ଜିଲ୍ଲା କଂଗ୍ରେସ ର ମିଶ୍ରଣ ପର୍ବ। ଅନ୍ୟ ଦଳ ର ୩୬ ଜଣ କର୍ମୀ କଂଗ୍ରେସ ରେ ମିଶିଲେ।

15

ଫୁଲବାଣୀ , ୨୮/୦୧/୨୨ (ଜିଲ୍ଲା ଖବର ) : ଜିଲ୍ଲା କଂଗ୍ରେସ କମିଟି ପକ୍ଷରୁ ସ୍ଥାନୀୟ ସେନାପତି resident ଠାରେ ଜିଲ୍ଲା ସଭାପତି ଅନାମ ନାୟକ ଙ୍କ ଅଧ୍ୟକ୍ଷତା ରେ ଅନୁଷ୍ଠିତ ହୋଇଥିଲା।

ଏଥିରେ ଅନ୍ୟ ଦଳ ର ବହୁ କର୍ମୀ ଓ ନେତା କଂଗ୍ରେସ୍ ରେ ସାମିଲ ହୋଇଥିଲେ। ସଭାପତି ଅନାମ ନାୟକ କନ୍ଧମାଳ ପ୍ରଭାରୀ ବିଷ୍ଣୁ ପ୍ରସାଦ ମହାପାତ୍ର , ପୂର୍ବତନ MLA ଅଜୟନ୍ତି ପ୍ରଧାନ ପ୍ରମୁଖ ଉତ୍ତରୀୟ ଦେଇ ଦଳ ରେ ସାମିଲ କରିଥିଲେ। ଏହି ମିଶ୍ରଣ ପର୍ବ ରେ ଦାରିଂବାଡ଼ି , ରାଇକିଆ, ଜି ଉଦେୟଗିରି ଓ ବାଲିଗୁଡା ବ୍ଲକ୍ ର ନେତା ଓ କର୍ମୀ ମାନେ କଂଗ୍ରେସ ଦଳରେ ସାମିଲ ହୋଇଥିଲେ।

ଏମାନେ ଦଳ ରେ ସାମିଲ ହେବା ଫଳରେ ଦଳ ଅଧିକ ମଜବୁତ୍ ଓ ଶକ୍ତି ଶାଳୀ ହେବ ବୋଲି ପ୍ରଭାରୀ ମହାପାତ୍ର କହିଥିଲେ। ଚଳିତ ଜିଲ୍ଲା ପରିଷଦ ନିର୍ବାଚନରେ କଂଗ୍ରେସ୍ ଦଳ ଭଲ କରିବେ ବୋଲି କହିଥିଲେ।

ନବୀନ ସରକାର ଏକ ଦୁର୍ନୀତି ଓ ଭ୍ରଷ୍ଟାଚାର ସରକାର ବୋଲି କହିଥିଲେ। ଏ ସରକାର ର ପ୍ରଚାର ପ୍ରସାର ଅଧିକା, ଏବଂ କାମ କମ ବୋଲି ମତ ରଖିଥିଲେ।

BJP ର ଟାଣୁଆ ନେତା ସୀତା ରାମ ପଣ୍ଡା ଓ ପର୍ବତନ ବିଧାୟକ ଜାକବ ପ୍ରଧାନ ପୁନର୍ବାର ଦଳ ରେ ସାମିଲ ହୋଇଥିବାରୁ ସମସ୍ତେ ଖୁସି ବ୍ୟକ୍ତ କରିଥିଲେ।

ଫୁଲବାଣୀ ରୁ ପ୍ରତାପ ଦିଗାଲ ଙ୍କ ସହିତ ଗୌରପ୍ରସାଦ ଙ୍କ ରିପୋର୍ଟ ଜିଲ୍ଲା ଖବର