
ଗୁଣୁପୁର , ୨୬/୦୧/୨୨ (ଜିଲ୍ଲା ଖବର ) : ଆଜି ପବିତ୍ର ୭୩ ତମ ସାଧାରଣତନ୍ତ୍ର ଦିବସ ଅବସର ରେ ଗୁଣୁପୁର ପ୍ରେସ ୟୁନିଅନ ତରଫରୁ ପ୍ରେସ ୟୁନିଅନ ର ପ୍ରଥମ ପ୍ରତିଷ୍ଠା ଦିବସ ଏବଂ ସ୍ବେଛାକୃତ ରକ୍ତ ଦାନ ଶିବିର ସ୍ଥାନୀୟ ସଦର ହସ୍ପିଟାଲ ର ବ୍ଲଡ଼ ବ୍ୟାଙ୍କ ରେ ଅନୁଷ୍ଠିତ ହୋଇଥିଲା ।

ଏହି ଅବସର ରେ ମୁଖ୍ୟଅତିଥି ଭାବେ ଗୁଣୁପୁର ବିଧାୟକ ରଘୁନାଥ ଗମାଙ୍ଗ, ଅତିଥି ଭାବେ ଗୁଣୁପୁର ଉପଜିଲ୍ଲାପାଳ ଜେ ସୋନାଲ ଡ଼କ୍ଟର ଚନ୍ଦ୍ରଧ୍ଵଜ ପଣ୍ଡା, ଡାକ୍ତର ରମେଶ ଚନ୍ଦ୍ର ସାହୁ , ବରିଷ୍ଠ ଆଇନଜୀବୀ ବ୍ରହ୍ମାନନ୍ଦ ପଟନାୟକ , ବରିଷ୍ଠ ତ୍ରିନାଥ ଖାଡ଼ଙ୍ଗା , ଉପଖଣ୍ଡ ସୂଚନା ଲୋକ ସମ୍ପର୍କ ଅଧିକାରୀ ରଶ୍ମି ରାଣୀ ନିମାକା , ଏସ ଡି ପି ଓ ଅଜୟ ବାରିକ ଯୋଗ ଦେଇ ଥିବା ବେଳେ ପ୍ରେସ ୟୁନିଅନ ର ସଭାପତି ପ୍ରମୋଦ କୁମାର ସାହୁ ସଭାପତିତ୍ୱ କରିଥିଲେ । ଅତିଥି ମାନେ ପ୍ରେସ ୟୁନିଅନ ଏ ଏହି ରକ୍ତ ଦାନ ମହତ ଦାନ କାର୍ଯ୍ୟକ୍ରମ କୁ ଭୁରି ଭୁରି ପ୍ରଶଂସା କରିବା ସହ ସାମ୍ବାଦିକ ମାନେ ସାମ୍ବାଦିକତା ସହ ଲୋକଙ୍କ ସାମାଜିକ ଏବଂ ଅର୍ଥନୈତିକ ସମସ୍ୟା ସହ ଜଡିତ ହେବା ପାଇଁ ପରାମର୍ଶ କରିଥିଲେ ।

ପ୍ରେସ ୟୁନିଅନ ଆଗାମୀ ଦିନରେ ବୃକ୍ଷ ରୋପଣ ଏବଂ ରକ୍ତ ଦାନ କେବଳ ସହରାଞ୍ଚଳ ରେ ସୀମିତ ରହୁ ଥିବାରୁ ଆଦିବାସୀ ଅଧ୍ୟଷିତ ଅଞ୍ଚଳ ର ବିଶେଷ କରି ଆଦିବାସୀ ମାନେ ରକ୍ତ ଦେବାକୁ ଆଗଉ ନ ଥିବାରୁ ସେଠାରେ ରକ୍ତ ଦାନ ଉପରେ ସଚେତନତା କରିବା ପାଇ ବହୁ ଅତିଥି ମତ ବ୍ୟକ୍ତ କରିଥିଲେ ।

ଅପରପକ୍ଷେ ପ୍ରେସ ୟୁନିଅନ ଆଗକୁ ଲୋକଙ୍କ ସହ ବହୁ ସଚେତନତା କାର୍ଯ୍ୟକ୍ରମ କରିବେ ବୋଲି ସୂଚନା ଦେଇଥିଲେ । ରକ୍ତ ଦାନ ଶିବିର ରେ ପ୍ରାୟ ୧୨ ୟୁନିଟ ରକ୍ତ ସଂଗ୍ରହ କରାଯାଇଥିଲା । ଶେଷ ରେ ପ୍ରେସ ୟୁନିଅନ ସମ୍ପାଦକ ରାଜେଶ ପଣ୍ଡା ଧନ୍ୟବାଦ ଦେଇ ସଭା ସାଙ୍ଗ କରିଥିଲେ।



