
ଆସିକା , ୨୮/୦୧/୨୨ (ଜିଲ୍ଲା ଖବର ) : ଆସିକା ଅବକାରୀ ବିଭାଗ ଆଜି ଅପରାହ୍ନ ରେ ଠେଙ୍ଗାପଲ୍ଲୀମେରାଟୀ ବସା , କରତାଳିମେରାଟୀବସା , ପାକଲାପଲ୍ଲୀମେରାଟୀବସା,କାଳଷଣ୍ଢପୁର ମେରାଟୀବସା ଆଦି ସ୍ଥାନରେ ଅତର୍କିତ ଭାବେ ଆସିକା ଅବକାରୀ ବିଭାଗ ଦ୍ୱାରା ଚଢ଼ାଉକରି ୪୦୦ ଲିଟର ଦେଶୀ ମଦ ଓ ମଦ ରଖାଯାଇଥିବା ପ୍ଲାଷ୍ଟିକ ବୋତଲ ଜବତ ସହ ୨୦ ଜଣକୁ ଗିରଫ କରାଯାଇଛିl

ଏମାନଙ୍କ ନାମରେ ଅବକାରୀ ବିଭାଗ ଦ୍ୱାରା ପୃଥକ ପୃଥକ ମାମଲା ସହ ଧାରା ୫୨ (ଏ )(ଆଇ ) ୨୦୦୮ ଅବକାରୀ ଆଇନ ପ୍ରକାରେ ମାମଲା ରୁଜୁ କରାଯାଇଥିବା ଥାନା ଅଧିକାରୀ ସୂଚନା ଦେଇଛନ୍ତି l



