
ନବରଙ୍ଗପୁର , ୨୯/୦୧/୨୨ (ଜିଲ୍ଲା ଖବର ) : ଭୋଟ ପାଇଁ ନେତାଙ୍କ ଭାଷଣ ବେଳେ ନାନା ରୋଚକ କଥା ସାମନାକୁ ଆସିଥାଏ ଏହି ପରିଭାବେ ବହୁ ସଂଖ୍ୟାରେ ଭୋଟ ଦେଇ ମୋତେ ପରାଜିତ କରନ୍ତୁ ବୋଲି କହୁ କହୁ କହିଦେଇଛନ୍ତି ବିଜେଡି ଜିଲ୍ଲା ପରିଷଦ ପ୍ରାର୍ଥୀନୀ | ଯାହାର କି ଏବେ ଭିଡ଼ିଓ ଭାୟରାଲ ହେବାରେ ଲାଗିଛି | ଲୋକେ ଏହାକୁ ନ ହସି ରହିପାରୁନାହାନ୍ତି ଏହି ପ୍ରାର୍ଥୀନୀ ହେଲେ ଚନ୍ଦାହାଣ୍ଡି ବ୍ଲକ ଜୋନ୍ ୧ ର ବର୍ଷାରାଣୀ ପଟେଲ l
ଭାଷଣରେ ସେ ପ୍ରଥମେ ବିଜେଡି ପ୍ରାର୍ଥୀ କରିଥିବାରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ସାଂସଦ ଶ୍ରୀ ମାଝୀ ଓ ଝରୀଗାଁ ବିଧାୟକ ପ୍ରକାଶ ଚନ୍ଦ୍ର ମାଝୀଙ୍କୁ କୃତଜ୍ଞତା ଜଣାଇଥିଲେ | ଭାଷଣରେ ବିପୁଳ ସଂଖ୍ୟାରେ ଭୋଟ ଦେଇ ପରାଜିତ କରିବାକୁ କହିଦେଇଥିଲେ |
ନବରଙ୍ଗପୁର ରୁ ବିଷ୍ଣୁ ପ୍ରସାଦ ବିଷୋୟୀ ଙ୍କ ରିପୋର୍ଟ ଜିଲ୍ଲା ଖବର ।



