
ଗୁଣୁପୁର , ୨୫/୦୧/୨୬ (ଜିଲ୍ଲା ଖବର ) : ଗୁଣପୁର ଉପଖଣ୍ଡ ପ୍ରଶାସନ ତରଫରୁ ସ୍ଥାନୀୟ ଗୁଣପୁର ଉପଜିଲ୍ଲାପାଳ କାର୍ଯ୍ୟଳୟ ର ସଦଭାବନା ସଭା ଗୃହ ରେ ଜାତୀୟ ଭୋଟର ଦିବସ ପାଳିତ ହୋଇଯାଇଛି l

ଗୁଣପୁର ଉପଜିଲ୍ଲାପାଳ ଶ୍ରୀ ଜେ ସୋନାଲ ଙ୍କ ଅଧ୍ୟକ୍ଷତା ରେ ଏହି କାର୍ଯ୍ୟକ୍ରମ ହୋଇଥିଲା l

ଏହି କାର୍ଯ୍ୟକ୍ରମରେ ଗୁଣପୁର ନିର୍ବାହୀ ଅଧିକାରୀ ଶ୍ରୀ ଉମା ପ୍ରସାଦ ଦାସ, ଡେପୁଟି କଲେକ୍ଟର ଶ୍ରୀ ନିରଞ୍ଜନ ନାୟକ , ଆସିଷ୍ଟାଣ୍ଟ କଲେକ୍ଟର ଶ୍ରୀ ରାଜେନ୍ଦ୍ର ଚୋଧୁରୀ, ଉପଜିଲ୍ଲାପାଳ କାର୍ଯ୍ୟଳୟ ର ସମସ୍ତ କର୍ମଚାରୀ ଉପସ୍ଥିତ ଥିଲେ l

କୋଭିଡ ନିୟମ ଅନୁଯାୟୀ ଏହି କାର୍ଯ୍ୟକ୍ରମ ପାଳିତ ହୋଇଯାଇଛି l

ଉପଜିଲ୍ଲାପାଳ ନୂତନ ଭୋଟର ଙ୍କୁ ସେମାନଙ୍କ ସାମ୍ବିଧାନିକ ଅଧିକାର ବିଷୟରେ ସୁଚାଇଥିଲେ ଏବଂ ଉପସ୍ଥିତ ସମସ୍ତଙ୍କୁ ଶପଥ ଗ୍ରହଣ କରାଇଥିଲେ l

ଏହି ଅବସରରେ ନୂତନ ଯୁବ ଭୋଟରଙ୍କୁ ଭୋଟ ପରିଚୟ ପତ୍ର ପ୍ରଦାନ କରାଯାଇଥିଲା l

୧୮-୧୯ ବର୍ଷର ନୂତନ ଭୋଟର ପଞ୍ଜିକରଣ କ୍ଷେତ୍ରରେ ଉତ୍ତମ ପ୍ରଦର୍ଶନ କରିଥିବା ଗୁଣପୁର ନିର୍ବାଚନ ମଣ୍ଡଳୀ ର ୩ଜଣ ଓ ବିଷମ କଟକ ନିର୍ବାଚନ ମଣ୍ଡଳୀ ର ୩ଜଣ ଙ୍କୁ ସମ୍ମାନିତ କରାଯାଇଥିଲା l

ଏହି କାର୍ଯ୍ୟକ୍ରମ କୁ ଗୁଣପୁର ଉପଖଣ୍ଡ ସୂଚନା ଓ ଲୋକସମ୍ପର୍କ ଅଧିକାରୀ ରଶ୍ମି ରାଣୀ ନିମାକା ପରିଚାଳନା କରିଥିଲେ ।


