
ରାୟଗଡା , ୨୮/୦୧/୨୨ (ଜିଲ୍ଲା ଖବର ) : ଜାତୀୟ ପତାକା କୁ ଅଣଦେଖା ଘଟଣା ଆଜି ତଦନ୍ତ କରିଛନ୍ତି ରାୟଗଡା ଜିଲ୍ଲା ଶିକ୍ଷା ଅଧିକାରୀ। ମୁନିଗୁଡା ବ୍ଲକ ର ଘମାଟଗୁଡା ପଂଚାୟତ ର ଡଙ୍ଗର ବୋରି ସ୍କୁଲ। ଶିକ୍ଷକ ନିଜ ରାଜନୈତିକ କାର୍ଯ୍ୟ ରେ ବ୍ୟସ୍ତ ରହୁଥିବାର ଅଭିଯୋଗ ହୋଇଥିଲା। ସାରା ଭାରତ ୭୩ ତମ ସାଧାରଣତନ୍ତ୍ର ଦିବସ ପାଳନ କରାଯାଇଥିବା ବେଳେ କିନ୍ତୁ ନିଜ ଅବହେଳା ଯୋଗୁଁ ଶିକ୍ଷକ ଶ୍ରୀ ବିଜୟ ମିଶ୍ର ଦୁଇଦିନ ହେବ ଜାତୀୟ ପତାକା ନିଜ ବିଦ୍ୟାଳୟ ରେ ଉତ୍ତୋଳନ କରିଥିଲେ କିନ୍ତୁ ଜାତୀୟ ପତାକା ସୂର୍ଯ୍ୟାସ୍ତ ପୂର୍ବରୁ ଅଵତୋଳାନ କରିବା ବିଧିବଧ ନିୟମ ଥିବା ବେଳେ ନିଜ କର୍ତବ୍ୟ ରେ ଅବହେଳା କରି ଜାତୀୟ ପତାକା ର ଖୋଲା ଖୋଲି ଅସମ୍ମାନ କରିଥିବା ଦେଖିବାକୁ ମିଳିଛି ।

ତେବେ ଏଥିରୁ ଜଣାପଡୁଛି ସେ କେତେ
ଦାୟିତ୍ୱବାନ ? ଏଇ ଘଟଣା କୁ ବୁଦ୍ଧିଜୀବୀ ମହଲ ରେ ଘୋର ନିନ୍ଦା କରାଯାଇ ଥିଲା। ଏହି ସମ୍ପର୍କରେ ଖବର ପ୍ରଶାରଣ ହେବାପରେ ଆଜି ତଦନ୍ତ ରେ ପହଞ୍ଚି ଥିଲେ ତିନି ଜଣିଆ ତଦନ୍ତ କାରି ଟିମ୍ । ଏହି ଦେଶ ଦ୍ରୋହି ଶିକ୍ଷକ ଶ୍ରୀ ବିଜୟ କୁମାର ମିଶ୍ର ଙ୍କ ପ୍ରତି ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ରାୟଗଡା ଜିଲ୍ଲା ଶିକ୍ଷା ଅଧିକାରୀ ଶ୍ରୀ ପୁରୁଣ ଚନ୍ଦ୍ର ବରିଆ ଆମକୁ ସୂଚନା ଦେଇଛନ୍ତି।



