
ନବରଙ୍ଗପୁର,୨୩/୦୧/୨୨ (ଜିଲ୍ଲା ଖବର ) : ନବରଙ୍ଗପୁର ଜିଲ୍ଳା ତେନ୍ତୁଳୀଖୁଣ୍ଟି ବ୍ଳକ କାମତା ଜୋନ ୧ ପଞ୍ଚାୟତ ରେ ସମିତି ସଭ୍ୟ ଭାବେ ଶ୍ରୀମତି ନମିତା ସଗରିଆ ନାମାଙ୍କନ ପତ୍ର ଦେଇଥିଲେ ।

ଯାଞ୍ଚ କରିବା ପରେ ତାଙ୍କୁ ଜାଲ ଜାତିଗତ ପ୍ରମାଣ ପତ୍ର ଦେଇଥିବା କହି ତାଙ୍କ ପ୍ରାର୍ଥୀ ପତ୍ର ନାକଜ କରିଥିବା ରୁ କାଲି ରାତି ଠାରୁ ବିଡିଓ ଅଫିସ ସମ୍ମୁଖରେ ଅନଶନ ରେ ବସିଛନ୍ତି l ତାଙ୍କୁ sc ପ୍ରମାଣ ପତ୍ର ୧୮/୦୧/୨୦୨୨ ରେ ମିଳିଛି ଏଣୁ କେଉଁ ଆଧାରରେ ଜାଲ ହେଲା ବୋଲି ଅଭିଯୋଗ କରିଛନ୍ତି ।

ମୁଁ ଗର୍ଭବତୀ ଅଛି ଏହାର ସମାଧାନ ନ ହେଲା ପର୍ଯ୍ୟନ୍ତ ଅଫିସ ଆଗରେ ଧାରଣରେ ବସିବି ।

ମୋତେ ପ୍ରମାଣ ପତ୍ର ଦେଇ ସମିତି ସଭ୍ୟ ଲଡିବାକୁ ସୁଯୋଗ ଦିଆଯାଉ ।

ନଚେତ ମୁଁ ଆତ୍ମହତ୍ୟ କରିବି ବୋଲି ପାର୍ଥି କହିଛନ୍ତି ।



