
ଯାଜପୁର , ୨୪/୦୧/୨୨ (ଜିଲ୍ଲା ଖବର ) : ଆଜି ଯାଜପୁର ଜିଲ୍ଲା ର ସମସ୍ୟା ନ୍ୟୁଜ -୨୪ ର ପ୍ରଥମ ବାର୍ଷିକ ଉତ୍ସବ ଚଣ୍ଡିଖୋଲ ସ୍ଥିତ ହୋଟେଲ ଲୋଟସ ରେ ପାଳନ କରାଯାଇଥିଲା l

ସମସ୍ୟା ନ୍ୟୁଜ ୨୪ ର ମୁଖ୍ୟ ସମ୍ପାଦକ ଶ୍ରୀଯୁକ୍ତ ସୁଶାନ୍ତ କୁମାର ମଲିକ ଙ୍କ ତତ୍ୱାବଧାନ ରେ ଅନୁଷ୍ଠିତ ହୋଇଅଛି | ଉକ୍ତ ଉତ୍ସବ ରେ ମୁଖ୍ୟ ଅତିଥି ଭାବେ ପୂର୍ବତନ ସୂଚନା ପ୍ରଯୁକ୍ତି ବିଦ୍ୟା ନିର୍ଦେଶକ ଶ୍ରୀଯୁକ୍ତ ରବିନାରାୟଣ ବେହେରା ଯୋଗ ଦେଇଥିଲେ l

ମୁଖ୍ୟ ବକ୍ତା ଭାବେ ଭାରତୀୟ ଯୁବ କୃଷକ ସଙ୍ଘ ର ସଭାପତି ଶ୍ରୀଯୁକ୍ତ ପ୍ରଭାକର ନାୟକ, ସମ୍ମାନନୀୟ ଅତିଥି ଭାବରେ ଆଜି ର ଆହ୍ୱାନ ର ସମ୍ପାଦକ ଶ୍ରୀଯୁକ୍ତ ମାନସ ରଞ୍ଜନ ଜେନା, ଆଡ଼ଭୋକେଟ ଅଭିନାଶ ପଣ୍ଡା ମହୋଦୟ, ଯୋଗ ଦେଇଥିଲେ l

ଚ୍ୟାନେଲ ର ବିରୋଚିପ ନାରାୟଣ ମଲିକ ଓ ସମସ୍ୟା ନ୍ୟୁଜ ର ଧର୍ମଶାଳା ର ପ୍ରତିନିଧି ଶ୍ରୀ ସତ୍ୟରଞ୍ଜନ ନାୟକ ପ୍ରମୁଖ ଯୋଗଦାନ କରିଥିଲେ |

ଏହି ସଭାରେ ସମାଜସେବୀ ମୋହନ ମହାରଣା, ଡାକ୍ତର ଗୋବିନ୍ଦ ଚନ୍ଦ୍ର ସାହୁ,ଓ ଅନ୍ୟ ବହୁ ପ୍ରତିଭାମାନ ବ୍ୟକ୍ତି ଙ୍କୁ ସନମାନିତ କରାଯାଇଥିଲା l

ଯାଜପୁର ରୁ ପ୍ରମୋଦ ରାଉତ ଙ୍କ ରିପୋର୍ଟ ଜିଲ୍ଲା ଖବର l



