Home ଆଞ୍ଚଳିକ ଯୁକ୍ତ ୨ ପରୀକ୍ଷା ବାତିଲ ଦାବିରେ ଛାତ୍ର ଛାତ୍ରୀ ଙ୍କ ଆନ୍ଦୋଳନ ।

ଯୁକ୍ତ ୨ ପରୀକ୍ଷା ବାତିଲ ଦାବିରେ ଛାତ୍ର ଛାତ୍ରୀ ଙ୍କ ଆନ୍ଦୋଳନ ।

97


ଯାଜପୁର , ୨୭/୦୧/୨୨ (ଜିଲ୍ଲା ଖବର ) : ଯୁକ୍ତ ୨ ପରୀକ୍ଷା ବାତିଲ ଦାବିରେ ଛାତ୍ର ଛାତ୍ରୀ ମାନେ ବିକ୍ଷୋଭ ପଦର୍ଶନ କରିଛନ୍ତି l

ଏହି କ୍ରମରେ ଆଜି ଯାଜପୁର ଜିଲ୍ଲା ର ଧର୍ମଶାଳା ମହାବିଦ୍ୟାଳୟ ସମୁଖ ରେ ଛାତ୍ର ଛାତ୍ରୀ ମାନେ ଏକ ଘଣ୍ଟା ପାଇଁ ଜାରକା ନାକପୋଲ ରାସ୍ତାରେ ଅବରୋଧ କରି ଥିଲେ l

କରୋନା ସଂକ୍ରମଣ କୁ ଦୃଷ୍ଟି ରେ ରଖି ରାଜ୍ୟ ସରକାର ପରୀକ୍ଷା କୁ ବାତିଲ ପାଇଁ ନିଷ୍ପତ୍ତି ନିୟନ୍ତୁ ବୋଲି ନାରା ବାଜି ଦେଇଥିଲେ l ସୂଚନା ଥାଉକି ଛାତ୍ର ଛାତ୍ରୀ ମାନେ ପୂର୍ଵ ରୁ ମିଡି ଟର୍ମ ଏଣ୍ଡ ୩ ଟି ପରୀକ୍ଷା ଦେଇଥିଲେ l ଏହାର ମୂଲ୍ୟାନ କୁ ଆଧର କରି ସମସ୍ତ ଛାତ୍ର ଛାତ୍ରୀ ମାନଂକୁ ପାସ କରାଯିବ ବୋଲି ଶିକ୍ଷା ମନ୍ତ୍ରୀ ପୂର୍ଵରୁ ଘୋଷଣା କରିଥିଲେ l କିନ୍ତୁ ଗତ ୨ ଦିନ ତଳେ କରୋନା ସଂକ୍ରମଣ କମିଲେ ଶେଷ ପରୀକ୍ଷା ହେବ ବୋଲି କହିଛନ୍ତି l ମନ୍ତ୍ରୀ ଙ୍କ ସମ୍ପୃକ୍ତ ବିବୃତି କୁ ନେଇ ଛାତ୍ର ଛାତ୍ରୀ ଙ୍କ ପ୍ରତକ୍ରିୟା ସୃଷ୍ଟି ହେଇଥିଲା l

ଏହା ର ପ୍ରତିବାଦ ରେ ଆଜି ଛାତ୍ର ଛାତ୍ରୀ ମାନେ ଆନ୍ଦୋଳନ କୁ ଓଲ୍ଲାଇଛନ୍ତି l

ଏହି ଆନ୍ଦୋଳନ ରେ ଧର୍ମଶାଳା ମହାବିଦ୍ୟାଳୟ, ଚଣ୍ଡିଖୋଲ ମହାବିଦ୍ୟାଳୟ, ବ୍ରହ୍ମପର୍ଦା ମହାବିଦ୍ୟାଳୟ, ନୂଆହାଟ କଲ୍ଲେଜ, ଓ କୋତପୁର ଆଦି ୫ ଟି କଲେଜ ର ଛାତ୍ର ଛାତ୍ରୀ ଯୋଗ ଦେଇଥିଲେ l

ଯାଜପୁର ରୁ ପ୍ରମୋଦ ରାଉତ ଙ୍କ ରିପୋର୍ଟ ଜିଲ୍ଲା ଖବର ।