Home Uncategorized ମା’ ବୁଢ଼ୀ ଠାକୁରାଣୀ ଏସ୍.ଏଚ୍.ଜି. ପ୍ରହଲ୍ଲାଦ ନାଟକ ନାଟ୍ୟ ସଂଘର ନୂତନ ଦଳର ପ୍ରଥମ ପରିବେଶ...

ମା’ ବୁଢ଼ୀ ଠାକୁରାଣୀ ଏସ୍.ଏଚ୍.ଜି. ପ୍ରହଲ୍ଲାଦ ନାଟକ ନାଟ୍ୟ ସଂଘର ନୂତନ ଦଳର ପ୍ରଥମ ପରିବେଶ ।

20

ବେଲଗୁଣ୍ଠା, ୩୧/୦୧/୨୨ (ଜିଲ୍ଲା ଖବର ) : ପ୍ରଜ୍ଞାଦୀପ୍ତ ଲୋକ ନାଟକ ଅଭିନେତା ତଥା ନାଟ୍ୟ ସଂଗଠକ ସ୍ବର୍ଗତ ଭଜରାମ ଷଡ଼ଙ୍ଗୀଙ୍କ ପ୍ରଥମ ଶ୍ରାଦ୍ଧ ବାର୍ଷିକୀ ଅବସରରେ ଲୁଦୁଲୁଦି ଗ୍ରାମସ୍ଥ ଶ୍ରୀ ଶ୍ରୀ ମା’ ବୁଢ଼ୀ ଠାକୁରାଣୀ ପ୍ରହଲ୍ଲାଦ ନାଟକ ନ ଆମ ନାଟ୍ୟ ସ୍ପଂଘ ତରଫରୁ ନୂତନ ପିଢ଼ିର ପ୍ରଥମ ପରିବେଷଣ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ବର୍ଷୀୟାନ ପ୍ରହଲ୍ଲାଦ ନାଟକ ଗୁରୁ ମହେଶ୍ୱର ରଣାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉଦଘାଟନୀ ସଭାରେ ବଣ଼୍ପ୍ରାଣୀ ତତ୍ତ୍ୱାବଧାରକ ଶୂଳପାଣି ଶତପଥି ମୁଖ୍ୟ ଅତିଥି ଏବଂ ସମ୍ମାନିତ ଅତିଥି ଭାବେ ଲୋକ ସଂସ୍କୃତି ଗବେଷକ ଜଗଦୀଶ ପାଣିଗ୍ରାହୀ ଓ ବରିଷ୍ଠ କଳାକାର ତଥା ସାମ୍ବାଦିକ ଜୟ କୃଷ୍ଣ ପଟ୍ଟନାୟକ ଯୋଗଦେଇ ପ୍ରାଦେଶିକ ଶାସ୍ତ୍ରୀୟ କଳାକୁ ପରିପୁଷ୍ଟ କରେ ବୋଲି ମତବ୍ୟକ୍ତ କରିଥିଲେ ।

ଏହି ଅବସରରେ ନିଖିଳ ଓଡ଼ିଶା ବରିଷ୍ଠ କଳାକାର ମହାସଂଘ ଉପଦେଷ୍ଟା ନାଟ୍ୟକାର ସୁରେନ୍ଦ୍ର କୁମାର ଜେନା, ମହାସଚିବ ସୁବାସ ଚନ୍ଦ୍ର ସାହୁ ରୋଶନ୍, ସହ ସମ୍ପାଦକ ଜୟକୃଷ୍ଣ ପଟ୍ଟନାୟକ ଏବଂ ନାଟ୍ୟ ନିର୍ଦ୍ଦେଶକ ବିଜୟ କୁମାର ପାତ୍ର ପ୍ରମୁଖଙ୍କୁ ଆନୁଷ୍ଠାନିକ ଭାବେ ଉପାୟନ ଓ ମାନପତ୍ର ପ୍ରଦାନ ସହ ସମ୍ବର୍ଦ୍ଧିତ କରାଯାଇଥିଲା । ସ୍ବର୍ଗତ ଷଡ଼ଙ୍ଗୀଙ୍କ କଳା ପ୍ରତିଭା ଓ ପ୍ରାଜ୍ଞତ୍ଵ ସମ୍ପର୍କରେ ଆଲୋଚନା ସହ ତାହାଙ୍କ ଅମର ଆତ୍ମାର ସଦ୍ଗତି ନିମନ୍ତେ ଦୁଇ ମିନିଟ୍ ନୀରବ ପ୍ରାର୍ଥନା କରାଯାଇଥିଲା । ତାହାଙ୍କ ସୂପୂତ କାହ୍ନୁ ଷଡ଼ଙ୍ଗୀଙ୍କ ନିର୍ଦ୍ଦେଶନା କ୍ରମେ ନାଟ୍ୟ ସଂଘ ନୂଆଁ ପିଢ଼ି କଳାକାରଙ୍କ ପ୍ରହଲ୍ଲାଦ ନାଟକର ପ୍ରଥମ ପରିବେଷଣ ପ୍ରଦର୍ଶିତ ହୋଇଥଲା । କାର୍ଯ୍ୟକ୍ରମ ପ୍ରାରମ୍ଭରେ ନାଟ୍ୟ ସଂଘ ପରିଚାଳକ ବିଦ୍ୟାଧର ସ୍ୱାଇଁ ସ୍ବାଗତ ଭାଷଣ ଓ ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ନାଟ୍ୟ ଗୁରୁ କାହ୍ନୁ ଚରଣ ଷଡ଼ଙ୍ଗୀ ପରିଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ ।