ଟିମ୍ ହ୍ୟୁମାନିଟି କନ୍ଧମାଳ ର ମହାନତା ପୁଣି ଥରେ ଦେଖିବାକୁ ମିଳିଛି। ଖଜୁରୀପଡ଼ା ବ୍ଲକ୍ ଅନ୍ତର୍ଗତ ବାରିକୁମ୍ପା ଗ୍ରାମର ପଦ୍ମିନୀ ଦେହୁରୀ।

55

ଫୁଲବାଣୀ,୨୪/୦୧/୨୨ (ଜିଲ୍ଲା ଖବର ) : କିଛି ଦିନ ତଳେ କୈାଣସି ଏକ ରୋଗରେ ପିଡୀତ ହେଇ ଫୁଲବାଣୀ ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସିତ ଥିଲେ।

ସ୍ବାମୀ ନାହାନ୍ତି, ଘରେ ଗୋଟିଏ ମାତ୍ର ପୁଅ ସାହାରା। ଗତକାଲି ସନ୍ଧ୍ୟାରେ ଉକ୍ତ ମହିଳାଙ୍କ ଚିକିତ୍ସିତ ଅବସ୍ଥାରେ ମୃତ୍ୟୁ ହୋଇଥିଲା। ବେସାହାରା ଥିବା ପୁଅ ମାଆର ସବ ନିଜ ବାସଭବନକୁ ନେବା ପାଇଁ ମଧ୍ୟ ସକ୍ଷମ ନ ଥିବା ହେତୁ ଟିମ୍ ହ୍ୟୁମାନିଟି କନ୍ଧମାଳ କୁ ସହଯୋଗ ଲୋଡ଼ିଥିଲେ। ଖବର ପାଉ ପାଉ ଟିମ୍ ହ୍ୟୁମାନିଟି ଆଲୋଚନା କଲାପରେ ଟିମ୍ ସଦସ୍ୟ ସକାଳ ପର୍ଯ୍ୟନ୍ତ ଅପେକ୍ଷା କରି ଆଜି ସକାଳୁ ସବ ସତ୍କାର ପାଇଁ ପ୍ରସ୍ତୁତି ଆରମ୍ଭ କରିଥିଲେ।

ଆବାହକ ଭି. ଲୋକନାଥ ରାଜୁ ଙ୍କ ନେତୃତ୍ୱରେ ଟିମ ସଦସ୍ୟ ଭି. ଜଗନ୍ନାଥ ରାଜୁ, ସାଇରାମ ପାତ୍ର, ପ୍ରଫୁଲ୍ଲ କୁମାର ପୃଷ୍ଟି, ସାଇ ପାଢ଼ୀ,ସୁନୀଲ କୁମାର ଜେନା

, ଅନୁପ ବିକ୍ରମ ପାତ୍ର ମିଶି ଶବ ଦାହ କରାଯାଇଥିଲା l