
ବିଷମକଟକ , ୩୦/୦୧/୨୨ (ଜିଲ୍ଲା ଖବର ) : ବିଷମକଟକ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଦୁର୍ଗୀ ପଞ୍ଚାୟତର ଜଣେ ଯୁବ ଚେହେରା, ଆରଟିଆଇ ଏକ୍ଟିଭିଟ୍ ତଥା ଦୁର୍ଗୀ ଅଞ୍ଚଳର ଯୁବ ପ୍ରତିଭା ବର୍ତମାନ୍ ସେ କୌଣସି ରାଜନୌତିକ ଦଳର ମଙ୍ଗ ନଧରି ମଧ୍ୟ ତ୍ରୀସ୍ତରୀୟ ପଞ୍ଚାୟତ ରାଜନୀତିରେ ପରୋକ୍ଷ ଭାବରେ ସେ ବେଶ୍ ଚର୍ଚାରେ ରହିଛନ୍ତି।ସେ ପ୍ରଥମେ ଆଶାବାଦୀ ଥିଲେ ଯେ ଯଦିବା ସଂରକ୍ଷଣ ବ୍ୟବସ୍ତା ଅନୁଯାୟୀ ସରପଞ୍ଚ କିମ୍ବା ସମିତିସଭ୍ୟ ଯଦି ଓବିସି ହେଇଥାନ୍ତେ । ତେବେ ସେ ନିଜେ ପ୍ରାର୍ଥୀ ପତ୍ର ଦାଖଲ କରିଥାନ୍ତେ କିନ୍ତୁ ତାହା ହୋଇପାରିଲାନି ।ତେଣୁ ବର୍ତମାନ ସମୟରେ ବହୁଜନ ସମାଜ ପାର୍ଟୀ ଜିଲ୍ଲା ସଭାପତିଙ୍କ ସହ ଆଲୋଚନା କରି ବିଏସପି ଦଳ ସମର୍ଥୀତ ଦୁଇ ପ୍ରାର୍ଥୀଙ୍କୁ ସେ ନିଜେ ନିର୍ବାଚନ ମୈଦାନକୁ ପରୋକ୍ଷଭାବରେ ଅବତିର୍ଣ କରାଇଛନ୍ତି।

ବର୍ତମାନ୍ କହିବାକୁ ଗଲେ ବିଜେଡି ଗଡ କୁହାଯାଉଥିବା ଦୁର୍ଗୀ ପଞ୍ଚାୟତରେ ବିଜେଡି ପାଇଁ ଏହା ଏକ ମୁଣ୍ଡବ୍ୟଥାର କାରଣ ହୋଇଛି ।କାରଣ ଗତ ଦିନରେ ଏମିତି ବି ଦେଖାଯାଇଛି ଦୁର୍ଗୀ ପଞ୍ଚାୟତରେ ବହୁତ ଥର ବିଜେଡି ସମର୍ଥୀତ ପ୍ରାର୍ଥୀମାନେ ନିର୍ଦ୍ବନ୍ଦରେ ନିର୍ବାଚିତ ହେଉଥିଲେ କିନ୍ତୁ ସେହିଭଳି ପରିସ୍ତିତିକୁ ବ୍ରେକ୍ ଦେଇ ବିଜେଡି ସମର୍ଥୀତ ପ୍ରାର୍ଥୀ ଓ ବିଏସପି ସମର୍ଥୀତ ପ୍ରାଥୀଙ୍କ ମଧ୍ୟରେ କଡା ମୁକାବିଲା ହେଲା ଭଳି ପରିସ୍ଥିତି ମହାନ୍ତି ସୃଷ୍ଟି କରିଦେଇଛନ୍ତି। ତେଣୁ ଚଳିତ ତ୍ରୀସ୍ତରିୟ ନିର୍ବାଚନ ଏକ ରୋଚକ ମୋଡରେ ପହଞ୍ଚିବା ପରିଲକ୍ଷିତ ହେଉଛି।ପ୍ରତିଦିନ ମହାନ୍ତି ଅଞ୍ଚଳର ଯୁବକ ମାନଙ୍କ ସହ ଭର୍ଚୁଆଲି ମୋଡରେ ହେଉ କି ଟେଲିଫୋନ୍ ମାଧ୍ୟମରେ ହେଉ ପ୍ରଚାର ପ୍ରସାର ଚଲେଇବାର ଶୁଣିବାକୁ ମିଳୁଛି।ଗତ କିଛି ଦିନ ଧରି ସେ ଅଞ୍ଚଳର ସମସ୍ତ ଗ୍ରାମକୁ ଯାଇ ସଭା ସମିତି କରିବା ବି ଦେଖିବାକୁ ମିଳିଥିଲା।ବିଏସପି ସମର୍ଥୀତ ଦୁଇ ପ୍ରାଥୀ ସରପଞ୍ଚ ପାଇଁ ଶ୍ରୀ ମୁନାସି ରାଓ କୁମ୍ବ୍ରିକା ଓ ସମିତି ସଭ୍ୟା ପ୍ରାଥୀନି ଶ୍ରୀମତି ବନିତା ଗରଡିଆଙ୍କୁ ଭୋଟଦେବା ପାଇଁ ଆପିଲ୍ କରିବା ସହ ଏହି ପ୍ରାର୍ଥୀ ମାନେ ବିପୁଳ ପରିମାଣରେ ବୀଜୟୀ ହେବେ ବୋଲି ଶ୍ରୀ ମହାନ୍ତି ଆଶାବ୍ୟକ୍ତ କରିଛନ୍ତି।


