
ଛତ୍ରପୁର, ୬/୧୨(ରଞ୍ଜନ) ; ଗଞ୍ଜାମ ଜିଲ୍ଲା ଲୋକକଳା ମହୋତ୍ସବର ଦ୍ଵିତୀୟ ସନ୍ଧ୍ୟା ଛତ୍ରପୁରରୁ ସିଧାପ୍ରସାରଣରେ ମୁଖ୍ୟ ଆକର୍ଷଣ ବଲିଉଡ ଗୀତିକାର ରାହୁଲ ଜୈନଙ୍କ ମଧୁର କଣ୍ଠରୁ ମେରୀ ଜିଁଦେଗୀ ସଵାରୀ ହିନ୍ଦୀ ରୋମାଞ୍ଚକ ଗୀତରେ ମଜବୂଲ ଥିଲେ ବର୍ତ୍ତମାନ ଯୁଗର ଯୁବପିଢ଼ି l ଆଜିର ଏହି ସନ୍ଧ୍ୟା ଆଧୁନିକ ରଙ୍ଗମଞ୍ଚ ରେ କଳା ପ୍ରେମିଙ୍କ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି l ବିଭିନ୍ନ ପ୍ରାନ୍ତରୁ କଳା ନେଇ ଛତ୍ରପୁର ପୋଲିସ ପଡିଆରେ କଳାକାର ମଞ୍ଚରେ ବିଭିନ୍ନ ରଙ୍ଗ ସଜାଇ ନିଜର କଳା ଅଭିନୟ ରେ ଉପସ୍ଥିତ ଅତିଥିଙ୍କ ମନରେ ହସ ପୁଟାଇ ଥିଲେ l

ଆଜିର କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଦକ୍ଷିଣାଞ୍ଚଳ ରାଜସ୍ବ କମିଷନର ଟି. କେ ଆଓ, ସଂମ୍ମାନନିତ ଅତିଥି ଭାବେ ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମ୍ରୁତ କୁଲାଙ୍ଗ,ପ୍ରକଳ୍ପ ନିର୍ଦେଶକ ସିଦ୍ଧାର୍ଥ ଶଙ୍କର ସ୍ୱାଇଁ ବ୍ରହ୍ମପୁର ଉପ ଜିଲ୍ଲାପାଳ ସିନ୍ଧେ ଦତ୍ତାତ୍ରୟ ଭାଉ ସାହେବ, ବ୍ରହ୍ମପୁର ମୁନିସିପାଲଟି କମିସନର ଚକ୍ରବର୍ତ୍ତୀ ସିଂରାଠୋର ପ୍ରମୁଖ ଉପସ୍ଥିତ ଥିବାବେଳେ ଅଞ୍ଚଳର ବୁଦ୍ଧିଜୀବି, ବିଭିନ୍ନ ସ୍କୁଲ କଲେଜ ଛାତ୍ରଛାତ୍ରୀ ଓ ଜନସାଧାରଣ ଉପସ୍ଥିତ ରହି ଏହି ଲୋକକଳାର ମଜା ନେବା ସହ ବିଭିନ୍ନ ଷ୍ଟଲ ମାନଙ୍କରେ ସୌନ୍ଦର୍ଯ୍ୟ ଦେଖି ମନଉପଭୋଗ କରିଥିଲେ l



