ଟିମ ହ୍ୟୁମାନିଟି କନ୍ଧମାଳ ର ପୁଣି ଥରେ ଦେଖିବାକୁ ମିଳିଛି ମହାନତା ।

134

ଫୁଲବାଣୀ, ୨୭/୦୧/୨୨ (ଜିଲ୍ଲା ଖବର ) : ଫୁଲବାଣୀର ଜିଲ୍ଲା ଶିଳ୍ପ କେନ୍ଦ୍ରର ସେକ୍ସନ ଅଫିସର ପ୍ରତାପ କୁମାର ମହାରଣାଙ୍କ ମାତୃବିୟୋଗ ହୋଇଥିଲା।

ଫୁଲବାଣୀ ଅଞ୍ଚଳରେ ଆଉ କେହି ସମ୍ପର୍କୀୟ ପରିଜନ ନ ଥିବା ହେତୁ ସେ ସବ ସତ୍କାର କରିବା ପାଇଁ ଟିମ୍ ହ୍ୟୁମାନିଟି କନ୍ଧମାଳ ର ସହଯୋଗ ଲୋଡ଼ିଥିଲେ

ଆବାହକ ଭି. ଲୋକନାଥ ରାଜୁ ଙ୍କୁ ଯୋଗାଯୋଗ କରି ଏ ବିଷୟରେ ଅବଗତ କରେଇଥିଲେ ‌। ଆବାହକ ଭି. ଲୋକନାଥ ରାଜୁ ଙ୍କ ନେତୃତ୍ୱରେ* ଟିମ ର ସଦସ୍ୟ ସାଇରାମ ପାତ୍ର, ପ୍ରଫୁଲ୍ଲ କୁମାର ପୃଷ୍ଟି, ଭି. ଜଗନ୍ନାଥ ରାଜୁ , ସାଇପ୍ରସାଦ ପାଢ଼ୀ , ହିମାଂଶୁ ନାୟକ , ରମେଶ ଚନ୍ଦ୍ର ମହାନ୍ତି , ରାଜୀବନେତ୍ର ପଟ୍ଟନାୟକ,ଅନୁପ ବିକ୍ରମ ପାତ୍ରରିତେଶ ସାହୁ* ତାଙ୍କ ବାସଭବନରେ ପହଞ୍ଚିଥିଲେ।

ନିକଟସ୍ଥ ଫୁଲବାଣୀ ର ପଟାବାଲି ସାହି ସ୍ମଶାନ ରେ ସମସ୍ତ ବ୍ୟବସ୍ଥା କରି ହିନ୍ଦୁ ରୀତି ଅନୁଯାୟୀ ଶବଦାହ କରାଯାଇଥିଲା l

ଫୁଲବାଣୀ ରୁ ପ୍ରତାପ ଦିଗାଲ ଙ୍କ ସହିତ ଗୌରପ୍ରସାଦ ଙ୍କ ରିପୋର୍ଟ ଜିଲ୍ଲା ଖବର