
ବ୍ରହ୍ମପୁର,୧୯/୮(ରାଜେଶ କୁମାର ରଣା) : ଭାରତବର୍ଷର ସମ୍ବିଧାନରେ ଶିକ୍ଷାଙ୍କୁ ସମ୍ପୁର୍ଣ ଭାବେ ଦେୟମୁକ୍ତ ଓ ସାର୍ବଜନୀନ କରିବା ପାଇଁ ଏହାକୁ ଏକ ଅଧିକାର ଭାବେ ପରିଗଣିତ କରାଯାଉଛି ଓ ଗଣତାନ୍ତ୍ରିକ ,ଧର୍ମନିରପେକ୍ଷ ଓ ବୈଜ୍ଞାନିକ ଶିକ୍ଷା ପ୍ରଚଳନ ପାଇଁ ଉଲ୍ଲେଖ କରାଯାଉଥିଲେ ବି ସରକାର ଯେଉଁ ସମ୍ବିଧାନ ନାଁରେ ଶପଥ ନେଇଛନ୍ତି ,ସେହି ସମ୍ବିଧାନରେ ପ୍ରଦତ୍ତ ମଣିଷର ଅଧିକାରକୁ କ୍ଷୁର୍ଣ କରିବାକୁ ପଛାଉନାହାନ୍ତି । ଚଳିତ ବର୍ଷ କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ( ସି.ବି.ଏସ.ଇ)ଦଶମ ଦ୍ୱାଦଶ ଶ୍ରେଣୀର ପିଲାଙ୍କ ଫିଜ ଯେଉଁ ପରି ବୃଦ୍ଧି କରିଛନ୍ତି । ତାହା ସମସ୍ତ ଶିକ୍ଷା ଅଧିକାରୀଙ୍କୁ ଭଂଡୁର କରିଛି, ଅନୁସୂଚିତ ଜାତି ଜନଜାତି ଛାତ୍ର ଛାତ୍ରୀଙ୍କ ପାଇଁ ଯାହା 50ଟଙ୍କା ଥିଲା ତାହା ଚବିଶ ଗୁଣ ହୋଇ 1200ଟଙ୍କା ହୋଇଯାଇଛି ଓ ସାଧରଣ ବର୍ଗ ପାଇଁ ଯାହା 750 ଥିଲା ତାହାକୁ ଦୁଇ ଗୁଣ କରି 1500 ଟଙ୍କା କରିଦିଆଯାଇଛି । ମାଇଗ୍ରେସନ ଫିଜ ଯାହା 150ଥିଲା ତାହା 350ଟଙ୍କାକୁ ବୃଦ୍ଧି ହୋଇଛି । ଏହିପରି ଫି ବୃଦ୍ଧିକରି ଅଭିଭାବକଙ୍କ ଉପରେ ଆର୍ଥିକ ବୋଝ ଲଦି ଦେବାସହ ଆର୍ଥିକ ସ୍ଵଛଳ ନଥିବା ଛାତ୍ର ଛାତ୍ରୀଙ୍କୁ ସବୁଦିନ ପାଇଁ ଶିକ୍ଷାରୁ ବଂଚିତ କରାଗଲା । ଶିକ୍ଷା ପାଇବା ପାଇଁ ସର୍ବ ପ୍ରଥମ ଆବଶ୍ୟକ ହେଲା ଲକ୍ଷ ଲକ୍ଷ ଟଙ୍କା ଓ ବିନା ଟଙ୍କାରେ ଶିକ୍ଷା ଉପଲବ୍ଧ ଅସମ୍ଭବ । ବର୍ତ୍ତମାନ କେନ୍ଦ୍ରସରକାର ଭାରତର ଛାତ୍ର ଛାତ୍ରୀଙ୍କ ଉପରେ ଏହି ପ୍ରକାର ଧାରଣ ଲଦି ଦେବାକୁ ଚାହାନ୍ତି । ଶିକ୍ଷା ଓଡ଼ିଶାର ମୂଳ ଉଧେଶ୍ୟକୁ ଧ୍ଵଂଶ କରିଦେବା ପ୍ରକ୍ରିୟାରେ, କେବଳ ‘ସି.ବି.ଏସ.ଇ’ ନୁହେଁ ଆଇ ସି.ଏସ.ଇ ଅନ୍ୟାନ୍ୟ ଶିକ୍ଷା ବୋର୍ଡରେ ମଧ୍ୟ ଅହେତୁକ ଫିଜ ବୃଦ୍ଧି ହୋଇଛି । ସମସ୍ତ ଘରୋଇ ସ୍କୂଲ ସହ କେନ୍ଦ୍ରୀୟ ବିଦ୍ୟଳୟ ,ନବୋଦୟ ବିଦ୍ୟଳୟ ,ଓ ସୈନିକ ସ୍କୂଲ ଗୁଡିକରେ ହଜାର ହଜାର ଟଙ୍କା ଫିଜ ବୃଦ୍ଧି କରି ଶିକ୍ଷାନୁଷ୍ଠାନ ଗୁଡିକୁ ବ୍ୟବସାୟିକ କ୍ଷେତ୍ରରେ ପରିଣତ କରିବା ପାଇଁ ଅହରହ ଚେଷ୍ଟା କରୁଛନ୍ତି । ଦିନକୁ ଦିନ ଶିକ୍ଷା ଓ ଶିକ୍ଷ୍ୟନୁଷ୍ଠାନର ମାନ କମୁଥିବା ବେଳେ ଫିଜ କିନ୍ତୁ ବୃଦ୍ଧି ପାଇବାରେ ଲାଗିଛି । ଶିକ୍ଷାର ବଜାରୀ କାରଣ ,ଘରୋଇକରଣ ଓ ଫିଜ ବୃଦ୍ଧି କୁ ପ୍ରତ୍ୟାହାର କରିବା ପାଇଁ ଅନୁରୋଧ ।



