
ଯାଜପୁର , ୨୯/୦୧/୨୨ (ଜିଲ୍ଲା ଖବର ) : ଯାଜପୁର ଜିଲ୍ଲା ବାଲିଚନ୍ଦ୍ରପୁର ଥାନା ଗୋପାଳପୁର ପଂଚାୟତର ମହିଳା ନାଏବ ସରପଂଚ ଓ ତାଙ୍କ ସ୍ବାମୀଙ୍କୁ ମରଣାନ୍ତକ ଆକ୍ରମଣ ହୋଇଛି।

ଏନେଇ ବାଲିଚନ୍ଦ୍ରପୁର ଥାନାରେ ଅଭିଯୋଗ ହୋଇଛି। ଅଭିଯୋଗ ଅନୁଯାୟୀ ଗୋପାଳପୁର ପଂଚାୟତର ମହିଳା ନାଏବ ସରପଂଚ ଲିଲିମା ସାହୁ ନାଏବ ସରପଂଚ ହେବା ପରଠୁ ପଡୋଶୀ ରାଜ କିଶୋର ପୃଷ୍ଟି ତାଙ୍କ ପୁଅ ପ୍ରଭଂଜନ ପୃଷ୍ଟି ଅଯଥାରେ ଶତ୍ରୁତା କରିଆସୁଥିଲେ। ତେବେ ଗତ ୨୪ ତାରିଖ ରେ ପାଇଖାନା ଟ୍ୟାପ ଭାଙ୍ଗିବା ନେଇ ଲିଲିମା ଅଭିଯୋଗ କରିବାରୁ ଏଥିରେ ଉତକ୍ଷିପ୍ତ ହୋଇ ପ୍ରଭଂଜନ ଏକ ଠେଙ୍ଗାରେ ପ୍ରଥମେ ଲିଲିମାଙ୍କ ପୁଅ ଓ ସ୍ବାମୀକୁ ଆକ୍ରମଣ କରିଥିଲେ। ସ୍ବାମୀ ଓ ପୁଅକୁ ବଂଚାଇବାକୁ ଯାଇ ଲିଲିମା ପ୍ରତିରୋଧ କରିବାରୁ ତାଙ୍କୁ ଠେଙ୍ଗା ଓ ପଥରରେ ମରଣାନ୍ତକ ଆକ୍ରମଣ କରିଥିଲା। ଗୁରୁତର ଅବସ୍ଥାରେ ଲିଲିମା ଓ ସ୍ବାମୀ ଜୀବନ ସାହୁ କଟକ ସ୍ଥାନାନ୍ତର ହୋଇ ଚିକିସ୍ଛା ହୋଇ ଫେରିଥିବା ବେଳେ ଲିଲିମାଙ୍କ ସ୍ବାସ୍ଥ୍ୟ ଗୁରୁତର ରହିଛି।

ପୋଲିସ ଆକ୍ରମଣ କାରୀଙ୍କୁ ଗିରଫ କରିନଥିବାରୁ ଗାଁ ରେ ଚାପା ଉତ୍ତେଜନା ଲାଗିରହିଛି। ତେବେ ଏନେଇ ଗାଁର ମହିଳାମାନେ ଏକଜୁଟ ହେବା ସହ ବାଲିଚନ୍ଦ୍ରପୁର ଥାନା ଘେରାଉ କରିବେ ବୋଲି ଧମକ ଦେଇଛନ୍ତି।
ଯାଜପୁର ରୁ ପ୍ରମୋଦ ରାଉତ ଙ୍କ ରିପୋର୍ଟ ଜିଲ୍ଲାଖବର ନିୟୁଜ l



