Home ଆଞ୍ଚଳିକ ଆସନ୍ନ ପ୍ରସବା ଗାଈର ଜିବନ ବଞ୍ଚିଲା: ସମସ୍ତ ଚେଷ୍ଟା ସତ୍ତ୍ଵେ ନବଜାତ ମୃତ ।

ଆସନ୍ନ ପ୍ରସବା ଗାଈର ଜିବନ ବଞ୍ଚିଲା: ସମସ୍ତ ଚେଷ୍ଟା ସତ୍ତ୍ଵେ ନବଜାତ ମୃତ ।

60

ବ୍ରହ୍ମପୁର , ୨୮/୦୧/୨୨ (ଜିଲ୍ଲା ଖବର ) : ବ୍ରହ୍ମପୁର ମହାନଗର ନିଗମ ଅଞ୍ଚଳରେ ବୁଲା ଗାଈଗୋରୁଙ୍କ ନିରାପଦ ଆଶ୍ରୟ ସ୍ଥଳୀ ପାଲଟିଛି ରାଜରାସ୍ତା ଓ ଗଳିକନ୍ଦି । ସହରର ବିଭିନ୍ନ ସମସ୍ୟା ମଧ୍ୟରେ ରାସ୍ତାରେ ବୁଲୁଥିବା ବୁଲା ଗାଈଗୋରୁ ସମସ୍ୟା ସବୁଠାରୁ ଅଧିକ । ସହରରେ ଯୁଆଡ଼େ ଚାହିଁବ ଖାଲି ଗାଈ ହଁ ଗାଈ । ଗାଈ ମାଲିକମାନେ ନିଜ ଗାଈ ଠାରୁ କ୍ଷୀର ଆଦାୟ କଲା ପରେ ଗାଈ ଗୁଡ଼ିକୁ ରାସ୍ତା କଡ଼ରେ ଛାଡ଼ି ଦିଅନ୍ତି । ଯାହା ଫଳରେ କେତେ ବେଳେ ଗାଈ ତ ଆଉ କେତେବେଳେ ଗାଡ଼ି ଚାଲକ ଦୁର୍ଘଟଣାର ଶିକାର ହେଉଥିବା ନଜିର ରହିଛି । ବ୍ରହ୍ମପୁର ସହରର ବହୁ ବ୍ୟକ୍ତି ଗୋପାଳନ କରୁଛନ୍ତି । କିଛି ବ୍ୟକ୍ତିଙ୍କ ଗୁହାଳ ରହିଥିବା ବେଳେ ଅଧିକାଂଶ ବ୍ୟକ୍ତି ରାସ୍ତାକୁ ଗୁହାଳ କରି ଦେଇଥିବା ଏକ ନିତିଦିନିଆ ଘଟଣାରେ ପରିଣତ ହୋଇଛି। ଗର୍ଭଣୀ ଗାଈକୁ ମଧ୍ୟ ଗୁହାଳରେ ନରଖି ରାସ୍ତାରେ ଛାଡ଼ିଦିଅନ୍ତି ଗୋପାଳକ ମାନେ । ଏପରି ସ୍ଥିତିରେ ଗୋରୁଗାଈ ସେବାରେ ନିୟୋଜିତ ଥିବା ସ୍ବେଚ୍ଛାସେବୀ ଲଲାଟେନ୍ଦୁ ଚୌଧୁରୀଙ୍କ ସେବା ଜାରି ରହିଛି ।
ଆଜି ଏପରି ଏକ ଘଟଣା ଦେଖିବାକୁ ମିଳିଛି ଖଲ୍ଲିକୋଟ କଲେଜ ସ୍ନାତକୋତ୍ତର ବାଣିଜ୍ୟ ଏବଂ ବ୍ୟବସାୟିକ ଅଧୀୟନ ବିଭାଗ ସମ୍ମୁଖରେ। ସେଠାରେ ଏକ ଗାଈ ପ୍ରସବ ବେଦନାରେ ଛଟପଟ ହେଉଥିବା ପଶୁପ୍ରେମୀ ଶ୍ରୀ ଚୌଧୁରୀ ଖବର ପାଇଥିଲେ । ଏହାକୁ ଅତି ଗୁରୁତର ଭାବେ ନେଇ ସମୟ ନଷ୍ଟ ନକରି ପଶୁ ଡ଼ାକ୍ତରଖାନାର ଡ଼ାକ୍ତରଙ୍କୁ ସେ ଖବର ଦେବାପରେ ଘଟଣା ସ୍ଥଳରେ ପଶୁ ଚିକିତ୍ସାଳୟର କର୍ମଚାରୀ ଆସି ପରୀକ୍ଷା କରି ଦେଖିଲେ ଗାଈଟି ଆସନ୍ନ ପ୍ରସବ ପୀଡାରୁ ଉଠିପାରୁନି ଏବଂ କୌଣସି ଅସୁବିଧା ଯୋଗୁଁ ଛୁଆଟିର ଗର୍ଭରେ ମୃତ୍ୟୁ ହୋଇଛି । ଶେଷରେ ବହୁ ଚେଷ୍ଟା କରି ମଲା ବାଛୁରୀକୁ ବାହାର କରିବା ସହ ମାଁ ଖାଉଟିଙ୍କୁ ବଞ୍ଚାଇଥିଲେ। ଏହା ଦେଖି ଘଟଣା ସ୍ଥଳରେ ଉପସ୍ଥିତ ଥିବା ସହକାରୀ ଜିଲ୍ଲାପାଳ ବିନୋଦ କୁମାର ବେହେରା, ଟାଉନଥାନା କର୍ମଚାରୀ ଏମ କେ ସିୟା, ଉପେନ୍ଦ୍ର ନାୟକଙ୍କ ଆଖିରୁ ଲୁହ ଆସିଯାଇଥିଲା । ସେ ଯାହା ହେଉ ଗାଇଟିର ଜୀବନ ବଞ୍ଚିଯାଇଥିବାରୁ ସେମାନେ ଖୁସି ଅନୁଭବ କରିଥିଲେ । ଏଥିରେ ପଶୁ ଚିକିତ୍ସକ ଡାକ୍ତର ସୌମିକ ସ୍ଵାଇଁ, ସହଯୋଗୀ ହରି ଚନ୍ଦ୍ର ନାୟକଙ୍କ ସମେତ, କଲେଜ କର୍ମଚାରୀ ଅଜୟ ପଣ୍ଡା, ବିଜୟ କୁମାର ବେହେରା, ରବି ମିଶ୍ର, ସେକ୍ୟୁରିଟି ଇ ଶ୍ରୀନୁ ରାଓ, ରଘୁନାଥ ନାୟକ ପ୍ରମୁଖ ଏହି କାର୍ଯ୍ୟରେ ସହଯୋଗ କରିଥିଲେ ଯାହାକୁ ନେଇ ସହରରେ ପ୍ରଶଂସାର ସୁଅ ଛୁଟୁଛି…।