
ଧରାକୋଟ , ୨୪/୦୧/୨୨ (ଜିଲ୍ଲା ଖବର ): ବାଲ୍ମୀକେଶ୍ଵର ଅନାଥ ଆଶ୍ରମ ସୋସାଇଟୀ ଧରାକୋଟ ଠାରେ ଜାତୀୟ ଶିଶୁ କନ୍ୟା ଦିବସ ପାଳନ କରାଯାଇଅଛି । ବିଭିନ୍ନ କାର୍ଯ୍ୟକ୍ରମ ଯଥା ଶିଶୁ ମାନଙ୍କ ମଧ୍ୟରେ ଚିତ୍ରାଙ୍କନ,ପ୍ରବନ୍ଧ,ବକୃତ ,ସଙ୍ଗୀତ,ସାଧାରଣ ଜ୍ଞାନ ପ୍ରତିଯୋଗୀତା କରଯାଇଥିଲା । ଏହି ଅବସରରେ ଅପରାହ୍ନରେ ଏକ ସାଧାରଣ ସଭା ପରିଚାଳକ କେ.ଟୁନା ଦୋରାଙ୍କ ସଭାପତିତ୍ଵରେ ଆୟୋଜନ କରଯାଇଥିଲା, ଏଥିରେ ମୁଖ୍ୟ ଅତିଥି ଭାବେ ଧରାକୋଟ ସମନ୍ଵିତ ଶିଶୁ ବିକାଶ ଅଧିକାରିଣୀ ଶ୍ରୀମତୀ ଡାଳିମ୍ବ ନାୟକ, ମୁଖ୍ୟବକ୍ତା ଭାବେ ଧରାକୋଟ ଥାନା ମହିଳା ପୁଲିସ ଅଧିକାରିଣୀ ଶ୍ରୀମତୀ ଶୁଭଲକ୍ଷ୍ମୀ କହର, ସମ୍ମାନିତ ଅତିଥି ରୂପେ ଆଇସିଡ଼ିଏସ ସୁପରଭାଇଜର ଭାଗ୍ୟଲତା ମଣ୍ଡଳ,ରାଜଲକ୍ଷ୍ମୀ ପ୍ରଧାନ,ଲକ୍ଷ୍ମୀ ଦଳାଇ, ସୁଶୀଲା ମଲ୍ଲିକ ଓ ପଦ୍ମାବତୀ ମଲ୍ଲିକ ଏବଂ ଅନୁଷ୍ଠାନର ଭାରପ୍ରାପ୍ତ ଅଧିକାରୀ ପି.ଗୀତାଞ୍ଜଳି ଦୋରା ମଞ୍ଚାସୀନ ରହି ବହୁ ଦିଗରୁ ଶିଶୁ କନ୍ୟାର ମହତ୍ଵ ଓ ଅଧିକାର ଉପରେ ଆଲୋକପାତ କରିଥିଲେ । ଦେଶର ସାମଗ୍ରିକ ବିକାଶ ଶିଶୁଙ୍କ ଉପରେ ହିଁ ନିର୍ଭର କରିଥାଏ । ପ୍ରତିଯୋଗିତାରେ କୃତି ପ୍ରତିଯୋଗୀଙ୍କୁ ଅତିଥିମାଙ୍କ ଦ୍ଵାରା ପୁରସ୍କୃତ କରାଯାଇଥିଲା । ଭେଦଭାବ ଏବଂ ହିଂସା ଚକ୍ରକୁ ଭାଙ୍ଗିବାରେ ଏବଂ ସେମାନଙ୍କର ମାନବିକ ଅଧିକାରର ପୂର୍ଣ୍ଣ ଏବଂ ପ୍ରଭାବଶାଳୀ ଉପଭୋଗକୁ ପ୍ରୋତ୍ସାହନ ତଥା ସୁରକ୍ଷା କରିବାରେ, ଏବଂ ଏହା ମଧ୍ୟ ସ୍ୱୀକାର କରେ ଯେ ଝିଅମାନଙ୍କୁ ସଶକ୍ତିକରଣ ନିଷ୍ପତ୍ତି ନେବା ପ୍ରକ୍ରିୟାରେ ସେମାନଙ୍କର ସକ୍ରିୟ ଅଂଶଗ୍ରହଣ ଏବଂ ସେମାନଙ୍କର ପିତାମାତା, ଆଇନଗତ ଅଭିଭାବକଙ୍କ ସକ୍ରିୟ ସମର୍ଥନ କରି ପୁଅ ଝିଅ ମଧ୍ୟରେ ଥିବା ଅସମାନତା ଦୂର କରିବା, ବାଲ୍ୟ ବିବାହକୁ ସମାପ୍ତ କରିବା, ବାଳିକା ଶିକ୍ଷାକୁ ଗୁରୁତ୍ଵ ଦେବା, କିଶୋରୀ ମାନଙ୍କ ଉପରୁ ହିଂସାକୁ ସମାପ୍ତ କରିବା ଇତ୍ୟାଦି ଉପରେ ମଞ୍ଚାସୀନ ଅତିଥିଗଣ ଆଲୋକପାତ କରିଥିଲେ । ଶିଶୁ କନ୍ୟା ଶୁଭଶ୍ରୀ ମହାନ୍ତି ଉଚକୋଟିର ଭାଷଣ ଦେଇଥିଲେ ।
କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେ ଗୃହପିତା ଶ୍ରୀ ଶିଶିର କୁମାର ରାଜ , ସଙ୍ଗୀତ ଓ ନୃତ୍ୟ ଶିକ୍ଷା ଅଂଶ ଗ୍ରହଣ କରିଥିଲେ ଲୋକନାଥ ଦାସ, ମାର୍ଗାରିତା ମନି, ପିଙ୍କି ରଇତ,ଲିଙ୍କି ନାୟକ, M.ପୁଷ୍ପା ଏବଂ ସାଥୀଗଣ । ସହଯୋଗ କରିଥିଲେ ସମସ୍ତ କର୍ମଚାରୀ ଏବଂ ମଞ୍ଚାସୀନ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରି ସଭା ସାଙ୍ଗ ସଭାପତି ଘୋଷଣା କରିଥିଲେ ।



