
ହିଞ୍ଜିଳିକାଟୁ , ୨୧/୦୧/୨୨ (ଜିଲ୍ଲା ଖବର ) : ଚଳିତ ତ୍ରିସ୍ତରୀୟ ପଞ୍ଚାୟତିରାଜ ନିର୍ବାଚନରେ ମନୋନୟନ ପତ୍ରର ଦାଖଲ ଅବଧି ଶେଷ ହୋଇଛି। ହିଞ୍ଜିଳିକାଟୁ ବ୍ଳକର ବିଭିନ୍ନ ଗ୍ରାମପଞ୍ଚାୟତ ଗୁଡ଼ିକରେ ୪୬୫ ଜଣ ୱାର୍ଡ ସଭ୍ୟ, ୧୦୧ ଜଣ ସରପଞ୍ଚ ଓ ୭୧ ଜଣ ସମିତି ସଭ୍ୟ ପଦବୀ ନିମନ୍ତେ ମନୋନୟନ ପତ୍ର ଦାଖଲ କରିଛନ୍ତି।

ହିଞ୍ଜିଳିକାଟୁ ବ୍ଳକର ସରପଞ୍ଚ ଓ ସମିତି ସଭ୍ୟ ପଦବୀ ପାଇଁ ବଡଖଣ୍ଡିରେ ୫ ଓ ୩, ବେଲଗାଁରେ ୭ ଓ ୪, ଭାବନ୍ଧରେ ୨ ଓ ୨, ବୁରୁପଡ଼ାରେ ୩ ଓ ୪, ଚାନ୍ଦୁଲିରେ ୫ ଓ ୮, ଦାରୁଭଦ୍ରାରେ ୩ ଓ ୧, ଦୟାପଲିରେ ୩ ଓ ୯, ଧୋବାଡ଼ିରେ ୨ ଓ ୫, ଦୁର୍ବନ୍ଧରେ ୬ ଓ ୩, ଗଣ୍ଡଳାରେ ୪ ଓ ୫, କଞ୍ଚୁଡୁରେ ୫ ଓ ୨, ଖରିଡ଼ାରେ ୯ ଓ ୫, ମକରଝୋଳରେ ୫ ଓ ୩, ନନ୍ଦିକରେ ୬ ଓ ୨,

ପୋଚିଲିମାରେ ୧ ଓ ୨, ପୁଟିଆପଦରରେ ୬ ଓ ୧, ରାଳବରେ ୪ ଓ ୪, ଶାସନ ଆମ୍ବଗାଁରେ ୫ ଓ ୪, ସାହାପୁରରେ ୧ ଓ ୧, ସାରୁରେ ୯ ଓ ୨ ଏବଂ ସିକିରିରେ ୧୦ ଓ ୧ ଖଣ୍ଡ ମନୋନୟନ ପତ୍ର ଦାଖଲ ହୋଇଛି ବୋଲି ହିଞ୍ଜିଳିକାଟୁ ବ୍ଳକ ଗୋଷ୍ଠୀ ଉନ୍ନୟନ ଅଧିକାରୀ ସୁବ୍ରତ କୁମାର ଜେନା ସୂଚନା ଦେଇଛନ୍ତି।


