ୍ତି ଯେ ଆଗକୁ ନିର୍ବାଚନ ଆସୁଛି ତେଣୁ ସମୟ ର ବ୍ୟସ୍ତତା ଭିତରେ ଆମେ ତଦନ୍ତ ରିପୋର୍ଟ ରାୟଗଡ଼ା ଜିଲ୍ଲା ଶିକ୍ଷା ଅଧିକାରୀ ଙ୍କୁ ହସ୍ତାନ୍ତର କରାଯାଇନାହିଁ।ବୋଲି ବି ଇ ଓ ପ୍ରକାଶ କରିଛନ୍ତି। ହେଲେ ଜାତୀୟ ପତାକା ଉତ୍ତୋଳନ ଠାରୁ ନିର୍ବାଚନ ବଡ ହୋଇଯାଇଛି ଆମ ଶିକ୍ଷା ଅଧିକାରୀ ମାନଙ୍କୁ। ହେଲେ ଆମ ଜିଲ୍ଲା ପ୍ରଶାସନ ଓ ଜିଲ୍ଲା ଶିକ୍ଷା ଅଧିକାରୀ ଦୁତ ରାଷ୍ଟ୍ର ସାଜି ବସିଥିବା ଜଣାପଡିଛି।

ଯଦି ଏହି ଶିକ୍ଷାକ ପ୍ରତି ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାନଯାଏ ତାହେଲେ ଶିକ୍ଷା ଅଧିକାରୀ ଅଫିସ ଆଗରେ ଧାରଣାରେ ବସିବେ ବୋଲି ସ୍ଥାନୀୟ ବାସିନ୍ଦା ମାନେ ମତ ପ୍ରକାଶ କରିଛନ୍ତି।